ଓଡିଶା

odisha

ETV Bharat / bharat

କଣ କହେ ସୁରଟ ଅଗ୍ନିକାଣ୍ଡର ପ୍ରାଥମିକ ତଦନ୍ତ...

ପିଲାମାନେ ବସିବାକୁ ବ୍ୟବହାର କରୁଥିବା ଟାୟାର କାରଣରୁ ନିଆଁ ଅଧିକ ବ୍ୟାପିଥିଲା ବୋଲି ଗୁଜୁରାଟ ମୁଖ୍ୟ ସଚିବ ଜେ.ଏନ ସିଂହ ରବିବାର ସୂଚନା ଦେଇଛନ୍ତି ।

By

Published : May 27, 2019, 8:36 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ସୁରତ: ଗୁଜୁରାଟ ତକ୍ଷଶୀଳା ଅଗ୍ନିକାଣ୍ଡ ମାମଲାରେ 2ଜଣଙ୍କୁ ଗିରଫ କରାଯିବା ସହ ନିଆଁ ବ୍ୟାପିବାର ମୁଖ୍ୟ କାରଣ ସମ୍ପର୍କରେ ପ୍ରାଥମିକ ତଦନ୍ତରୁ ଖୁଲାସା ହୋଇଛି । ପିଲାମାନେ ବସିବାକୁ ବ୍ୟବହାର କରୁଥିବା ଟାୟାର କାରଣରୁ ନିଆଁ ଅଧିକ ବ୍ୟାପିଥିଲା ବୋଲି ଗୁଜୁରାଟ ମୁଖ୍ୟ ସଚିବ ଜେ.ଏନ ସିଂହ ରବିବାର ସୂଚନା ଦେଇଛନ୍ତି ।

କୋଚିଙ୍ଗ ସେଣ୍ଟରରେ ଥିବା ଟାୟାର, ଫ୍ଲେକସ ଭଳି ଉଚ୍ଚ ଦହନଶୀଳ ସାମଗ୍ରୀ କାରଣରୁ ଏହା ନିଆଁରେ ଆହୁରି ପେଟ୍ରୋଲ ଢାଳିବା ଭଳି କାମ କରିଥିଲା । ଏହାସହ ଘଟଣାସ୍ଥଳରୁ ଦମକଳ ବାହିନୀ ଅନେକ ଦୂରରେ ରହିବା କାରଣରୁ ନିଆଁ ଲିଭା ପ୍ରକ୍ରିୟା ଅଭିଯାନ ମଧ୍ୟ ବିଳମ୍ବ ହୋଇଥିଲା ।

ଏନେଇ ରବିବାର ନିଆଁ ଲାଗିଥିବା ମହଲାର ମାଲିକ ହର୍ଷୁଲ ବେକାରିଆ ଓ ଜିଗ୍ନେଶ ପଘଦଲକୁ ଗିରଫ କରାଯାଇଛି । ଜେ.ଏନ ସିଂହ ପ୍ରାଥମିକ ତଦନ୍ତ ପରେ କହିଛନ୍ତି ଯେ, ଉଚ୍ଚ ଦହନଶୀଳ ସାମଗ୍ରୀର ବ୍ୟବହାର ଏବଂ କୋଚିଙ୍ଗ ସେଣ୍ଟରରେ ପିଲାମାନେ ବସିବାକୁ ଚେୟାର ରୂପେ ଟାୟାରକୁ ବ୍ୟବହାର କରାଯାଉଥିଲା । ଏହି କାରଣରୁ ନିଆଁ ଦେଖୁ ଦେଖୁ ଖୁବ କମ ସମୟ ଭିତରେ ଚାରିଆଡେ ବ୍ୟାପି ଯାଇଥିଲା ।

ଶୁକ୍ରବାର ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ମହଲା କୋଠା ବିଶିଷ୍ଟ ସବା ଉପର ମହଲାରେ ଥିବା ଆର୍ଟକୋଚିଂ ସେଣ୍ଟରର 22ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୧୪-୧୭ ବର୍ଷର ହେବେ । ନିଆଁ ତଳ ମହଲାରୁ ଆରମ୍ଭ ହୋଇଥିଲା ଏବଂ ଦେଖୁଦେଖୁ ଉପର ମହଲା ପହଞ୍ଚି ଯାଇଥିଲା । କିଛି ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବାକୁ ଯାଇ ମହଲାରୁ ତଳକୁ ଡେଇଁପଡି ମୃତ୍ୟୁବରଣ କରିଛନ୍ତି ।

ABOUT THE AUTHOR

...view details