ଅମରାବତୀ: କ୍ଷମତା ଯିବା ପରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଘର ଉପରେ ସବୁବେଳେ ସଙ୍କଟର କଳା ବାଦଲ ଛାଇ ରହିଛି । ଜଗନଙ୍କ ପରେ ଏବେ ପାଣି ଚନ୍ଦ୍ରବାବୁଙ୍କ ଘର ଉପରେ ଦାଉ ସାଧିବାକୁ ଯାଉଛି ।
ଜଗନଙ୍କ ପରେ ଚନ୍ଦ୍ରବାବୁଙ୍କୁ ଜଳ ଅଡୁଆ - ବନ୍ୟା ଜଳ
ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଘରେ ବନ୍ୟା ଜଳ ପଶିବାର ଆଶଙ୍କା ଥିବାରୁ ଘର ଖାଲି କରିବାକୁ ନୋଟିସ ଦେଲେ ତାଡେପଲ୍ଲୀର ଉପ-ତହସିଲଦାର ।
ଡିଜାଇନ ଫଟୋ
ଚନ୍ଦ୍ରବାବୁଙ୍କ ଘରେ ପଶିପାରେ ବନ୍ୟାଜଳ । ତେଣୁ ତାଙ୍କୁ ଖାଲି କରିବାକୁ ପଡିବ ନିଜ ଘର । ଏ ସୂଚନା ଦେଇଛନ୍ତି ତାଡେପଲ୍ଲୀର ଉପ-ତହସିଲଦାର । ଚନ୍ଦ୍ରବାବୁଙ୍କ ଘରେ ବନ୍ୟାଜଳ ପଶିବାର ଆଶଙ୍କା ଥିବାରୁ ତାଙ୍କୁ ତୁରନ୍ତ ଘର ଖାଲି କରିଦେବାକୁ ନୋଟିସ ଦେଇଛନ୍ତି ସେ ।