ଓଡିଶା

odisha

'ଜୟ ଶ୍ରୀରାମ' କହି ମାଡ ଖାଇଲେ ଟିଏମସି କର୍ମୀ !

'ଜୟ ଶ୍ରୀରାମ' କହିବାରୁ ନିଜ ଦଳୀୟ କର୍ମୀଙ୍କ ଠାରୁ ମାଡ ଖାଇଲେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ଜଣେ କର୍ମୀ । ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା..

By

Published : Oct 20, 2019, 9:02 PM IST

Published : Oct 20, 2019, 9:02 PM IST

ଫଟୋ ସୌଜନ୍ୟ: ଏଏନ’ଆଇ

କୋଲକାତା: 'ଜୟ ଶ୍ରୀ ରାମ' ସ୍ଲୋଗାନ୍‌କୁ ନେଇ ପୁନର୍ବାର ସୃଷ୍ଟି ହୋଇଛି ବିବାଦ। ତେବେ ଚଳିତ ଥର 'ଜୟ ଶ୍ରୀରାମ' ସ୍ଲୋଗାନ୍‌ କହିବା ଯୋଗୁଁ ଦେଖାଦେଇଛି ବିବାଦ । ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସର ଜଣେ କର୍ମୀ 'ଜୟ ଶ୍ରୀରାମ' କହିବାରୁ ନିଜ ଦଳର ହିଁ କର୍ମୀ ତାଙ୍କୁ ନିସ୍ତୁକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଉତ୍ତର ପରଗନାର ବସୀରହାଟରେ ଶନିବାର ଘଟିଛି ଏଭଳି ଘଟଣା।

ପୀଡିତ ଜଣକ ତୃଣମୂଳ କଂଗ୍ରେସର କର୍ମୀ ରଞ୍ଜୀତ ମଣ୍ଡଲ ବୋଲି ଜଣା ପଡିଛି । ମଣ୍ଡଲଙ୍କ କହିବା ଅନୁଯାୟୀ, ସେ ଗତକାଲି ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ସେ 'ଜୟ ଶ୍ରୀ ରାମ' ସ୍ଲୋଗାନ୍‌ର ଉଚ୍ଚାରଣ କରିଥିଲେ । ଏହାପରେ ଟିଏମସିର ଅନ୍ୟଜଣେ କର୍ମୀ ତେରକ ପାରୋଇ ତାଙ୍କୁ ଗାଳି ଦେବା ସହ ନିସ୍ତୁକ ମାଡ ମାରିଥିଲେ ।

ତେବେ ରଞ୍ଜୀତ ମଣ୍ଡଲ ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । କିନ୍ତୁ ଏବେ ସୁଦ୍ଧା ଘଟଣାରେ କାହାକୁ ଗିରଫ କରାଯାଇନଥିବା ଜଣାପଡିଛି ।

ABOUT THE AUTHOR

...view details