ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କଏଦୀଙ୍କ ସୁରକ୍ଷା ଦୃଷ୍ଟିରୁ ତିହାର ଜେଲ ପ୍ରଶାସନ ପୁଣି ଥରେ 60 ବର୍ଷରୁ ଉର୍ଦ୍ଧ୍ବ କଏଦୀଙ୍କୁ 8 ସପ୍ତାହ ଜରୁରୀକାଳୀନ ପାରୋଲରେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ 25 ରୁ 30 ଜଣ କଏଦୀ ଜେଲରୁ ବାହାରିବେ।
ତିହାର ପ୍ରଶାସନ ଏପର୍ଯ୍ୟନ୍ତ ବିଭିନ୍ନ କାରଣରୁ 1100 କଏଦୀଙ୍କୁ ମୁକ୍ତ କରିଛି। ଜେଲ ଅଧିକାରୀ କହିଛନ୍ତି ଯେ, କୋରୋନା ପ୍ରଥମେ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ସେଥିପାଇଁ ଜେଲରେ ଥିବା 60 ବର୍ଷରୁ ଅଧିକ କଏଦୀଙ୍କୁ ଜରୁରୀକାଳୀନ ପାରୋଲରେ ଛାଡି ଦିଆଯାଉଛି।