ଓଡିଶା

odisha

ETV Bharat / bharat

ଆନ୍ତର୍ଜାତିକ ଯୋଗ ଦିବସ, ଯୋଗ କରୁଛି ଦେଶ ଓ ବିଶ୍ବ

ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସରକାରଙ୍କ ପ୍ରମୁଖ ଆୟୋଜନ ରାଞ୍ଚିରେ ଅନୁଷ୍ଠିତ ହୋଇଛି । ରାଞ୍ଚିର ପ୍ରଭାତତାରା ମୈଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାମିଲ ହୋଇଛନ୍ତି ୪୦ ହଜାରରୁ ଅଧିକ ଲୋକ ।

By

Published : Jun 21, 2019, 8:49 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଦିବସ ପ୍ରତିବର୍ଷ ଜୁନ 21 ତାରିଖରେ ପାଳନ କରାଯାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଯାପନ ପାଇଁ ଏହି ଦିବସର ଗୁରୁତ୍ବ ଅପରିହାର୍ଯ୍ୟ । ବିଶ୍ବବ୍ୟାପୀ ପାଳନ ହେଉଥିବା ଏହି ଦିବସ ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ପ୍ରସ୍ତାବ ଦେଇଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏହା ପରଠାରୁ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ବବ୍ୟାପୀ ପାଳିତ ହୋଇଆସୁଛି ।

ପଢନ୍ତୁ କେଉଁଠି ହେଉଛି ଯୋଗ ଦିବସ ପାଳନ...

  1. ରାଞ୍ଚି ପ୍ରଭାତ ତାରା ମୈଦାନରେ ପାଳିତ ହେଉଛି ଯୋଗ ଦିବସ । ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି କି ଯୋଗ ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ସମସ୍ତେ ଏହି ଦିବସରେ ଭାଗ ନେଇ ଏହାକୁ ସଫଳ କରିବା ନିହାତି ଜରୁରୀ । ଏନେଇ ପ୍ରଭାତ ତାରା ପଡିଆରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ।
  2. ଯୋଗ ଦିବସ ଅବସରରେ ଝାଡଖଣ୍ଡ ପ୍ରଧାନମନ୍ତ୍ରୀ ରାଞ୍ଚି ପ୍ରଭାତ ତାରା ପଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗାଭ୍ୟାସ କରୁଛନ୍ତି ।
  3. ଏହି ଦିବସକୁ ସଫଳ କରିବା ପାଇଁ ଦେଶର ସିକିମର ଆଇଟିବିପି ଯବାନ ମାନେ 19000 ହଜାର ଫୁଟ ଉଚ୍ଚତାରେ ରହି ବିଯୁକ୍ତ 15 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଯୋଗାଭ୍ୟାସ କରୁଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ଆଇଟିବିପି ଯବାନ 14000 ଫୁଟ ଉଚ୍ଚତାରେ ରହି ବିଯୁକ୍ତ 10 ଡିଗ୍ରୀ ସେଲସିୟସରେ ଯୋଗାଭ୍ୟାସ କରୁଛନ୍ତି ।
  4. ନେପାଳର ଭାରତୀୟ ଦୂତାବାସ ଦ୍ବାରା ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସର ଆୟୋଜନ କରାଯାଇଛି । ଏହାକୁ ନେପାଳର ଜାନକୀ ମନ୍ଦିରରେ ପାଳନ କରାଯାଉଛି ।
  5. ସମସ୍ତଙ୍କୁ ଯୋଗ ଦିବସ ବିଷୟରେ ଅବଗତ କରାଇଥିବା ଯୋଗଗୁରୁ ବାବା ରାମଦେବ ଏବେ ମହାରାଷ୍ଟ୍ରର ନାନ୍ଦେଡ ପଡିଆରେ । ବାବା ରାମଦେବଙ୍କ ସହ ଯୋଗାଭ୍ୟାସ କରୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ।
  6. ଇଣ୍ଡୋ- ତିବ୍ବତିଆନ ସୀମାରେ ମୁତୟନ ଥିବା ଅରୁଣାଚଳ ପ୍ରଦେଶର ନବମ ବାଟାଲିୟାନ ଦୀଗାରୁ ନଦୀରେ ଯୋଗାଭ୍ୟାସ କରୁଛନ୍ତି ।

ABOUT THE AUTHOR

...view details