ଓଡିଶା

odisha

ETV Bharat / bharat

ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ: ଜାଣନ୍ତୁ ଭାରତ ଉପରେ ଏହାର ପ୍ରଭାବ... - ଚନ୍ଦ୍ରଗ୍ରହଣ

ଜୁଲାଇ 5 ରେ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି । ଦିନରେ ଚନ୍ଦ୍ରଗ୍ରହଣ ହେବା କାରଣରୁ ଭାରତରେ ଦୃଶ୍ୟମାନ ହେବନାହିଁ । ଅଧିକ ପଢନ୍ତୁ...

ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ
ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ

By

Published : Jul 5, 2020, 6:00 AM IST

ହାଇଦ୍ରାବାଦ: ଜୁଲାଇ 5 ରେ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି । ଭାରତୀୟ ସମୟ ଜୁଲାଇ 5 ସକାଳ 8ଟା 37ରେ ଆରମ୍ଭ ହେବ ଓ 9ଟା 59 ବେଳକୁ ଶୀର୍ଷରେ ପହଞ୍ଚିବ । ଏହା 2 ଘଣ୍ଟା 45 ମିନିଟ୍ ପର୍ଯ୍ୟନ୍ତ ଚାଲିବ, ଯାହା ପରେ ଚନ୍ଦ୍ରଗ୍ରହଣ ଜୁଲାଇ 5 ରେ ଦିନ 11ଟା 22ରେ ଶେଷ ହେବ । ଦିନରେ ଚନ୍ଦ୍ରଗ୍ରହଣ ହେବା କାରଣରୁ ଭାରତରେ ଦୃଶ୍ୟମାନ ହେବନାହିଁ ।

ଗୁରୁ ପୂର୍ଣ୍ଣିମାରେ ହେଉଥିବା ଚନ୍ଦ୍ରଗ୍ରହଣ ଆଂଶିକ ଗ୍ରହଣ ଲାଗିବ ଓ ଏହା ଭାରତରେ ଦେଖାଯିବ ନାହିଁ, ତେଣୁ ଜ୍ୟୋତିଷଙ୍କ ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ। ଏହି ଚନ୍ଦ୍ରଗ୍ରହଣ ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଓ ଏସିଆର କିଛି ଅଂଶରେ ଦେଖାଯିବ ।

ଗୁରୁ ପୂର୍ଣ୍ଣିମା ପର୍ବ ପାଳନ କରାଯାଇଛି। ତେବେ ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଭାରତ ଉପରେ ପ୍ରଭାବଶାଳୀ ହେବ ନାହିଁ। ଯଦି ଏହି ଚନ୍ଦ୍ରଗ୍ରହଣ ଧନୁ ରାଶିରେ ଘଟିଥାନ୍ତା ତେବେ ଏହି ସମୟ ମଧ୍ୟରେ ଧନୀ ଲୋକଙ୍କ ଧନ ଉପରେ ସଙ୍କଟ ଦେଖାଯିବାର ଆଶଙ୍କା ଥିଲା । ତେବେ ଏହି ସମୟରେ ଗୁରୁ ପୂର୍ଣ୍ଣିମା ଉପରେ ପୂଜା କରାଯାଇପାରିବ।

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ, ଏହି ଚନ୍ଦ୍ରଗ୍ରହଣ ଆମେରିକାର ସ୍ବାଧିନତା ଦିବସ ଅର୍ଥାତ ଜୁଲାଇରେ 5ରେ ହେବାକୁ ଯାଉଛି । ଗତ ଏକ ମାସ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ଚନ୍ଦ୍ରଗ୍ରହଣ ଘଟିଛି। 1 ଜୁନରେ ଚନ୍ଦ୍ରଗ୍ରହଣ ମଧ୍ୟ ହୋଇଥିଲା । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀରେ ହୋଇଥିଲା । ଚଳିତ ବର୍ଷ ମୋଟ 3 ଥର ଚନ୍ଦ୍ରଗ୍ରହଣ ହୋଇଛି ।

ଛାୟା ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ସମ୍ପୂର୍ଣ୍ଣ କଳା ନୁହେଁ, କେବଳ ଏହାର ଆକୃତି ଅସ୍ପଷ୍ଟ ଦେଖାଯାଏ । ଏପରି ପରିସ୍ଥିତିରେ ଚନ୍ଦ୍ରର ଉଜ୍ବଳତା କମିଯାଏ କିମ୍ବା କ୍ଷୀଣ ହୋଇଯାଏ । ତେଣୁ ଏହାକୁ ଛାୟା ଚନ୍ଦ୍ରଗ୍ରହଣ କୁହାଯାଏ । ଯଦି ପୂର୍ଣ୍ଣିମା ରାତିରେ ଆକାଶ ସ୍ବଚ୍ଛ ତେବେ ଆପଣ ଚନ୍ଦ୍ର ଆଲୋକ ରାତିରେ ଚନ୍ଦ୍ରକୁ ଦେଖି ଖାଦ୍ୟ ଖାଇ ପାରିବେ କାରଣ ଏହି ଚନ୍ଦ୍ରଗ୍ରହଣ ସମୟରେ କୌଣସି ପ୍ରକାରର ଧାର୍ମିକ ନିଷେଧାଦେଶ ନାହିଁ ।

ଜୁନ 5ରୁ ଜୁଲାଇ 5 ମଧ୍ୟରେ ଏହା ହେଉଛି ତୃତୀୟ ଚନ୍ଦ୍ରଗ୍ରହଣ । ଜ୍ୟୋତିଷଙ୍କ ଅନୁଯାୟୀ, ଗୋଟିଏ ମାସରେ 3 ଟି ଚନ୍ଦ୍ରଗ୍ରହଣ ଘଟଣାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏହାର ପ୍ରଭାବ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ଚନ୍ଦ୍ରଗ୍ରହଣକୁ ଆମେ ଖୋଲା ଆଖିରେ ଦେଖିପାରିବ । ମାତ୍ର ସୂର୍ଯ୍ୟଗ୍ରହଣରେ ଦେଖିବା ସମ୍ଭବ ନୁହେଁ ।

ଚନ୍ଦ୍ରଗ୍ରହଣ ପୂର୍ବରୁ ସୁତକ୍ ଅବଧି ଆରମ୍ଭ ହୁଏ । ତେଣୁ ସୁତକ୍ ଅବଧି ପରେ କିଛି ଖାଇବା ଉଚିତ୍ ନୁହେଁ । ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କୁ ସାତ୍ତ୍ବିକ ଖାଦ୍ୟ ଦିଆଯାଏ । ପାଣି ପିଇବାବେଳେ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ବିଶ୍ବାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ପୁଷ୍ଟିକର ଖାଦ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ABOUT THE AUTHOR

...view details