ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ - today congress cmc meeting in newdelh

ବିହାର ବିଧାନସଭା ନିର୍ବାଚନରେ ଦ୍ବିତୀୟଚରଣ ନିର୍ବାଚନ ପାଇଁ ନାମାଙ୍କନ ଜାରି ରହିଛି । ସମସ୍ତ ଆଶାୟୀଙ୍କ ପ୍ରାର୍ଥୀତ୍ବ ଜାରି କରାଯାଉଛି । ଆଜି କଂଗ୍ରେସର ଦ୍ବିତୀୟ ଚରଣର ଦଳୀୟ ପ୍ରାର୍ଥଙ୍କୁ ସୂଚୀ ଜାରି କରିବ ।

ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ
ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ

By

Published : Oct 14, 2020, 12:36 PM IST

ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ । ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଧ୍ୟକ୍ଷତାରେ ଆଜି 11ଟାରେ ଅନୁଷ୍ଠିତ ହେବ । ଏହି ବୈଠକରେ ବିହାର ନିର୍ବାଚନରେ ଦ୍ବିତୀୟଚରଣ ନିର୍ବାଚନର ଦଳୀୟ ସୂଚୀ ଜାରି କରାଯିବ ।

ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସୁଛି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିହାର କଂଗ୍ରେସ ପ୍ରଭାରୀ ଶକ୍ତି ସିଂହ ଗୋହିଲ, ବିହାର ପିସିସି ଅଧ୍ୟକ୍ଷ ମୋଦନ ମୋହନ ଝା ଙ୍କ ସହ ବିଧାୟକ ଦଳ ନେତା ସଦାନନ୍ଦ ସିଂହ ଓ ସ୍କିନିଂ କମିଟି ସଭାପତି ଅବିନାଶ ପାଣ୍ଡେ ବୈଠକରେ ସାମିଲ ହେବେ । ପୂର୍ବରୁ ପ୍ରଥମ ବୈଠକର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ସୂଚୀ ଜାରି କରାଯାଇଥିଲା ।

ଏହି ବୈଠକରେ ନିର୍ବାଚନ ରଣନୀତି ଉପରେ ଆଲୋଚନା ହେବ । ଦଳ ଏପର୍ଯ୍ୟନ୍ତ 21 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବିହାରରେ କଂଗ୍ରେସ ମହାମେଣ୍ଟରେ 70 ଟି ଆସନ ପ୍ରତିଦ୍ବନ୍ଦିତା କରୁଛି । ତେଣୁ 49 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ପ୍ରାର୍ଥୀଙ୍କ ନାମ ସହିତ ଆସନ ଘୋଷଣା କରାଯାଉଛି। ଆଜିର ବୈଠକରେ ନିର୍ବାଚନ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯିବ।

ABOUT THE AUTHOR

...view details