ଓଡିଶା

odisha

ETV Bharat / bharat

ତିସ୍ ହଜାରୀ କୋର୍ଟ ପ୍ରସଙ୍ଗ: ସୋସିଆଲ ମିଡିଆରେ ତେଜୁଛି ପୋଲିସଙ୍କ ଆନ୍ଦୋଳନ

ଦିନକୁ ଦିନ ତେଜୁଛି ତିସ୍ ହଜାରୀ କୋର୍ଟ ମାମଲା । ସୋସିଆଲ ମିଡିଆରେ ମଧ୍ୟ ଏନେଇ ଖୁବ ଚର୍ଚ୍ଚା ।

ଫାଇଲ ଫଟୋ

By

Published : Nov 6, 2019, 10:23 AM IST

ନୂଆଦିଲ୍ଲୀ: ତିସ୍ ହଜାରୀ କୋର୍ଟରେ ପୋଲିସକର୍ମୀ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ବିବାଦ ବଢିବାରେ ଲାଗିଛି । ସାକେତ କୋର୍ଟରେ ପୋଲିସକର୍ମୀଙ୍କୁ ମାଡ ଓ ହାଇକୋର୍ଟର ଏକ ତରଫା ନିଷ୍ପତ୍ତି ପୋଲିସଙ୍କ ରାଗର କାରଣ ।

ବିନା ଦଳ କିମ୍ବା ସଂଗଠନରେ ହଜାର ହଜାର ପୋଲିସ ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏହି ଆନ୍ଦୋଳନକୁ ଧୁଆଁ ଦେବା ପାଇଁ ସୋସିଆଲ ମିଡିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସାକେତ କୋର୍ଟରେ ପୋଲିସଙ୍କୁ ମାଡ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ପୋଲିସକର୍ମୀ ସୋସିଆଲ ମିଡିଆରେ ଚର୍ଚ୍ଚା କରିଥିଲେ ।

ପ୍ରଥମେ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହୋଇଥିଲା ଯେ, 5 ଓ 6 ନଭେମ୍ବର ଦିଲ୍ଲୀରେ କୌଣସି ଜନତାଙ୍କ ସେବାରେ ନଜର ଆସିବେନି ପୋଲିସ। ନିଜ ଅସ୍ତିତ୍ବ ପାଇଁ ଦିଲ୍ଲୀ ପୋଲିସ କାମକୁ ଆସିବ ନାହିଁ । ପରେ ସବୁ ପୋଲିସ କର୍ମଚାରୀ ମଙ୍ଗଳବାର ସକାଳ 9ଟାରେ ପୋଲିସ ମୁଖ୍ୟାଳୟ ଆଗରେ ଏକତ୍ରିତ ହୋଇଥିଲେ । ପ୍ରଥମେ 15-20 ଜଣ ଓ ଧିରେ ଧିରେ ଏହାର ସଂଖ୍ୟା ବଢିବାକୁ ଲାଗିଲା ।

ସୋସିଆଲ ମିଡିଆରେ ମଧ୍ୟ ପୋଲିସ-ଓକିଲଙ୍କ ଲଢେଇ ଦେଖିବାକୁ ମିଳୁଛି । କେତେକ ପୋଲିସଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟକିଛି ଓକିଲଙ୍କୁ ସମର୍ଥନ କରୁଛନ୍ତି । ଅନ୍ୟ କେତେକ ଉଭୟଙ୍କୁ ଦୋଷ ଦେଇ ଦେଶର ରକ୍ଷକଙ୍କୁ ଏପରି କରିବା ଶୋଭା ଦେଉନାହିଁ ବୋଲି ପ୍ରତିକ୍ରିୟା ଆସୁଛି ।

ABOUT THE AUTHOR

...view details