ଓଡିଶା

odisha

ETV Bharat / bharat

ଆଜି ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ, ବିନା ଶୁଳ୍କରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ

ଆର୍ଥିକ ଅସୁବିଧା ବିନା ସବୁ ବର୍ଗର ଲୋକମାନେ ଆବଶ୍ୟକ କରୁଥିବା ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର 12 ତାରିଖରେ ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ ପାଳନ କରାଯାଇଥାଏ । ତେବେ ଏହି ଦିବସ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା...

Today is Universal Health Coverage Day
ଆଜି ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ

By

Published : Dec 12, 2020, 6:52 PM IST

ହାଇଦ୍ରାବାଦ: ଆର୍ଥିକ ଅସୁବିଧା ବିନା ଆବଶ୍ୟକ କରୁଥିବା ଉତ୍ତମ ସ୍ବାସ୍ଥ୍ୟ ସେବା ସମସ୍ତେ ପାଇପାରିବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର 12 ତାରିଖରେ ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ ପାଳନ କରାଯାଏ । ଏହି ଦିବସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ପ୍ରୋତ୍ସାହିତ କରାଯାଇଥାଏ । ଏହି ଦିନ ପ୍ରଥମେ ସର୍ବସମ୍ମତି କ୍ରମେ ମିଳିତ ଜାତିସଂଘ ସମସ୍ତ ଦେଶର ନାଗରିକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ସଂକଳ୍ପ ନେଇ ବିଶ୍ବରେ ଏକ ଆହ୍ବାନ ସୃଷ୍ଟି କରିଥିଲା ।

ଚଳିତ ବର୍ଷର ବିଷୟବସ୍ତୁ:-

ସର୍ବଭାରତୀୟ ସ୍ବାସ୍ଥ୍ୟ କଭରେଜ ଦିବସ 2020ର ବିଷୟବସ୍ତୁ ହେଉଛି 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ: ସମସ୍ତଙ୍କୁ ସୁରକ୍ଷା ଦେଇ ମହାମାରୀକୁ ଦୂରୀଭୂତ କରିବା ଏବଂ ଏକ ନିରାପଦ, ସୁସ୍ଥ ଭବିଷ୍ୟତ ଗଠନ କରିବା' । ଏହି ଦିନ କୋଭିଡ-19ର ପ୍ରଥମ ମାମଲା ଚିହ୍ନଟ ହୋଇଥିବାବେଳେ ଉକ୍ତ ରିପୋର୍ଟ 1 ବର୍ଷ ପୂରଣ କରୁଛି । ତେବେ ମହାମାରୀ ସଂକ୍ରମଣ କମିବା ଫଳରେ ପ୍ରତ୍ୟେକ ମହାମାରୀ ବା ସ୍ବାସ୍ଥ୍ୟବସ୍ଥା ଦୀର୍ଘସ୍ଥାୟୀ ନୁହେଁ ବୋଲି ଏହି ଦିବସ ବାର୍ତ୍ତା ପ୍ରେରଣ କରିବ।

UHCକୁ ମାର୍ଗଦର୍ଶନ ଯୋଗାଉଥିବା ଦଶଟି ନୀତି:-

  • ବିଶ୍ବବ୍ୟାପୀ
  • ସମାନତା
  • ଅଣ-ବହିଷ୍କାର ଏବଂ ଅଣ-ଭେଦଭାବ
  • ଉପଯୁକ୍ତ ଯତ୍ନ ଯାହା ଯୁକ୍ତିଯୁକ୍ତ ଏବଂ ଉତ୍ତମ ଗୁଣ
  • ଆର୍ଥିକ ସୁରକ୍ଷା
  • ରୋଗୀଙ୍କ ଅଧିକାରର ସୁରକ୍ଷା
  • ଦୃଢ ଜନସ୍ବାସ୍ଥ୍ୟ ପାଇଁ ବ୍ୟବସ୍ଥା
  • ଉତ୍ତରଦାୟିତ୍ବ ଏବଂ ସ୍ବଚ୍ଛତା
  • ସମ୍ପ୍ରଦାୟର ଅଂଶଗ୍ରହଣ
  • ଲୋକଙ୍କ ହାତରେ ନିଜ ସ୍ବାସ୍ଥ୍ୟର ସୁରକ୍ଷା

ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ:-

ଭାରତର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଦିବସର ଲକ୍ଷ୍ୟ ସମ୍ପର୍କରେ ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି । ଦେଶରେ ଜରୁରୀକାଳୀନ ସେବା ପାଇଁ 1 ଲକ୍ଷ 50 ହଜାର ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଉଛି । ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ 10 କୋଟି ଲୋକଙ୍କୁ 5 ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ଯୋଗାଇଦେବା ପାଇଁ ଭାରତ ସରକାର ଯୋଜନା କରିଛନ୍ତି ।

ଏହି ଦିବସର ବିଭିନ୍ନ ସୁବିଧା:-

ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା

  • ଦାରିଦ୍ର୍ୟତାକୁ କମାଇବା
  • ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଉନ୍ନତି ଆଣିବା
  • ଆର୍ଥିକ ସୁରକ୍ଷା ଯୋଗାଇବା
  • ସ୍ବଚ୍ଛ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା

ABOUT THE AUTHOR

...view details