ଓଡିଶା

odisha

ETV Bharat / bharat

ଏହି ସବୁ ଖାଦ୍ୟ ଖାଆନ୍ତୁ, ରକ୍ତହୀନତା ଠାରୁ ଦୂରେଇ ରୁହନ୍ତୁ - juce

ସବୁଦିନ ନିଜ ଖାଇବାରେ ସବୁଜ ପନିପରିବା ଖାଆନ୍ତୁ ପାଖ ମାଡିବନି କୌଣସି ରୋଗ ।

ପ୍ରତିକାତ୍ମକ ଫଟୋ

By

Published : Jun 16, 2019, 4:14 AM IST

ମଣିଷ ତାର ଦୈନନ୍ଦିନ ଜୀବନରେ କାମର ବ୍ୟସ୍ତତା ଭିତରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାଏ । ଯେଉଁଥିପାଇଁ ସେ ଅନେକ ଶାରୀରିକ ସମସ୍ୟା ଭୋଗିଥାଏ । ତେବେ ଏହା ମଧ୍ୟରୁ ଶରୀରେ ରକ୍ତ ହୀନତା ଦେଖାଯିବା ମୁଖ୍ୟ ସମସ୍ୟା । ତେବେ କିପରି ବଞ୍ଚିବେ ଏଥିରୁ ଆସନ୍ତୁ ଜାଣିବା ।

1. ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବାପାଇଁ ଗାଜର ଓ ବିଟର ଜୁସ ପିଇବା ସହ ସାଲାଡ ଖାଆନ୍ତୁ ଯଦ୍ବାରା ରକ୍ତହିନତା ଦେଖାଯାଇନଥାଏ ।

2. ଟମାଟର ଅତ୍ୟଧିକ ମାତ୍ରାରେ ସେବନ କରିବା ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଏହାକୁ ଜୁସ କରିମଧ୍ୟ ଆପଣ ପିଇ ପାରିବେ ।

3. ଆପଣ ଜାଣିଥିବେ ଅଁଳା କୋଳିରେ ଅନେକ ଔଷଧୀୟ ଗୁଣ ରହିଛି । ତେବେ ଏକ ଗ୍ଲାସ କ୍ଷୀର ସହ ଅଁଳାର ଏକ ଖଣ୍ଡକୁ ନେଇ ଖାଇବା ଦ୍ବାରା ଏହା ଶରୀରକୁ ଆକ୍ଟିଭ ରଖିବା ସହ ଶରୀରେ ରକ୍ତର ପରିମାଣକୁ ମଧ୍ୟ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ।

4. ସବୁଠୁ ବେଶୀ ଲାଭ ଦାୟକ ଫଳ ହେଉଛି ଡାଳିମ୍ବ । ଏହାକୁ ଜୁସ କରି ପିଇବା ଦ୍ବାରା ଶରୀରରେ ଆଇରନର ମାତ୍ରା ବୃଦ୍ଧି ପାଇଥାଏ । ଏହାସହ ପ୍ରତ୍ୟକ ଦିନ ସକାଳୁ 1 ଗ୍ଲାସ କ୍ଷୀରରେ ଖଜୁରୀ ପାଉଡର ଗୋଳାଇ ପିଇବା ମଧ୍ୟ ସବୁଠୁ ଭଳ ଉପାୟ ।

5. ଏହାସହ ଆମ ଦୈନନ୍ଦିନ ଜୀବନରେ ସବୁଜ ପନିପରିବାକୁ ବହୁଳ ମାତ୍ରାରେ ଖାଇବା ଉଚିତ । ଏହା ଦ୍ବାରା ଆମ ଶରୀରକୁ ପ୍ରୋଟିନ ଓ ଭିଟାମିନ ମିଳିବା ରକ୍ତର ପରିମାଣ ବଢିଥାଏ ।

For All Latest Updates

ABOUT THE AUTHOR

...view details