ଓଡିଶା

odisha

ETV Bharat / bharat

ପବିତ୍ର ରାମନବମୀ, ଜାଣନ୍ତୁ ଆଜି ଦିନର ମାହାତ୍ମ୍ୟ

ଆଜି ହେଉଛି ସତ୍ୟବାନ ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ । ଆଜିର ଏହି ପବିତ୍ର ଦିନରେ ଭକ୍ତମାନେ ନିଜର ମନୋସ୍କାମନା ପୂରଣ ପାଇଁ ରାମଙ୍କ ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରି ରଖିଛନ୍ତି ।

By

Published : Apr 13, 2019, 2:34 PM IST

ଫାଇଲ ଫଟୋ

ଆଜି ହେଉଛି ସତ୍ୟବାନ ପୁରୁଷ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମଦିନ । ଅଶୋକାଷ୍ଟମୀର ପରଦିନ ଏହି ପବିତ୍ର ଉତ୍ସବର ପାଳନ କରାଯାଏ । ପୁର୍ନବସୁ ଓ ପୁଷ୍ପ ନକ୍ଷତ୍ରର ମିଳନ ବେଳାରେ ଭଗବାନ ରାମଙ୍କ ଜନ୍ମୋତ୍ସବ ଦିନ ଦ୍ବିପ୍ରହରରେ ପାଳନ କରାଯାଏ । ବାସନ୍ତିକ ନବରାତ୍ରରେ ଅଷ୍ଟମୀ କନ୍ୟା ଜିମାଙ୍ଗୀ ଓ ସିଦ୍ଦିଦାତ୍ରୀଙ୍କ ନବମୀ ମନାଯାଏ ।

ନିଜର ମନୋସ୍କାମନା ପୂରଣ ପାଇଁ ଭକ୍ତମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ସନ୍ତୁଷ୍ଟ କରିଥାନ୍ତି । ଏହି ଦିନ ମାଙ୍କଡମାନଙ୍କୁ କଦଳୀ, ଚଣା ଓ ଅନ୍ୟାନ୍ୟ ଫଳ ଖୁଆଇଲେ ଆପଣଙ୍କ ସବୁ ସମସ୍ୟା ଦୂର ହେବ । ଏହାସହ ସନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ ଘିଅ ଦୀପ ଦାନ କରାଯାଏ । ଯାହା ଦ୍ବାରା ଘରେ ସୁଖଶାନ୍ତି ବିରାଜମାନ କରିଥାଏ ।

ଏହି ଦିନ ରାମଙ୍କ ସହ ମା’ ସୀତାଙ୍କୁ ବି ପୂଜା କରଯାଏ । ବିଶ୍ବାସ ରହିଛି ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖରେ ରାମନବମୀ ଦିନ କ୍ଷୀର ଓ କେସର ପକାଇ ଶ୍ରୀରାମ ମୂର୍ତ୍ତିଙ୍କ ଅଭିଷେକ କରାଇଲେ ଧନପ୍ରାପ୍ତି ହୁଏ ।

ଭଗବାନ ସୂର୍ଯ୍ୟ ଏହି ଦିନ ମେଷ ରାଶିରେ ପ୍ରବେଶ କରନ୍ତି । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ହରିଦ୍ବାରରେ ପବିତ୍ର ବୁଡ ପକାଇଥାନ୍ତି । ଧନ୍ତେରାସରୁ ଭେୟାଦୁଜ ପର୍ଯ୍ୟନ୍ତ 5 ଦିନ ଏହି ପର୍ବ ଏକାସାଥୀରେ ପାଳନ କରାଯାଏ ।

ପ୍ରତ୍ୟେକ ବର୍ଷ ଏପ୍ରିଲ 13 ତାରିଖରେ ଅମଳ ରତୁ ପାଳନ କରାଯାଏ । ଏହିଦିନ ଲକ୍ଷଲକ୍ଷ ଚଷାଭାଇ ଗଙ୍ଗା ଓ ହରିଦ୍ବାରରେ ବୁଡ ପକାନ୍ତି । ଏହାସହ ଗଙ୍ଗା ଜଳ ଆଣି ଚାଷ କାର୍ଯ୍ୟ ପାଇଁ ରଖାଯାଇଥିବା ଫସଲରେ ପକାଇଥାନ୍ତି ।

ଆଜି ଦୁର୍ଗା ଅଷ୍ଟମୀ ମହାପର୍ବ ପଡିଛି । ଏହି ଅଷ୍ଟମୀ ତିଥି ପୂର୍ବାହ୍ନ 11ଟା ବାଜି 40 ମିନିଟ ପର୍ଯ୍ୟନ୍ତ ରହିବ । ଏହାପରେ ନବମୀ ତିଥି ପାଳନ ହେବ । ଏହାପରେ ଏପ୍ରିଲ 14 ତାରିଖ 9.35 ପରେ ରାମ ଜନ୍ମଦିବସର ପାଳନ ଶେଷ ହୋଇଯାଏ ।

For All Latest Updates

ABOUT THE AUTHOR

...view details