ଓଡିଶା

odisha

ETV Bharat / bharat

ଦରମା ଚିନ୍ତାରେ ତିରୁପତି ମନ୍ଦିର କର୍ମଚାରୀ - andhrapradesh news

8 ଟନ୍ ସୁନା ଏବଂ 14 ହଜାର କୋଟି ଟଙ୍କା ଏଫଡି କରିଛି ତିରୁମାଲା ତିରୁପତି ଦେବସ୍ଥାନମ୍ । ତଥାପି କର୍ମଚାରୀମାନଙ୍କୁ ଦରମା ଦେବାକୁ ଟଙ୍କା ନଥିବା କୁହାଯାଇଛି । ଅଧିକ ପଢନ୍ତୁ...

ସବୁଠୁ ଧନୀ ମନ୍ଦିର ତିରୁପତି
ସବୁଠୁ ଧନୀ ମନ୍ଦିର ତିରୁପତି

By

Published : May 12, 2020, 11:31 AM IST

Updated : May 12, 2020, 2:02 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଦୁନିଆର ସବୁଠାରୁ ଧନୀ ମନ୍ଦିର । ଏହାର ଟ୍ରଷ୍ଟ 'ତିରୁମାଲା ତିରୁପତି ଦେବସ୍ଥାନମ୍' (ଟିଟିଡି) କହିଛି ଯେ, ଏହି ଲକଡାଉନରେ ଟ୍ରଷ୍ଟ 400 କୋଟି ଟଙ୍କା ଖର୍ଚ୍ଚ କରିଛି । କର୍ମଚାରୀଙ୍କ ଖର୍ଚ୍ଚ ଏବଂ ଦରମା ଦେବାକୁ କୌଣସି ନଗଦ ଟଙ୍କା ନାହିଁ । ଅଧିକାରୀ କହିଛନ୍ତି ଯେ, ଦରମା, ପେନସନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ଲକଡାଉନ ସମୟରେ ଟ୍ରଷ୍ଟ ପ୍ରାୟ 300 କୋଟି ଟଙ୍କା ବ୍ୟବହାର କରିଛି ।

ସବୁଠୁ ଧନୀ ମନ୍ଦିର ତିରୁପତି

ଟ୍ରଷ୍ଟର ଅଧିକାରୀମାନେ ଦେଇଥିବା ସୂଚନାରେ କୁହାଯାଇଛି ଯେ, ବର୍ତ୍ତମାନର ସଙ୍କଟରେ ଉପଲବ୍ଧ ନଗଦ ଅର୍ଥରୁ ଏହି ଖର୍ଚ୍ଚ ବହନ କରାଯାଇଛି। ଏହି ଟ୍ରଷ୍ଟରେ ପାଖାପାଖି 8 ଟନ୍ ସୁନା ଏବଂ 14 ହଜାର କୋଟି ଟଙ୍କାର ଏକ ଫିକ୍ସ ଡିପୋଜିଟ (ଏଫଡି) ରହିଛି । ଲକଡାଉନ ଯୋଗୁଁ ପ୍ରାୟ 50 ଦିନ ଧରି ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବର୍ତ୍ତମାନ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ମନ୍ଦିର କେବେ ଖୋଲାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଟ୍ରଷ୍ଟର ଚେୟାରମ୍ୟାନ୍ ଓ୍ବାଇ ଭି ସୁବା ରେଡ୍ଡୀ କହିଛନ୍ତି, 'ଟିଟିଡି ଏହାର କର୍ମଚାରୀଙ୍କ ଦରମା ଏବଂ ପେନସନ ଦେବାକୁ ବାଧ୍ୟ। ଏହା ବ୍ୟତୀତ, ଅନ୍ୟ ସ୍ଥିର ଖର୍ଚ୍ଚ ବହନ କରିବାକୁ ପଡିବ ଯଦିଓ କୌଣସି ରାଜସ୍ୱ ନାହିଁ । ବିଭିନ୍ନ କାର୍ଯ୍ୟ ପାଇଁ ଟିଟିଡି ବାର୍ଷିକ 2500 କୋଟି ଟଙ୍କା ଖର୍ଚ୍ଚ କରିଥାଏ । ରେଡ୍ଡୀ କହିଛନ୍ତି ଯେ, ହାରାହାରି 200 ରୁ 220 କୋଟି ଟଙ୍କା ଆୟ ତିରୁମାଲା ମନ୍ଦିରକୁ ଆସିଥାଏ। କିନ୍ତୁ ଲକଡାଉନ ପରେ କୌଣସି ଆୟ ଆସିନାହିଁ ।

ଟ୍ରଷ୍ଟ ଅଧିକାରୀ କହିଛନ୍ତି ଯେ, ପ୍ରତିଦିନ ହାରାହାରି 80 ହଜାରରୁ 1 ଲକ୍ଷ ଶ୍ରଦ୍ଧାଳୁ ମନ୍ଦିର ପରିଦର୍ଶନରେ ଆସିଥାନ୍ତି । ପର୍ବପର୍ବାଣୀ ଋତୁରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢିଥାଏ । 2020-21 ଆର୍ଥିକ ବର୍ଷ ପାଇଁ ଟ୍ରଷ୍ଟ ବାର୍ଷିକ 3,309.89 କୋଟି ଟଙ୍କା ବଜେଟ୍ ସ୍ଥିର କରିଛି । ତେବେ ମାର୍ଚ୍ଚ 20 ରୁ ହୁଣ୍ଡିରୁ ଟଙ୍କା ସଂଗ୍ରହରେ କ୍ରମାଗତ ହ୍ରାସ ଘଟିଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ 150 ରୁ 170 କୋଟି ଟଙ୍କା ସଂଗ୍ରହ କରିଛି । ଟ୍ରଷ୍ଟର ରାଜସ୍ୱର ଅନ୍ୟାନ୍ୟ ମାଧ୍ୟମ ହେଉଛି ଦର୍ଶନ ଟିକେଟ ବିକ୍ରୟ, ଅର୍ଜିତ ସେବା, ପ୍ରସାଦ , ରହିବାର ବ୍ୟବସ୍ଥା ଏବଂ ଦାନ ଯାହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଟ୍ରଷ୍ଟ ଚଳିତ ଆର୍ଥିକ ବର୍ଷ ପାଇଁ ଦରମା ଉପରେ 1,385.09 କୋଟି ଟଙ୍କା ସ୍ଥିର କରିଛି। ଟ୍ରଷ୍ଟକୁ ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ଦରମା ପାଇଁ ପ୍ରାୟ 120 କୋଟି ଖର୍ଚ୍ଚ କରିବାକୁ ପଡିଥାଏ । ଏହା ବ୍ୟତୀତ ଟ୍ରଷ୍ଟ ଏସଓ୍ବାଇଭିଆଇଏମଏସଏବଂ ବିଆଇଆରଆରଡି କୁ 400 କୋଟି ଟଙ୍କା ଅନୁଦାନ ମଧ୍ୟ ପ୍ରଦାନ କରିଛି। ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏଥିରେ ଜଡିତ ଅଛନ୍ତି ।

Last Updated : May 12, 2020, 2:02 PM IST

ABOUT THE AUTHOR

...view details