ଓଡିଶା

odisha

ETV Bharat / bharat

ଧୁମ୍ରପାନକାରୀଙ୍କୁ କୋରୋନା ସଂକ୍ରମଣର ଆଶଙ୍କା ଅଧିକ - ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ କଲ୍ୟାଣ

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଧୁମ୍ରପାନ କରୁଥିବା ଲୋକଙ୍କୁ କୋରୋନା ସଂକ୍ରମଣ କରିବା ଆଶଙ୍କା ଅଧିକ ରହିଛି । କାରଣ ଧୁମ୍ରପାନ ସମୟରେ ଭାଇରସ ହାତରୁ ମୁହଁ ଦେଇ ସଂକ୍ରମଣ କରିଥାଏ ।

_health ministry
ଧୁମ୍ରପାନକାରୀଙ୍କୁ କୋରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି

By

Published : Jul 29, 2020, 4:41 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଧୁମ୍ରପାନ କରୁଥିବା ଲୋକଙ୍କୁ କୋରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । କାରଣ ଧୁମ୍ରପାନ ସମୟରେ ଭାଇରସ ହାତରୁ ମୁହଁ ଦେଇ ସଂକ୍ରମଣ କରିଥାଏ ।

କୋରୋନା ମହାମାରୀ ଏବଂ ଭାରତରେ ତମ୍ବାଖୁ ବ୍ୟବହାରକୁ ନେଇ ମନ୍ତ୍ରଣାଳୟ ନିଜର ଏକ ଡକ୍ୟୁମେଣ୍ଟରେ କହିଛି ଯେ, ବିଶେଷଜ୍ଞମାନେ ନିଶ୍ଚିତ କରିଛନ୍ତି ଯେ ଧୂମ୍ରପାନକାରୀମାନଙ୍କ ଠାରେ ଗୁରୁତର ଲକ୍ଷଣ କିମ୍ବା କୋରୋନାରେ ମୃତ୍ୟୁ ହେବା ନେଇ ସମ୍ଭାବନା ରହିଛି । କାରଣ ଏହା ମୁଖ୍ୟତଃ ଫୁସଫୁସକୁ ଆକ୍ରମଣ କରିଥାଏ । ଏଣୁ ଏହିପରି ବ୍ୟବହାର ନକରିବାକୁ ଚେତାବନୀ ଦିଆଯାଇଛି ।

ମନ୍ତ୍ରଣାଳୟ କହିଛି ଯେ, ଅନ୍ୟ ଧୂମ୍ରପାନ ଦ୍ରବ୍ୟ ଯେପରିକି ୱାଟର ପାଇପ୍ସ କିମ୍ବା ହୁକା ପ୍ରାୟତଃ ପାଟି ଏବଂ ନାକ ସମ୍ପର୍କରେ ଆସିଥାଏ । ଯାହା ସାମ୍ପ୍ରଦାୟିକ ତଥା ସାମାଜିକ କ୍ଷେତ୍ରରେ କୋରୋନା ବିସ୍ତାର କରିଥାଏ । ଚାରୋଟି ଅଣ ସଂକ୍ରାମକ ରୋଗ (ଏନସିଡି) ହୃଦ୍‌ରୋଗ, କର୍କଟ, କ୍ରନିକ୍ ଫୁସଫୁସ ରୋଗ ଏବଂ ମଧୁମେହ ପାଇଁ ତମ୍ବାଖୁ ସେବନ କ୍ଷତିକାରକ ଅଟେ ।

ତମ୍ବାଖୁ ଧୂଆଁରେ ଥିବା ରାସାୟନିକ ପଦାର୍ଥ ବିଭିନ୍ନ ପ୍ରକାରର ପ୍ରତିରକ୍ଷା କୋଷର କାର୍ଯ୍ୟକଳାପକୁ ଧୀମ୍ର କରିଥାଏ । ଯାହା ସାଧାରଣ ଇମ୍ୟୁନ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ଧୂମ୍ରପାନ ଫୁସଫୁସ କାର୍ଯ୍ୟରେ ବାଧା ସୃଷ୍ଟି କରେ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ ଏବଂ ଶରୀର ପାଇଁ ବିଭିନ୍ନ ରୋଗରୁ ମୁକାବିଲା କରିବା କଷ୍ଟସାଧ୍ୟ ହୋଇଥାଏ। ଖଇନି, ଗୁଟଖା, ପାନ, ଜରଡା ଭଳି ତମ୍ବାଖୁ ଚୋବାଇବା ଦ୍ବାରା ପାଟିରୁ ଅଧିକ ଛେପ ବାହାରିଥାଏ । ଯେଉଁଥିପାଇଁ ଲୋକ ସର୍ବସାଧାରଣ ସ୍ଥାନରେ ଛେପ ପକାଇଥାନ୍ତି । ଯାହାଦ୍ବାରା ବିଶେଷ କରି ସଂକ୍ରାମକ ରୋଗ ଯେପରି କୋରୋନା, ଯକ୍ଷ୍ମା, ସ୍ୱାଇନ ଫ୍ଲୁ, ଏନସେଫାଲାଇଟିସ୍ ବ୍ୟାପିବାର ଅଧିକ ବିପଦ ଥାଏ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୌଣସି ତମ୍ବାଖୁ ଦ୍ରବ୍ୟ ବ୍ୟବହାର ନକରିବାକୁ ଚେତାବନୀ ଦେଇଛି। ଏଥିସହ ତମ୍ବାଖୁ ଛାଡିବାର 12 ଘଣ୍ଟା ମଧ୍ୟରେ ରକ୍ତ ପ୍ରବାହରେ କାର୍ବନ ମନୋକ୍ସାଇଡ୍ ସ୍ତର ସ୍ୱାଭାବିକକୁ ଖସି ଆସିଥାଏ । ସେହିପରି 2-12 ସପ୍ତାହ ମଧ୍ୟରେ ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ ଏବଂ ଫୁସଫୁସ କାର୍ଯ୍ୟକରିବା କ୍ଷମତା ବୃଦ୍ଧି ପାଇଥାଏ । 1-9 ମାସ ପରେ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା କମିଯାଏ ବୋଲି ମନ୍ତ୍ରଣାଳୟ କହିଛି ।

ABOUT THE AUTHOR

...view details