ଓଡିଶା

odisha

ETV Bharat / bharat

ପୋଲିସ ଠାରୁ ବଞ୍ଚିବା ପାଇଁ 22 ମହଲାରୁ ଡେଇଁଲା ଚୋର

ପୋଲିସ ଠାରୁ ବଞ୍ଚିବା ପାଇଁ 22 ମହଲା ତଳକୁ ଖସି ପଡିଲା ଚୋର। ଶେଷର ଉଦ୍ଧାରକାରୀ ଟିମ୍‌ ସାହାଯ୍ୟରେ ଚୋରକୁ ଉଦ୍ଧାର କଲା ପୋଲିସ। ଏହି ଫଟୋ ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

By

Published : Apr 9, 2019, 3:28 PM IST

ଫାଇଲ ଫଟୋ

ବେଲଜିଙ୍ଗ: ପୋଲିସ ଓ ଚୋର ମଧ୍ୟରେ ଲୁଚକାଳୀ ଲାଗି ରହିଥାଏ। କେତେବେଳେ ଚୋର ପୋଲିସ ହାତରେ ଧରା ପଡେ ତ ପୁଣି କେତେବେଳେ ପୋଲିସ ଆଖିକୁ ଧୂଳି ଦେଇ ଚମ୍ପଟ୍‌ ମାରେ ଚୋର। ହେଲେ ପୋଲିସ ହାତରୁ ଖସିବାକୁ ଉଦ୍ୟମ କରିବାକୁ ଯାଇ 22 ମହଲା ଉପରୁ ଲଟକି ଯାଇଥିଲା ଚୋର। ଆଉ ଚୋରକୁ ବଞ୍ଚାଇବାକୁ ଯାଇ ବହୁ କସରତ କରିଥିଲା ପୋଲିସ। ଚୀନର ଜିୟାଙ୍ଗ୍‌ ସହରର ଏହି ଘଟଣା ବହୁ ଚର୍ଚ୍ଚାର ବିଷୟ ପାଲଟିଛି।

ସୋସିଆଲ ମିଡିଆରେ ଚୋର ଫଟୋ ଏବେ ଘୂରି ବୁଲୁଛି। ଜିଆଙ୍ଗ୍‌ ସହରରେ ଏକ ଚୋର ଦୀର୍ଘ ଦିନ ଧରି ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଛୁରୀ ଦେଖାଇ ଲୁଟ୍‌ପାତ୍ ହେଉ କିମ୍ବା ଦୋକାନ ଭାଙ୍ଗି ଚୋରି କରିବା ହେଉ ଅବା ଡ୍ରଗ୍ସ ଚାଲାଣ ଭଳି ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲା। ତେବେ ପୋଲିସ ଚୋରଟିକୁ ଧରିବା ପାଇଁ ପୋଲିସ ଆସୁଛି ଜାଣି ଚଖମା୍‌ ଦେଖାଇ ସେ ଖସି ଯିବାକୁ ଉଦ୍ୟମ କରୁଥିଲା। ହେଲେ 22 ମହଲା ତଳକୁ ଖସି ପଡିବା ବେଳେ ଜୀବନ ବଞ୍ଚାଇବାକୁ କୋଠାରେ ଲଟକି ଯାଇଥିଲା। ଶେଷରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଚୋରକୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ ।

ହେଲେ ଚୋରର 22 ମହଲା ଉପରେ ଝୁଲିବା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଆଉ ଲୋକେ ଫଟୋକୁ ବହୁଳ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି ।

ABOUT THE AUTHOR

...view details