ଓଡିଶା

odisha

ତମ୍ବା ପାତ୍ରରେ ରଖନ୍ତୁନି ଏହି ସବୁ ଖାଦ୍ୟ, ଯାଇପାରେ ଜୀବନ !

ତମ୍ବା ପାତ୍ରରେ ଖାଦ୍ୟ ରଖି ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଅନେକ ଫାଇଦା । ତେବେ କେତେକ ଖାଦ୍ୟ ପଦାର୍ଥ ରଖିବା ଦ୍ବାରା ଏହା ବିଷ ପାଲଟିଯାଇଥାଏ ।

By

Published : Jun 20, 2019, 9:20 AM IST

Published : Jun 20, 2019, 9:20 AM IST

ପ୍ରତିକାତ୍ମକ ଫଟୋ

ତମ୍ବା ପାତ୍ରରେ ପାଣି ପିଇବା ଓ ଖାଦ୍ୟ ସେବନ କରିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଏହା ଯେତିକି ଭଲ ଫଳ ଦେଇଥାଏ ସେତିକି କ୍ଷତି ମଧ୍ୟ ପହଞ୍ଚାଇଥାଏ । ତେବେ ଖାଦ୍ୟ ଓ ପାନୀୟ ଭିତରେ ଏମିତି କିଛି ପଦାର୍ଥ ଅଛି, ଯାହା ତମ୍ବା ପାତ୍ରରେ ରଖି ଆଦୌ ଖାଇବା କଥା ନୁହଁ । ନଚେତ ତାହା ବିଷ ସମାନ ହୋଇଯାଇଥାଏ ।

ଏହି ପାତ୍ରରେ କପର ଧାତୁ ରହିଥାଏ । ଯାହା କିଛି ଖାଦ୍ୟ ପଦାର୍ଥ ସହ ମିଶି ପ୍ରତିକ୍ରିୟା ହୋଇଥାଏ । ଆଉ ଏହି ପ୍ରତିକ୍ରିୟା ଯୋଗୁଁ ଏହି ପାତ୍ରରେ ଖାଦ୍ୟ ରଖି ଖାଇଲେ ଫୁଡ ପଏଜନିଙ୍ଗ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ରଖିବା ଦ୍ବାରା ତାହା ବିଷାକ୍ତ ହୋଇଯାଇଥାଏ ।

1.ତେବେ ତମ୍ବା ପାତ୍ରରେ କ୍ଷୀରକୁ ଆଦୌ ରଖନ୍ତୁ ନାହିଁ । କାରଣ ଏହା ବିଷ ପାଲଟି ଯାଇଥାଏ । ଏହାକୁ ପିଇବା ଦ୍ବାରା ଫୁଡ ପଏଜନିଙ୍ଗର ହୋଇଥାଏ ।

2. ଦହି ଖାଇବା ଦ୍ବାରା ଶରୀରକୁ ଅନେକ ଫାଇଦା ହୋଇଥାଏ । ତେବେ ତମ୍ବା ପାତ୍ରରେ ଦହି ରଖି ଖାଇବା ଦ୍ବାରା ଏହା ବିଷରେ ପରିଣତ ହୋଇଥାଏ । ତେଣୁ ତମ୍ବା ପାତ୍ରରେ ଭୁଲରେ ମଧ୍ୟ ଦହି ରଖନ୍ତୁ ନାହିଁ ।

3. କ୍ଷୀର ଓ ଦହି ପରି ଆଚାର ମଧ୍ୟ ରଖନ୍ତୁ ନାହିଁ । କାରଣ ଆଚାରରେ ସିରକାର ପରିଣାମ ଅଧିକ ରହିଥାଏ । ଏହାକୁ ତମ୍ବା ପାତ୍ରରେ ରଖିବା ଦ୍ବାରା ଏହା ପ୍ରତିକ୍ରିୟା ଦେଖାଇଥାଏ, ଯାହା ଆପଣଙ୍କ ଶରୀର ପ୍ରତି ହାନିକାରକ ହୋଇଥାଏ ।

4. ସେହିପରି ଖଟା ଯୁକ୍ତ ଫଳ ମଧ୍ୟ ଏହି ପାତ୍ରରେ ଖନ୍ତୁ ନାହିଁ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥାଏ ।

For All Latest Updates

ABOUT THE AUTHOR

...view details