ଓଡିଶା

odisha

ETV Bharat / bharat

ବିଜେପି ନେତାଙ୍କ କାର ଭାଙ୍ଗିଲେ ଟିଏମସି ପ୍ରାର୍ଥୀ

ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ଆକ୍ରମଣ । ବିଜେପି ନେତା ମୁକୁଲ ରାୟଙ୍କ କାର ଭାଙ୍ଗିଲେ ଟିଏମସି ପ୍ରାର୍ଥୀ କକୋଲି ।

By

Published : May 14, 2019, 11:33 AM IST

ଫଟୋ ସୌଜନ୍ଯ: ଏଏନଆଇ

ବାରାସତ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଛଅ ଦିନ ବାକି ଅଛି କିନ୍ତୁ ପଶ୍ଚିମବଙ୍ଗରେ ଥମୁନାହିଁ ନିର୍ବାଚନୀ ହିଂସା । ସୋମବାର ରାଜ୍ଯରେ ଘଟିଛି ପୁଣି ଏକ ରାଜନୈତିକ ଆକ୍ରମଣ । ତୃଣମୂଳ କଂଗ୍ରେସର ପ୍ରାର୍ଥୀ କକୋଲିଙ୍କ ନେତୃତ୍ବରେ କିଛି ଲୋକ ବାରାସତର ବିଜେପି ନେତା ମୁକୁଲ ରାୟଙ୍କ କାରକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

ସେ ସୋମବାର ରାତିରେ ବିଜେପି ପ୍ରାର୍ଥୀ ଅରବିନ୍ଦ ମେନନ ଓ ତାଙ୍କ ସମର୍ଥକମାନଙ୍କ ସହ ଏକ ନିର୍ବାଚନୀ ବୈଠକ କରୁଥିଲେ । ସେହି ସମୟରେ ତାଙ୍କ କାର ବାହାରେ ଥିବା ବେଳେ ଟିଏମସି ନେତା କକୋଲି ଓ ତାଙ୍କ ଲୋକମାନେ କାରଟିକୁ ହିଂସା ପରାୟଣ ହୋଇ ଭାଙ୍ଗିଦେଇଛନ୍ତି । ଏନେଇ ମୁକୁଲ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ।

ଦେଶରେ ଛଅଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଛି । ଆଉ ମାତ୍ର ବାକି ରହିଛି ଗୋଟିଏ ପର୍ଯ୍ଯାୟ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର କରିବା ପାଇଁ ନିଷ୍ପତି ନେଇଥିବା ନିର୍ବାଚନ କମିଶନ କିନ୍ତୁ ଫେଲ ମାରିଛି ପଶ୍ଚିମବଙ୍ଗରେ । ରଜ୍ୟରେ ଦେଖାଦେଇଛି ସର୍ବାଧିକ ରାଜନୈତିକ ଆକ୍ରମଣ ଓ ହିଂସା ।

For All Latest Updates

ABOUT THE AUTHOR

...view details