ଓଡିଶା

odisha

ETV Bharat / bharat

ନିର୍ଭୟା ଘଟଣା, ତିହାର ଜେଲର ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - tihar jail approching the patiala house

ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ଫାଶି ଖୁଣ୍ଟରେ ଚଢାଇବା ପାଇଁ ପଟିଆଲା କୋର୍ଟକୁ ଭେଟି କଥା ହେଲେ ତିହାଡ ଜେଲ ପ୍ରଶାସନ । ଅନ୍ୟପଟେ ଆଉ କିଛି ସମୟ ପରେ ଏହି ମାମଲା ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

tihar jail approching the patiala house court
ନିର୍ଭୟା ଘଟଣା, ତିହାଡ ଜେଲର ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

By

Published : Feb 1, 2020, 5:52 PM IST

ନୂଆଦିଲ୍ଲୀ: ନିର୍ଭୟାଙ୍କୁ କେବେ ମିଳିବ ନ୍ୟାୟ? କେବେ ଫାଶୀଖୁଣ୍ଟରେ ଝୁଲିବେ 4 ସୈତାନ? ସଭିଁଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ସେମାନଙ୍କୁ ଫାଶି କେବେ ମିଳିବ । ଏପଟେ ଫାଶୀ ତାରିଖ ଘୁଞ୍ଚିବାରେ ଲାଗିଛି । ଅନ୍ୟପଟେ ଦୋଷୀ ବିନୟର ଦୟାଯାଚିକା ରାଷ୍ଟ୍ରପତି ଖାରଜ କରିବା ପରେ ତିହାଡ ଜେଲ ପ୍ରଶାସନ ଫାଶୀ ତାରିଖ ଘୋଷଣା କରିବା ପାଇଁ ଶନିବାର ପଟିଆଲା କୋର୍ଟ ସହ କଥାବାର୍ତ୍ତା ହୋଇଛନ୍ତି । ତିହାଡ ଜେଲର ଆବେଦନ ଉପରେ ଆଉ କିଛି ସମୟ ପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ ।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତିଙ୍କ ନିକଟରେ ଦୟାଯାଚିକା ଦାଏର କରିଛି । ଏହା ପୂର୍ବରୁ ରାଷ୍ଟ୍ରପତି ଦୋଷୀ ମୁକେଶ ଓ ବିନୟର ଦୟା ଯାଚିକା ଖାରଜ କରିସାରିଛନ୍ତି । ସେହିପରି ଦୋଷୀ ବିନୟ ଶର୍ମାର ମଧ୍ୟ ଯାଚିକା ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି । ଏପଟେ ଖୁବ ଶୀଘ୍ର 4 ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details