ଓଡିଶା

odisha

ETV Bharat / bharat

‘ଲକ୍ ଡାଉନ୍ ବଢିବା ନେଇ ବର୍ତ୍ତମାନ ବିଚାର କରାଯାଇ ନାହିଁ’ - corona virus'

କ୍ୟାବିନେଟ ସଚିବ ରାଜୀବ ଗୌୱା ଲକ୍ ଡାଉନ୍ କୁ ବୃଦ୍ଧି କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଲକ୍ ଡାଉନର ସମୟ ସୀମା ବୃଦ୍ଧି ପାଇଁ ବିଚାର କରାଯାଇନଥିବା ସେ କହିଛନ୍ତି ।

cabinet secretary
କ୍ୟାବିନେଟ ସଚିବ ରାଜୀବ ଗୌୱା

By

Published : Mar 30, 2020, 5:50 PM IST

ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌୱା ଲକ୍ ଡାଉନ୍ କୁ ବୃଦ୍ଧି କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଲକ୍ ଡାଉନର ସମୟ ସୀମା ବୃଦ୍ଧି ପାଇଁ ବିଚାର କରାଯାଇନଥିବା ସେ କହିଛନ୍ତି ।

ସେ କହିଛନ୍ତି, ଲକ୍ ଡାଉନ୍ ବଢାଯିବା ରିପୋର୍ଟକୁ ନେଇ ମୁଁ ଆଶ୍ଚର୍ଯ୍ୟ, ଏଯାଏଁ ସେନେଇ କୌଣସି ଯୋଜନା କରାଯାଇ ନାହିଁ । ପ୍ରକାଶଥାଉକି, ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1024 । ପ୍ରବାସୀ ଶ୍ରମିକଙ୍କ ଦ୍ବାରା କୋରୋନା ବ୍ୟାପିବାର ସମ୍ଭାବନା ରହୁଥିବାରୁ ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ବନ୍ଦ ରଖାଯାଇଛି ।

ସୀମା ପାର୍ କରିଆସୁଥିବା ଲୋକଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରଖିବା ପାଇଁ ମଧ୍ୟ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ବର୍ତ୍ତମାନ ଅଧିକ ସଂଖ୍ୟାର ଶ୍ରମିକ ଓ ଦିନ ମଜୁରିଆ ରାଜ୍ୟ ଛାଡି ଅନ୍ୟ ସହରରୁ ଯାଉଥିବାର ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲାଗୁ କରାଯାଇଥିବା ଏହି ଲକ୍ ଡାଉନ୍ ଆହୁରି ବଢିପାରେ ବୋଲି ରିପୋର୍ଟରୁ ଜଣାପଡୁଛି ମାତ୍ର ସେନେଇ କୌଣସି ଆଲୋଚନା ହୋଇନାହିଁ । ତେଣୁ ବର୍ତ୍ତମାନ ଲକ୍ ଡାଉନର ସମୟ ସୀମା ବୃଦ୍ଧି ଅନିଶ୍ଚିତତା ମଧ୍ୟରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details