ଓଡିଶା

odisha

ETV Bharat / bharat

ଆତ୍ମସମର୍ପଣ କଲେ ଟପ୍ ମାଓ ଦମ୍ପତି, ମୁଣ୍ଡପିଛା ଥିଲା କୋଟିଏ ଟଙ୍କାର ପୁରସ୍କାର

ତେଲଙ୍ଗାନା ପୋଲିସରେ ଆତ୍ମସମର୍ପଣ କଲା ଟପ ମାଓନେତା ସୁଧାକର । ସ୍ତ୍ରୀ ମାଧବୀ ମଧ୍ୟ ସ୍ୱାମୀ ସହ ଆତ୍ମସମର୍ପଣ କରିଛି । ଦୁହିଁଙ୍କ ନା'ରେ ବିଭିନ୍ନ ରାଜ୍ୟରେ ବହୁ ଅପରାଧିକ ମାମଲା ରୁଜୁ ଅଛି । ସୁଧାକର ମାଓବାଦୀ ଚିନ୍ତାଧାରାରେ ଆକୃଷ୍ଟ ହୋଇ 1982ରେ ମାଓବାଦୀ ସଙ୍ଗଠନରେ ଯୋଗଦାନ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

By

Published : Feb 13, 2019, 5:18 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ଆତ୍ମସମର୍ପଣ କଲେ ଝାଡଖଣ୍ଡର ଟପ ମାଓନେତା ଓଗ୍ଗୁ ବୁରିଆଲ ସତୱାଜି ଅଲିଅସ ସୁଧାକର ଓ ତା ସ୍ତ୍ରୀ ମାଧବୀ । ସୋମବାର ତେଲଙ୍ଗାନା ପୋଲିସରେ ଦୁହେଁ ଆତ୍ମସମର୍ପଣ କରିଛନ୍ତି । ସୁଧାକରଙ୍କ ଉପରେ 1.25 କୋଟି ଟଙ୍କାର ପୁରସ୍କାର ରାଶି ରହିଛି ।

ସୁଧାକର ତେଲଙ୍ଗାନା ନିର୍ମଳ ଜିଲ୍ଲାର ବାସିନ୍ଦା । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ଜଣେ ସଦସ୍ୟ । ଏହାସହ ସେ ମାଓବାଦୀ କେନ୍ଦ୍ର କମିଟିର ମଧ୍ୟ ସଦସ୍ୟ । ସୁଧାକର କେନ୍ଦ୍ର ମିଲିଟାରୀ କମିଶନର ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ, ଯାହା ସରକାରଙ୍କ ବିରୋଧରେ ବନ୍ଦ ଓ ହିଂସା ଘଟାଇବା ପାଇଁ ଯୋଜନା କରିଥାଏ ।

ବିଗତ 4 ବର୍ଷ ଧରି ସୁଧାକର ଝାଡଖଣ୍ଡ ଜୋନର ଦାୟିତ୍ବରେ ଥିଲେ । ବିଭିନ୍ନ ହିଂସାକାଣ୍ଡରେ ସୁଧାକରଙ୍କ ସଂପୃକ୍ତି ରହିଛି । ଝାଡଖଣ୍ଡ ସରକାର ତା ଉପରେ 1 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ସେହିପରି ତେଲଙ୍ଗାନା ସରକାର ମଧ୍ୟ 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

ସୁଧାକର ଓ ତାଙ୍କ ସ୍ତ୍ରୀଙ୍କ ନା'ରେ ବିଭିନ୍ନ ରାଜ୍ୟରେ ବହୁ ଅପରାଧିକ ମାମଲା ରୁଜୁ ଅଛି । ସୁଧାକର ମାଓବାଦୀ ଚିନ୍ତାଧାରାରେ ଆକୃଷ୍ଟ ହୋଇ 1982ରେ ମାଓବାଦୀ ସଙ୍ଗଠନରେ ଯୋଗଦାନ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

ABOUT THE AUTHOR

...view details