ଓଡିଶା

odisha

ETV Bharat / bharat

ଆଜି ସରୁଛି ପ୍ରଚାର, ଅନ୍ତିମ ଦିନରେ ନେତାଙ୍କ ଭୋଟ ଭିକ୍ଷା

ରଥ ପ୍ରସ୍ତୁତ। ରଥି ବି ପ୍ରସ୍ତୁତ। କେବଳ ମତକୁ ଅପେକ୍ଷା। ଅକ୍ଟୋବର 21 ତାରିଖ ସୋମବାର ହେବ ନିର୍ବାଚନ। ମୈଦାନରେ ପ୍ରଚାର ଜମୁଥିବା ବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଅନ୍ତିମ ଭୋଟ ଭିକ୍ଷା କରିବେ ଦଳୀୟ ନେତା।

ଡ଼ିଜାଇନ୍ ଫଟୋ

By

Published : Oct 19, 2019, 8:11 AM IST

ହାଇଦ୍ରାବାଦ: ଆସନ୍ତା 21 ତାରିଖ ସୋମବାର ମତଦାନ। ମହାରାଷ୍ଟ୍ରର 288ଟି ଓ ହରିଆଣାର 90ଟି ବିଧାନସଭା ଆସନ ପାଇଁ ସଂଗ୍ରହ ହେବ ଭୋଟ। ଏଥିସହିତ 17ଟି ରାଜ୍ୟର 64ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ହେବ ଉପନିର୍ବାଚନ । ନିର୍ବାଚନ କମିଶନଙ୍କ ନିୟମ ମୁତାବକ ମତ ସଂଗ୍ରହର 24 ଘଣ୍ଟା ଅର୍ଥାତ ଦିନକୁ ପୂର୍ବରୁ ହୋଇପାରିବ ନାହିଁ ନିର୍ବାଚନୀ ପ୍ରଚାର । ତେଣୁ ଏହି ଦୁଇ ରାଜ୍ୟ ସମେତ ଉପନିର୍ବାଚନ ହେଉଥିବା ବିଧାନସଭା ଆସନରେ ଆଜି ପ୍ରଚାରର ଅନ୍ତିମ ଦିନ।

ମହାରାଷ୍ଟ୍ର ଓ ହରିଆଣାର ସମସ୍ତ ଆସନରେ ନିର୍ବାଚନ ହେଉଥିବା ବେଳେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ । ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଳଢୁଛନ୍ତି। ସେହିପରି ହରିଆଣାରେ ବିଜେପି ଏକାକୀ ଲଢୁଥିବା ବେଳେ କଂଗ୍ରେସ ଦୁଇ ରାଜ୍ୟରେ ଏକାକୀ ଲଢୁଛି ନିର୍ବାଚନ। ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଅନେକ କେନ୍ଦ୍ରୀୟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଅନ୍ୟପଟେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି।

ଓଡ଼ିଶାର ଏକମାତ୍ର ଆସନ ବିଜେପୁରରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ପ୍ରଚାର ମୈଦାନକୁ ତିନି ଦଳର ପ୍ରମୁଖ ହେଭିୱେଟ ଓହ୍ଲାଇଛନ୍ତି। ବିଜେଡ଼ି ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରୁଥିବାବେଳେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଭୋଟ ଭିକ୍ଷା କରୁଛନ୍ତି। ସେହିପରି କଂଗ୍ରେସ ପାଇଁ ପିସିସି ସଭାପତିଙ୍କ ସମେତ ଦଳର ଅନେକ ନେତା ପ୍ରଚାର କରୁଛନ୍ତି।

ABOUT THE AUTHOR

...view details