ଓଡିଶା

odisha

ETV Bharat / bharat

ଆଙ୍ଗୁଠି ଫୁଲି ଲାଲ୍ ପଡୁଛି କି ? ହୋଇପାରେ କୋରୋନା ଲକ୍ଷଣ ! - କୋଭିଡ୍ 19

ସଚେତନ ରୁହନ୍ତୁ। ଆଙ୍ଗୁଠି ନାଲି ହେବା ଆଉ ଫୁଲିଯିବା ଏକ ବଡ ବିପଦର ଲକ୍ଷଣ ହୋଇପାରେ। ରୋଗ ପ୍ରତିଷେଧକ ଟୀକା ତିଆରି କରିବା ସମୟରେ କେତେକ କଷ୍ଟ ଓ ବିପଦପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି। ଯାହା ଲକ୍ଷଣ ଠଉରେଇବା କଷ୍ଟକର ହୋଇପଡିଲାଣି।

thumb-redness-and-swelling-may-be-dangerous
ଆଙ୍ଗୁଠି ଫୁଲି ଲାଲ୍ ପଡୁଛି କି ? ହୋଇପାରେ କୋରୋନା ଲକ୍ଷଣ !

By

Published : May 4, 2020, 2:55 PM IST

ନୂଆଦିଲ୍ଲୀ: ସଚେତନ ରୁହନ୍ତୁ। ଆଙ୍ଗୁଠି ନାଲି ହେବା ଆଉ ଫୁଲିଯିବା ଏକ ବଡ ବିପଦର ଲକ୍ଷଣ ହୋଇପାରେ। ରୋଗ ପ୍ରତିଷେଧକ ଟୀକା ତିଆରି କରିବା ସମୟରେ କେତେକ କଷ୍ଟ ଓ ବିପଦପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି। ଯାହା ଲକ୍ଷଣ ଠଉରେଇବା କଷ୍ଟକର ହୋଇପଡିଲାଣି।

ଆମେରିକା ସମେତ ଅନ୍ୟ ଦେଶ ଗୁଡିକରେ ମଧ୍ୟ କିଛି ବ୍ୟକ୍ତିଙ୍କ ଆଙ୍ଗୁଠି ଫୁଲିକି ଲାଲ ପଡିଯିବା ମାମଲା ବଢ଼ିବାରେ ଲାଗିଛି, ଯାହାକୁ କୋଭିଡ୍-19 ଲକ୍ଷଣ ନାମରେ ନାମିତ କରାଗଲାଣି। ଏହି ରୋଗୀ ମାନଙ୍କର ଠାରେ ଏହାଛଡା ଅନ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳୁନି।

ଏହି ଲକ୍ଷଣ ଟି’କୁ ଗୁରୁତର ନ ମାନି ହାଲୁକା ରେ ନେଉଥିଲେ ଆପଣ ଭୟାଵହତାର ଶିକାର ହୋଇ ପାରନ୍ତି। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ଓ ଡାକ୍ତର ମାନେ ମଧ୍ୟ ଏହି ଲକ୍ଷଣଟିକୁ କୋରୋନା ସଂକ୍ରମଣର ମୂଳ କାରଣ ହେଇଥିବା ବୋଲି ସୂଚନା ଦେଇଛନ୍ତି।

ୟୁନିଭେର୍ସିଟି ଅଫ୍ କାଲିଫୋର୍ଣ୍ଣିଆ ର ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଲିଣ୍ଡି ଫାଂକ୍ସଙ୍କ ମତ ଯେ, ହାତ କିମ୍ବା ଗୋଡ ର ଆଙ୍ଗୁଠିରେ ଏମିତି ଲାଲ କିମ୍ୱା ବାଇଗେଣି ଚିହ୍ନ ସାତ ଦିନ ଦେଖିବାକୁ ମିଳିଥାଏ। ଯଦି ସାମାନ୍ୟ ପାଣିପାଗ ଖରାପ ହେଇ ଯାଏ, ତାହାଲେ ଏହି ପରି ରୋଗୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିବ। ସେ କହିଛନ୍ତି କି, ପୂର୍ବୁରୁ ଏହି ପରି ରୋଗୀମାନଙ୍କୁ ସେ ଚିକିତ୍ସା କରନ୍ତି କିନ୍ତୁ କିଛି ସପ୍ତାହ ପୁର୍ବୁରୁ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ପ୍ରବଳ ମାତ୍ର ରେ ବଢି ଚାଲିଛି।

ଡାକ୍ତର ଫାଂକ୍ସଙ୍କ କହିବା ଅନୁସାରେ ଏହି ଭଳି ଲକ୍ଷଣ ଗୋଟେ କିମ୍ବା ଦୁଇଟା ଗୋଡରେ ଦେଖାଦେଇ ପାରେ। ଏହି ରୋଗରେ ପାଦ ଅସହାୟ କଷ୍ଟ ସହ ପାଦ ପୋଡିବା ଏବଂ ଅତିରିକ୍ତ କୁଣ୍ଡେଇ ହଵା ଭଳି ଲକ୍ଷଣ ଦେଖା ଯାଇଥାଏ। ସ୍ପେନ ବେଲଜିଅମ୍ ଆଉ ଇଟାଲୀର ବୈଜ୍ଞାନିକ ଓ ଚିକିତ୍ସାକଙ୍କ ଏହି ପରି ମାମଲା ଅଧିକ ଶିଶୁ ଯୁବକ ଓ କୈଶୋରମାନଙ୍କ ଦେହ ରେ ଦେଖିବାକୁ ମିଳୁଛ ବୋଲି ସୂଚନା ଦେଇଛନ୍ତି। ତେବେ ନିମ୍ନରେ ଥିବା କେତେ ନିର୍ଦ୍ଦେଶାବଳୀକୁ ମାନିବାକୁ ଡାକ୍ତର ମତ ଦିଅନ୍ତି।

-ଏହି ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲ ଯାନ୍ତୁ ନାହିଁ

-ଏଥିରୁ ଆପଣଙ୍କୁ କିମ୍ବା ଅଲଗା ଲୋକ ଙ୍କୁ ସଂକ୍ରମଣ ର ବିପଦ ରହିଥାଏ

-ହସ୍ପିଟାଲ ଯିବା ପୁର୍ବୁରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

-ଡାକ୍ତରଙ୍କୁ ଆଙ୍ଗୁଠି କିମ୍ବା ଆଙ୍ଗୁଳି ର ଫୋଟୋ ପଠାନ୍ତୁ

-ଘର ଓ ଅନ୍ୟ ସଦସ୍ୟ ଙ୍କୁ ସେଇ ଆଙ୍ଗୁଠି ବା ଆଙ୍ଗୁଳିକୁ ଛୁଇଁବାକୁ ମନ କରନ୍ତୁ

ABOUT THE AUTHOR

...view details