ଓଡିଶା

odisha

ETV Bharat / bharat

ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ..

ପୂର୍ବରୁ ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଟ୍ରମ୍ପ ପ୍ରଶାସନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି । ଏହାସହ ଆଗକୁ ବାଇଡେନଙ୍କ ସହ ମଧ୍ୟ ବାଣିଜ୍ୟକ ସମ୍ପର୍କରେ ଭଲ ସମ୍ପର୍କ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

By

Published : Dec 14, 2020, 6:54 AM IST

ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଟ୍ରମ୍ପ ପ୍ରଶାସନ ଗମ୍ଭୀର କଥାବାର୍ତ୍ତା ଜୟଶଙ୍କର
ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଟ୍ରମ୍ପ ପ୍ରଶାସନ ଗମ୍ଭୀର କଥାବାର୍ତ୍ତା ଜୟଶଙ୍କର

ନୂଆଦିଲ୍ଲୀ: ବାଣିଜ୍ୟ ପ୍ରସଙ୍ଗରେ ଭାରତ ଏବଂ ଟ୍ରମ୍ପ ପ୍ରଶାସନ ମଧ୍ୟରେ ଅତ୍ୟନ୍ତ ଗମ୍ଭୀର କଥାବାର୍ତ୍ତା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ଏଥିସହିତ ବାଇଡେନ ପ୍ରଶାସନ ସହ ଏହି ପ୍ରସଙ୍ଗ ଗୁଡ଼ିକ ଉପରେ ଗମ୍ଭୀର ଭାବରେ ଆଲୋଚନା ହେବ ବୋଲି ସେ ଆଶା କରିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆଲୋଚନାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମତଭେଦ ଦୂର କରିବାକୁ ଗୁରୁତ୍ୱ ଦିଆଯାଉଛି।

ଶିଳ୍ପ ସଂସ୍ଥା ଫିକିର ବାର୍ଷିକ ଅଧିବେଶନରେ ଜୟଶଙ୍କର କହିଛନ୍ତି ଯେ, ଆମେରିକାର ଅର୍ଥନୀତି ବ୍ୟାପକ ଭାବରେ ଏକ ସଂପନ୍ନ ଅର୍ଥନୀତି ଏବଂ ଉଭୟ ପକ୍ଷ ମଧ୍ୟରେ କୌଣସି ମୁକାବିଲା ନାହିଁ, ଯଦିଓ କେତେକ କ୍ଷେତ୍ରରେ ବାଧା ଉପୁଜିଛି। ସେ କହିଛନ୍ତି ଯେ, ବାଣିଜ୍ୟ ସମସ୍ୟାର ସମାଧାନ ପାଇଁ ଆମ ସରକାର ଏବଂ ଟ୍ରମ୍ପ ପ୍ରଶାସନ ମଧ୍ୟରେ ବହୁତ ଗମ୍ଭୀର ଆଲୋଚନା ହୋଇଛି । ମତେ ଲାଗୁଛି ଉଭୟ ପାର୍ଶ୍ୱରେ ଏକ ସାଧାରଣ ଚିନ୍ତାଧାରା ଥିଲା ଆଉ ତାହା ହେଉଛି ‘ଚାଲ କିଛି ବଡ କରିବା ପୂର୍ବରୁ ମତଭେଦକୁ ସାମ୍ନା କରିବା’ ।

ସେ ଆହୁରି କହିଛନ୍ତି ଯେ, ଅନେକ କାରଣ ଯୋଗୁଁ ସେ ଏହାକୁ ସଂପୂର୍ଣ୍ଣ କରିପାରିଲେ ନାହିଁ । ମୁଁ ମୋ ତରଫରୁ ଆପଣଙ୍କୁ କହିପାରେ ଯେ ଆମେ ଗମ୍ଭୀର ଥିଲୁ । ଆମେ ସେହି ପ୍ରସଙ୍ଗ ଗୁଡିକର ସମାଧାନ କରିବାକୁ ଚାହୁଁଥିଲୁ। କାରଣ, ଆମେ ଅନୁଭବ କରିଥିଲୁ ଯେ ଆମ ସମ୍ପର୍କରେ କିଛି ଗୋଟେ ବଡ ଘଟଣା ଘଟିବାକୁ ଯାଉଛି, କିନ୍ତୁ ତାହା ହୋଇପାରିଲା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details