ଓଡିଶା

odisha

ETV Bharat / bharat

ଦେଶରେ ଲକ୍ଷାଧିକ ଆଇସୋଲେସନ ବେଡ ଉପଲବ୍ଧ - corona update

ଡାକ୍ତର ଓ ନର୍ସଙ୍କ ସୁରକ୍ଷା ଉପରେ ଗୃହ ମନ୍ତ୍ରଣାଳୟ ବିଶେଷ ଧ୍ୟାନ ଦେଇଛି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଦେଶରେ ଲକ୍ଷାଧିକ ଆଇସୋଲେସନ ବେଡ ଉପଲବ୍ଧ
ଦେଶରେ ଲକ୍ଷାଧିକ ଆଇସୋଲେସନ ବେଡ ଉପଲବ୍ଧ

By

Published : Apr 11, 2020, 5:44 PM IST

ନୂଆଦିଲ୍ଲୀ: କୋରୋନା ବିରୋଧୀ ଲଢେଇରେ ଭାରତ ଖୁବ ସକ୍ରିୟ ରହିଛି । ସଠିକ ଓ ଉପଯୁକ୍ତ ଭାବେ ସମସ୍ତ ପ୍ରକାର ପଦ୍ଧତି ଅନୁସରଣ କରାଯାଉଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପ୍ରେସମିଟରେ ଏନେଇ ମନ୍ତ୍ରଣାଳୟର ଯୁଗ୍ମ ସମ୍ପାଦକ ଲଭ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ଲକ୍ଷାଧିକ ଆଇସୋଲେସନ ବେଡ ଉପଲବ୍ଧ ଅଛି । ଏହାସହ 586ଟି ସ୍ବତନ୍ତ୍ର କୋଭିଡ 19 ହସ୍ପିଟାଲ ଅଛି । ଏ ସମସ୍ତ ଜାଗାରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି ।

ଏହାସହ ଡାକ୍ତର ଓ ନର୍ସଙ୍କ ସୁରକ୍ଷା ଉପରେ ଗୃହ ମନ୍ତ୍ରଣାଳୟ ବିଶେଷ ଧ୍ୟାନ ଦେଇଛି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି ମନ୍ତ୍ରଣାଳୟ । ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କୁ ପୋଲିସ ସୁରକ୍ଷା ଦେବା ସହ କ୍ବାରେଣ୍ଟାଇନ ସେଣ୍ଟରରେ ମଧ୍ୟ ସୁରକ୍ଷା ବଢାଇବାକୁ ଅନୁରୋଧ କରିଛି । ନିକଟରେ ବିଭିନ୍ନ ଜାଗାରେ କିଛି ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ପରେ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details