ଓଡିଶା

odisha

By

Published : Aug 25, 2020, 4:26 PM IST

ETV Bharat / bharat

ଅପରିବର୍ତ୍ତିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏଯାଏଁ କୌଣସି ସୁଧାର ଆସୁନାହିଁ । ସ୍ବାସ୍ଥ୍ୟ ବୁଲେଟିନରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଅପରିବର୍ତ୍ତୀତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା
ଅପରିବର୍ତ୍ତୀତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏଯାଏଁ କୌଣସି ସୁଧାର ଆସୁନାହିଁ । ସେ ଏବେ ବି ଭେଣ୍ଟିଲେଟରରେ ଥିବା ନେଇ ଦିଲ୍ଲୀ ଆର୍ମି ହସ୍ପିଟାଲ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯାଇ ସୂଚନା ଦିଆଯାଇଛି ।

ଏକ ସ୍ବାସ୍ଥ୍ୟ ବୁଲେଟିନରେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହୋଇନାହିଁ । ସେ କୋମା ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି । ତାଙ୍କର ଗୁରୁତ୍ବପୂର୍ଣ୍ଣ ପାରାମିଟର ଗୁଡ଼ିକ ବର୍ତ୍ତମାନ ସ୍ଥିର ଅଛି।

ପ୍ରଣବ ହସ୍ପିଟାଲରେ ଭର୍ତ୍ତି ହେବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅପରିବର୍ତ୍ତୀତ ରହିଥିବା କୁହାଯାଉଛି ।

84 ବର୍ଷୀୟ ପ୍ରଣବଙ୍କୁ ଅଗଷ୍ଟ 10ରେ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ପ୍ରଣବଙ୍କ ଅସ୍ତ୍ରୋପଚାର ହୋଇଥିବା ବେଳେ ପରେ ତାଙ୍କର ଫୁସଫୁସ ମଧ୍ୟ ସଂକ୍ରମଣ ହୋଇଥିବା ଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା ।

ABOUT THE AUTHOR

...view details