ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ ପାଇଁ ମାରାତ୍ମକ ଏହି ସବୁ ୱେବସାଇଟ, କରନ୍ତୁ ନାହିଁ ସର୍ଚ୍ଚ

କୋରୋନା ଭାଇରସ ସଂକ୍ରାନ୍ତରେ ଅଧିକ ଅପଡେଟ ପାଇଁ ବିଭିନ୍ନ ୱେବସାଇଟ ସର୍ଚ୍ଚ କରୁଛନ୍ତି । ଏହାର ଫାଇଦା ନେବା ପାଇଁ ଅନେକ ସାଇବର ଅପରାଧୀ ନୂଆ ନୂଆ କୌଶଳ ଗ୍ରହଣ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ କିଛି ୱେବସାଇଟ ଲିଙ୍କ ଜାରି କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 27, 2020, 9:42 PM IST

ନୂଆଦିଲ୍ଲୀ: କୋରୋନା ବିରୋଧୀ ଲଢେଇରେ ସାରା ଦେଶ 21 ଦିନ ପାଇଁ ଲକଡାଉନରେ । ଏପରି ସମୟରେ ଲୋକମାନେ ଘରେ ଇଣ୍ଟରନେଟର ବହୁଳ ବ୍ୟବହାର ବଢିଛି । ଏହାସହ ଅଧିକାଂଶ କୋରୋନା ଭାଇରସ ସଂକ୍ରାନ୍ତରେ ଅଧିକ ଅପଡେଟ ପାଇଁ ବିଭିନ୍ନ ୱେବସାଇଟ ସର୍ଚ୍ଚ କରୁଛନ୍ତି । ଏହାର ଫାଇଦା ନେବା ପାଇଁ ଅନେକ ସାଇବର ଅପରାଧୀ ନୂଆ ନୂଆ କୌଶଳ ଗ୍ରହଣ କରିଛନ୍ତି । ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସର ସାଇବର କ୍ରାଇମ ବ୍ରାଞ୍ଚ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ କିଛି ୱେବସାଇଟ ଲିଙ୍କ ଜାରି କରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@DCP_CCC_Delhi

ପୋଲିସ କହିଛି ଯେ ଏହି ୱେବସାଇଟ୍ ଗୁଡିକ ଖୋଲିଲେ ନିଜର ବ୍ୟକ୍ତିଗତ ସୂଚନା ଚୋରି ହେବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ ।

ଏହା ସହ ସାଇବର ଶାଖା ପକ୍ଷରୁ କୁହାଯାଇଛି ଯେ, ଯଦି ତୁମ ସହିତ କିମ୍ବା ପରିଚିତଙ୍କ ସହ କୌଣସି ଠକେଇ ଘଟେ, ତୁମେ ତୁରନ୍ତ ଏହାକୁ ସାଇବର ସେଲକୁ ରିପୋର୍ଟ କରିପାରିବ |

ଯଦି ଆପଣ କୌଣସି ପ୍ରକାରର ଇମେଲ୍ ପାଆନ୍ତି, ତେବେ ଆଦୌ ଭୟ ନକରି ସାଇବର ଶାଖାକୁ ଅବଗତ କରାନ୍ତୁ ।

କିଛି ୱେବସାଇଟ୍ ର ଏକ ତାଲିକା.....

coronavirusstatus[.]space

coronavirus-map[.]com

blogcoronacl.canalcero[.]digital

coronavirus[.]zone

coronavirus-realtime[.]com

coronavirus[.]app

bgvfr.coronavirusaware[.]xyz

oronavirusaware[.]xyz

corona-virus[.]healthcare

survivecoronavirus[.]org

vaccine-coronavirus[.]com

coronavirus[.]cc

bestcoronavirusprotect[.]tk

coronavirusupdate[.]tk

ABOUT THE AUTHOR

...view details