ଡେରାଡୁନ: ଗତ ଜୁଲାଇ ରୁ ଅକ୍ଟୋବର ମାସରେ କାଲାଗଡ ବ୍ୟାଘ୍ର ସଂରକ୍ଷଣ ରେଞ୍ଜରେ ବାଘ ଆକ୍ରମଣରେ 2 ଜଣ ବନକର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ଏହା ପରେ ବନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଏକ କମିଟି ଗଠନ କରାଯିବା ପାଇଁ ଚେଷ୍ଟା ଜାରିରହିଛି । ଯେଉଁ କମିଟି ବାଘ ଉପରେ ନଜର ରଖିବ ।
ଏହାସହିତ ବାଘ ଠାରୁ ରକ୍ଷା ପାଇବା ପାଇଁ ବନକର୍ମୀମାନେ ମୁଣ୍ଡ ପଛପଟେ ମଣିଷ ମୁଖା ପିନ୍ଧିବେ ଓ ଜଙ୍ଗଲର କୌଣସି ସ୍ଥାନକୁ ଯିବାକୁ ହେଲେ 4 ଜଣ ବନକର୍ମଚାରୀ ଏକାଠି ଯିବେ । ବାଘ ମୁକାବିଲା ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବେ ବନକର୍ମଚାରୀ । ଏହାସହିତ କାର୍ବେଟ ଟାସ୍କ ଫୋର୍ସ ଗଠନ କରି 82ଟି ପୋଷ୍ଟ ଖୋଲାଯିବ ଏଥିରେ ପୂର୍ବ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ ।