ଓଡିଶା

odisha

ETV Bharat / bharat

ୟୁଜର୍ସଙ୍କ ଅନୁରୋଧ ଶୁଣିଲା ନେଟଫ୍ଲିକ୍ସ, ଆସିଲା ନୂଆ ଫିଚର

ୟୁଜର୍ସଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନୂଆ ଫିଚର ଆଣିଛି ନେଟଫ୍ଲିକ୍ସ । ଲଗାତାର ଦେଖିବା ଲିଷ୍ଟରୁ ଏବେ ଟାଇଟେଲ ହଟାଇବା ସମ୍ଭବ ହୋଇଛି । ଅଧିକ ପଢନ୍ତୁ..

ୟୁଜର୍ସଙ୍କ ଅନୁରୋଧ ଶୁଣିଲା ନେଟଫ୍ଲିକ୍ସ, ଆସିଲା ନୂଆ ଫିଚର
ୟୁଜର୍ସଙ୍କ ଅନୁରୋଧ ଶୁଣିଲା ନେଟଫ୍ଲିକ୍ସ, ଆସିଲା ନୂଆ ଫିଚର

By

Published : Jun 28, 2020, 10:13 AM IST

ହାଇଦ୍ରାବାଦ: ୟୁଜର୍ସଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନୂଆ ଫିଚର ଆଣିଛି ନେଟଫ୍ଲିକ୍ସ । ଲଗାତାର ଦେଖିବା ଲିଷ୍ଟରୁ ଏବେ ଟାଇଟେଲ ହଟାଇବା ସମ୍ଭବ ହୋଇଛି । ଏଥିପାଇଁ ଦୀର୍ଘ ଦିନରୁ ଅନୁରୋଧ କରିଆସୁଥିଲେ ୟୁଜର୍ସ ।

ବର୍ତ୍ତମାନ ଏପରି କରିବାରେ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ଅନୁମତି ଦେଇଛି ନେଟଫ୍ଲିକ୍ସ । ଖୁବଶୀଘ୍ର ଏହା ଆଇଓଏସରେ ମଧ୍ୟ ଉପଲବ୍ଧ ହେବ ବୋଲି କମ୍ପାନୀ ପ୍ରକାଶ କରିଛି । ପୂର୍ବରୁ ଆମାଜନ ପ୍ରାଇମ ଏବଂ ଡିଜନୀ ପ୍ଲସ ହଟଷ୍ଟାରରେ ଏହି ଅପସନ ରହିଛି । ତେବେ ଏହି ଅନଲାଇନ ଭିଡିଓ ଷ୍ଟ୍ରିମିଂ ଆପର ସମସ୍ତ ସେବାରେ ଏହି ଅପସନ ମିଳିବ ନାହିଁ । ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ଏହି ସୁବିଧା ମିଳିପାରିବ ବୋଲି କମ୍ପାନୀ ପ୍ରକାଶ କରିଛି । ଉଲ୍ଲେଖଯୋଗ୍ୟ ଯେ ଲକଡାଉନରେ ଏହି ଆପର ଚାହିଦା ଅନେକ ମାତ୍ରାରେ ବଢିଛି । ଏହାର ୟୁଜର୍ସଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି ।

ତେବେ ଆପଣ ଥରେ ନେଟଫ୍ଲିକ୍ସ ଆଣ୍ଡ୍ରଏଡ୍ ଆପ୍ ଲାଟେଷ୍ଟ ଭର୍ସନ ଅପଡେଟ୍ କରିବା ମାତ୍ରେ ତିନୋଟି ଡଟ୍ ଥିବା ଆଇକନ ଦେଖାଯିବ । ଲଗାତାର ଦେଖିବା ଅପସନ ସାଇଟରେ ଏହା ଉପଲବ୍ଧ ହେବ । ଏହା ଉପରେ ଟାପ୍ କଲେ ଆପଣଙ୍କୁ ଆମାଜନ ପ୍ରାଇମରେ ଥିବା ଲମ୍ବା ଅପସନ ଭଳି ଏକ ବିକଳ୍ପ ଦେଖାଯିବ । ଏହି ତାଲିକାରେ ସବୁଠୁ ଲାଷ୍ଟରେ ରହିଛି ରିମୁଭ ଫ୍ରମ୍ ରୋ । ଏହାକୁ ଟାପ୍ କରି ଆପଣ ସିଲେକ୍ଟେଡ ଟାଇଟେଲ ଡିଲିଟ୍ କରିପାରିବେ । ଏହାସହ ଆପଣ ପପ୍-ଅପ୍ ମେନୁରେ ଟାଇଟେଲଙ୍କୁ ରେଟ୍ ଦେଇପାରିବେ । ଏଥିରେ ମଧ୍ୟ ଆପଣ ପରବର୍ତ୍ତୀ ଏପିସୋଡ୍ ଡାଉନଲୋଡ୍ କରିପାରିବେ । ଦୁଇ ମାସ ତଳେ ଏହି ଅପସନ ନେଟଫ୍ଲିକ୍ସ ବାହାର କରିଥିଲା । କିନ୍ତୁ ଏବେ ଏହାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି ।

ଏହା ଏକ ବଡ ସମସ୍ୟା ଯାହାର ସମାଧାନ ହୋଇଯାଇଛି । ପୂର୍ବରୁ ଏଥିପାଇଁ ଏକ ବ୍ରାଉଜରରେ ନେଟଫ୍ଲିକ୍ସ ଖୋଲି ସେଥିରେ ଅନେକ ପ୍ରକ୍ରିୟାରେ ଏହାକୁ କମ୍ପ୍ଲିଟ୍ କରିବାକୁ ପଡୁଥିଲା । ଏଥିରେ ଅନେକ ସମସ୍ୟା ଓ ବିଳମ୍ବ ଲାଗୁଥିଲା । ୟୁଜର୍ସଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସହଜ ଉପାୟ ଉପଲବ୍ଧ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିରେ ୟୁଜର୍ସମାନେ ଗୋଟିଏ ବଟନରେ ସବୁ ଅପସନ ପାଇପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି ।

ABOUT THE AUTHOR

...view details