ଓଡିଶା

odisha

ETV Bharat / bharat

ଆଜି ବିଶ୍ବ ପାଳୁଛି ରକ୍ତ ଶିକୁଳି ସଚେତନତା ଦିବସ

ଜାତିସଂଘର ସାଧାରଣ ପରିଷଦ ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁନ 19 ତାରିଖକୁ ବିଶ୍ବ ରକ୍ତ ଶିକୁଳି ଦିବସ ଭାବରେ ପାଳନ କରାଯାଏ ।

ଫାଇଲ ଫଟୋ

By

Published : Jun 19, 2019, 10:55 PM IST

ହାଇଦ୍ରାବାଦ: 2008 ମସିହାରୁ ପ୍ରତିବର୍ଷ ଜୁନ 19ରେ ପାଳନ କରାଯାଏ ୱାର୍ଲଡ ସିକଲ ସେଲ ଆନେମିଆ(ବିଶ୍ବ ରକ୍ତ ଶିକୁଳି ସଚେତନତା)ଦିବସ । ଏହି ମାରାତ୍ମକ ରୋଗରେ ଲୋହିତ ରକ୍ତକଣିକା ନଷ୍ଟ ହୋଇ ଯାଉଥିବାବେଳ ବିଶେଷକରି ବୟସ୍କ ଓ ଶିଶୁମାନେ ପୀଡିତ ହେଇଥାନ୍ତି ।

ତେବେ ଏହି ରୋଗ ଦ୍ବାରା ଆଫ୍ରିକାର ଅନେକ ଶିଶୁଙ୍କ ଜୀବନ ଯାଉଥିବାବେଳେ ଏହା ପ୍ରାୟତଃ ବଂଶାନୁକ୍ରମିକ । ଏହା ପିତାମାତାଙ୍କ ଠାରୁ ଶିଶୁ ଶରୀରକୁ ଯାଇଥାଏ । ପ୍ରକାଶ ଥାଉକି, ଭାରତର ପ୍ରାୟ 10ଲକ୍ଷ ଲୋକ ଏହି ମାରାତ୍ମକ ରୋଗରେ ପିଡୀତ । ମୁଖ୍ୟତଃ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଅଛନ୍ତି ସର୍ବାଧିକ ଆକ୍ରାନ୍ତ ।

ରକ୍ତହୀନତା, ହାତ-ଗୋଡ ଫୁଲିବା, ନିୟମିତ ସଂକ୍ରମଣ, ଛାତିରେ ଯନ୍ତ୍ରଣା, ଗଣ୍ଠିବାତ, ଜଣ୍ଡିସ ଆଦି ଏହି ରୋଗର ଲକ୍ଷଣ । 2015ରେ ଏହି ରୋଗରେ ଆକ୍ରାନ୍ତ ହୋଇ ବହୁ ସଂଖ୍ୟକ ଭାରତୀୟ ମୃତ୍ୟୁବରଣ କରିଥିଲେ ।

For All Latest Updates

ABOUT THE AUTHOR

...view details