ପାଟନା: ଶ୍ରାବଣ ମାସରେ ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଭିଡ ଲାଗିଥାଏ । ପାଣି ଢାଳି ଫୁଲ, ଚନ୍ଦନ, ବେଲପତ୍ର, ଭାଙ୍ଗ, କ୍ଷୀର ଦେଇ ଭକ୍ତମାନେ ଉପବାସ ବ୍ରତ ରଖି ପୂଜା କରିଥାନ୍ତି । ହେଲେ ଦେଶରେ ଏମିତି ଏକ ଶୈବ ପୀଠ ରହିଛି ଯେଉଁଠି ଶ୍ରାବଣରେ ପୂଜା କରାଯାଏନାହିଁ ।
ସୂଚନାନୂସାରେ, ବିହାର ରାଜ୍ୟର ନବାଦା ଜିଲ୍ଲାର ବେରୌଟାରେ ଥିବା ପ୍ରାଚୀନ ଶିବଲିଙ୍ଗରେ ଶ୍ରାବଣ ମାସରେ ପୂଜା କରାଯାଇନଥାଏ । ଏହି ଶିବ ଲିଙ୍ଗ ବର୍ଷକୁ ଥରେ ମାତ୍ର ହୋଲି ପର୍ବରେ ପୂଜା କରାଯାଇଥାଏ । ତେବେ ସ୍ଥାନୀୟ ଲୋକଙ୍କ କହିବାନୂଯାୟୀ, ପ୍ରଶାସନର ଅବହେଳା ଯୋଗୁ୍ଁ ଏହି ଶିବ ଲିଙ୍ଗ ଖୋଲା ଆକାଶତଳେ ପୂଜା ପାଉଛି । ଏଥିପାଇଁ କୌଣସି ମନ୍ଦିର ନିର୍ମାଣ କରାଯାଇନାହିଁ । ଖାଲି ସେତିକି ନୁହେଁ ଏହାକୁ ପୂଜା କରିବାପାଇଁ ମଧ୍ୟ କୌଣସି ପୂଜକ ନାହାନ୍ତି ।