ଓଡିଶା

odisha

ETV Bharat / bharat

ଷ୍ଟଣ୍ଟ କରି ଜେଲ ଗଲେ ତିନି ଯୁବକ

ଷ୍ଟଣ୍ଟ କରି ମାମୁଁଘର ଗଲେ 3 ଯୁବକ । ମୁମ୍ବାଇ କାର୍ଟର ରୋଡରେ କରୁଥିଲେ ଷ୍ଟଣ୍ଟ । ସୋସିଆଲ ମିଡିଆରେ ହୋଇଥିଲା ଭିଡିଓ ଭାଇରାଲ ।

By

Published : Jun 10, 2019, 2:00 PM IST

ଫଟୋ ସୌଜନ୍ୟ : ଏଏନଆଇ

ମୁମ୍ବାଇ: ଷ୍ଟଣ୍ଟ କରିବା ପଡିଲା ମହଙ୍ଗା । ଭିଡିଓ ଦେଖି ବାନ୍ଧିନେଲେ ମାମୁଁ । ଜୀବନକୁ ବାଜି ଲଗାଇ ଦ୍ରୁତଗତିରେ କାର ଚଳାଇ କରୁଥିଲେ ଷ୍ଟଣ୍ଟ । ମୁମ୍ବାଇ କାର୍ଟର ରୋଡରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ ।

କିଛି ଯୁବକ ଦ୍ରୁତ ଗତିରେ କାର ଚଳାଇବା ସହ କାର ଭିତରୁ ଦେଖାଉଥିଲେ ବଲିଉଡ ଷ୍ଟାଇଲର ବିଭିନ୍ନ ପ୍ରକାର ଷ୍ଟଣ୍ଟ । ଆଉ ଅନ୍ୟ ଏକ କାରରେ ଷ୍ଟଣ୍ଟ କରୁଥିବା ଯୁବକମାନଙ୍କ ବନ୍ଧୁ ରହି ବନାଉଥିଲେ ଭିଡିଓ । ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏମାନଙ୍କ ଉପରେ ନେଇଥିଲା କାର୍ଯ୍ୟାନୁଷ୍ଠାନ ।

ଏମାନଙ୍କ ଭିତରୁ 3 ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବା ସହ କାରକୁ ଜବତ କରିଥିଲା ପୋଲିସ । ବିଚାର ପରେ ତିନି ଜଣଙ୍କୁ ଜାମିନରେ ଛାଡି ଦିଆଯାଇଛି ।

For All Latest Updates

ABOUT THE AUTHOR

...view details