ଓଡିଶା

odisha

ETV Bharat / bharat

କୁନି ଝିଅ କାନ୍ଦିବା ଫଟୋକୁ ମିଳିଲା ‘ୱାର୍ଲଡ ପ୍ରେସ ଫଟୋ’ ପୁରସ୍କାର - ୱାଲର୍ଡ ପ୍ରେସ ଫଟୋ

କାନ୍ଦୁଥିବା ବେଳେ ନିଆଯାଇଥିବା ଏକ ଶିଶୁର ଫଟୋକୁ ‘ୱାର୍ଲଡ ପ୍ରେସ ଫଟୋ’ ପୁରସ୍କାର ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ST foreign desk

By

Published : Apr 12, 2019, 12:53 PM IST

ଆମଷ୍ଟେରଡମ୍‌: ଆମେରିକାରେ ଅସହାୟ ଭାବେ କାନ୍ଦୁଥିବା ଏକ କୁନି ଝିଅର ଫଟୋକୁ ‘ୱାଲର୍ଡ ପ୍ରେସ ଫଟୋ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଫଟୋଟି ସେତେବେଳେ ନିଆଯାଇଥିଲା ଯେତେବେଳେ ଶିଶୁଟିର ମାକୁ ଆମେରିକାର ପୋଲିସ ଅଧିକାରୀମାନେ ହେପାଜତକୁ ନେଇ ଯାଞ୍ଚ କରୁଥିଲେ ।

ଏହି ଫଟୋଟି ବିଶିଷ୍ଟ ଫଟୋଗ୍ରାଫର ଜନ୍‌ ମୁର୍‌ ଉଠାଇଥିବା ଜର୍ଜ କହିଛନ୍ତି । ଗତ ବର୍ଷ ଆମେରିକା- ମେକ୍ସିକନ ସୀମାରେ ସାଣ୍ଡ୍ରା ସାନଚିଜ୍ ଓ ତାଙ୍କ ଝିଅ ଅବୈଧ ଭାବେ ଆମେରିକାରେ ପ୍ରବେଶ କରୁଥିଲେ । ସେହି ସମୟରେ ଆମେରିକା ଅଧିକାରୀ ମାନେ ସାଣ୍ଡ୍ରାଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ । ସେହି ସମୟରେ ତାଙ୍କ ଝିଅ କାନ୍ଦୁଥିବା ବେଳେ ଏହି ଫଟୋଟି ଉଠା ଯାଇଥିଲା । ସେହି ସମୟରେ ଏହି ଫଟୋକୁ ନେଇ ସାରା ଦୁନିଆରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ABOUT THE AUTHOR

...view details