ଭୋପାଳ: ତିନି ଜଣ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଭୋପାଳ ଭିତ୍ତିକ ଖବରକାଗଜର 68 ବର୍ଷିୟ ମାଲିକଙ୍କ ସମେତ 6 ଜଣଙ୍କ ବିରୋଧରେ ଏତଲା ଦାଏର କରିଛି ମଧ୍ୟପ୍ରଦେଶ ପୋଲିସ । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଇନ୍ଦୋରରେ 3ଟି ଏତଲା ଦାଏର ହୋଇଥିବା ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି ।
ଆଇପିସିର ଧାରା 376 ଏବଂ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଖବରକାଗଜ କମ୍ପାନୀର ମାଲିକ ପ୍ୟାରେ ମିଆଁ ଏବଂ ତାଙ୍କର 5 ଜଣ ସହଯୋଗୀଙ୍କ ବିରୋଧରେ ଏତଲା ଦାଏର ହୋଇଥିବା ନେଇ ପାଲାସିଆ ଥାନା ଦାୟିତ୍ବରେ ଥିବା ବିନୋଦ ଦୀକ୍ଷିତ କହିଛନ୍ତି।