ଡେରାଡୁନ: ଦେଶର ଅଧିକାଂଶ ରାଜ୍ୟରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଥିବାବେଳେ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀରେ ଥିବା ଟୋନ୍ସ ନଦୀ ଭୟଙ୍କର ରୂପ ଧାରଣ କରିଛି ।
ଉତ୍ତରକାଶୀରେ ଟୋନ୍ସ ନଦୀ ନେଲା ଭୟଙ୍କର ରୂପ - ଉତ୍ତରକାଶୀ
ଉତ୍ତରକାଶୀ ଟୋନ୍ସ ନଦୀରେ ଭୟଙ୍କର ବନ୍ୟା । ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ଜାରି ।
ଫଟୋ ସୌଜନ୍ୟ: ଏଏନଆଇ
ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡର ମୋରି ତହସଲି ନିକଟରେ ଟୋନ୍ସ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବା ସହ ଭୟଙ୍କର ରୂପ ଧାରଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି କରାଳ ଦୃଶ୍ୟ 2013 ମସିହା ଉତ୍ତରାଖଣ୍ଡ ବନ୍ୟାକୁ ପୁଣି ଥରେ ମନେ ପକାଇଦେଇଛି ।
ନଦୀର ଜଳସ୍ତର ବୃଦ୍ଧି ପାଇଥିବା ଅଞ୍ଚଳରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।