ଡେରାଡୁନ: ବାବା କେଦାରନାଥଙ୍କ କୃପା କିଏ ବା ନ ପାଇବାକୁ ଚାହେଁ । କେଦାରନାଥ ଯାତ୍ରା କଠିନ ହେଲେ ସୁଦ୍ଧା ବାବା ଭୋଲେନାଥଙ୍କ ଦର୍ଶନ ପାଇଁ ଭକ୍ତମାନ କାହିଁ କେତେ ଦୂରୁ କେଦାରନାଥ ଧାମକୁ ଚାଲି ଆସନ୍ତି । ତେବେ ଚଳିତ ବର୍ଷ କେଦାରନାଥ ଧାମରେ ଏଯାଏଁ 63 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଲାଣି । ସେମାନଙ୍କ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ ।
ତେବେ ଆଜି କେଦାରନାଥ ଧାମରେ ଜଣେ ତୀର୍ଥଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ରୁଦ୍ରପୁର ସ୍ଥିତ ସିକ୍ସ ସିଗ୍ମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତ ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତକ ଜଣକ ହେଲେ 68ବର୍ଷୀୟ ଚିନ୍ତାମଣି ଜୋଶୀ ପିଥୌରଗଡ ବାସିନ୍ଦା ।
ଚଳିତବର୍ଷ କେଦାରନାଥରେ ଚାଲିଗଲାଣି 63 ଶ୍ରଦ୍ଧାଳୁଙ୍କ ଜୀବନ - ବାବା କେଦାରନାଥ
ଚଳିତବର୍ଷ କେଦାରନାଥ ଧାମରେ ଏଯାଏଁ 63 ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇ ସାରିଛି । ତେବେ ଆଜି ନିଜର ପରିବାର ସଦସ୍ୟଙ୍କ ସହ କେଦାରନାଥ ଧାମକୁ ଆସିଥିବା ପିଥୌରଗଡ ବାସିନ୍ଦା 68ବର୍ଷୀୟ ଚିନ୍ତାମଣି ଜୋଶୀଙ୍କ ମୃତ୍ୟୁ ହୋଇଛି । ହଠାତ୍ ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।
kedarnath dham
ସୂଚନାମୁତାବକ, ଚଳିତବର୍ଷ କେଦାରନାଥ ଧାମର କବାଟ ଭକ୍ତମାନଙ୍କ ପାଇଁ ଯେବେ ଠାରୁ ଖୋଲା ଯାଇଛି, ସେବେଠୁ ଏହି ଧାମରେ ତୀର୍ଥଯାତ୍ରୀଙ୍କ ବେଶ୍ ସମାଗମ ହେବାର ଲାଗିଛି । ତେବେ ଏଯାଏଁ ବିଭିନ୍ନ କାରଣରୁ 63ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ସେମାନଙ୍କ ମଧ୍ୟରେ 7ଜଣ ଯାତ୍ରୀଙ୍କ ଦୁର୍ଘଟଣାରେ ପ୍ରାଣ ଚାଲିଯାଇଥିବାବେଳେ ଅନ୍ୟ 56ଜଣଙ୍କ ହଠାତ୍ ଅସୁସ୍ଥ ହେବା କାରଣ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଏହି ସମସ୍ତ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି ।