କୋରୋନା ସଂକ୍ରମଣ ଭୟରେ ତିହାର ଜେଲ କର୍ତ୍ତୃପକ୍ଷ 356 ଜଣ କଏଦୀଙ୍କୁ 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ ପଠାଇଛନ୍ତି । ସେହିପରି ଅନ୍ୟ 63 ଜଣଙ୍କୁ 8 ସପ୍ତାହର ଜରୁରୀକାଳୀନ ପାରୋଲରେ ମୁକ୍ତ କରାଯାଇଥିବା ନେଇ ତିହାର ଜେଲର ଅଧିକାରୀ ସୂଚନା ଦେଇଛନ୍ତି ।
କୋରୋନା ଅପଡେଟ: 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ - ଭାରତରେ କୋରୋନା
00:01 March 29
କୋରୋନା ଅପଡେଟ: 45 ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନରେ 356 ଜଣ କଏଦୀ
23:50 March 28
ଜମ୍ମୁକାଶ୍ମୀରରେ କୋରୋନା ପଜିଟିଭ ସଂଖ୍ୟା 33କୁ ବୃଦ୍ଧି
ଶନିବାର ଜମ୍ମୁକାଶ୍ମୀରରେ 5ଟି ନୂଆ ପଜିଟିଭ କେସ ଚିହ୍ନଟ ହୋଇଛି । ଏହା ସହ ଜମ୍ମୁକାଶ୍ମୀରର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 33କୁ ବୃଦ୍ଧି ପାଇଛି ।
21:59 March 28
କର୍ଣ୍ଣାଟକରେ କୋରୋନାରେ 3ମୃତ୍ୟୁ, 76 ପଜିଟିଭ ଓ 5 ସୁସ୍ଥ
କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି 76ଜଣ ପଜିଟିଭ ରହିଥିବା ବେଳେ ଓ 5 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । କର୍ଣ୍ଣାଟକ ସରକାରଙ୍କୁ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
21:49 March 28
କୋରୋନା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
କୋରୋନା ବିପର୍ଯ୍ୟୟ ସମୟରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ବୀମା ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଆଧାରରେ ଏଥିରେ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ 90 ଦିନିଆ ବ୍ୟକ୍ତିଗତ ଦୁର୍ଘଟଣା କଭର ପ୍ରଦାନ କରାଯିବ । କୋରୋନା ପଜିଟିଭଙ୍କ ଚିକିତ୍ସା କରୁଥିବା ମୋଟ 22.12 ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ବୀମା କରାଯିବ ।
21:26 March 28
ରାଜ୍ୟ ଯୋଜନାରେ କୋରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇବେ ମହାରାଷ୍ଟ୍ର ସରକାର
କୋରୋନା ରୋଗୀଙ୍କୁ ମହାତ୍ମା ଫୁଲେ ଜନ ଆରୋଗ୍ୟ ଯୋଜନାରେ ଚିକିତ୍ସା ଯୋଗାଇବେ ମହାରାଷ୍ଟ୍ର ସରକାର । ଏହି ଯୋଜନା ଆସନ୍ତା ଏପ୍ରିଲ 1 ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ।
21:17 March 28
ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 6, ଦେଶରେ 22କୁ ବୃଦ୍ଧି
ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି । ଶୁକ୍ରବାର ମୃତ୍ୟୁ ହୋଇଥିବା 85 ବର୍ଷୀୟ ମହିଳା ଡାକ୍ତରଙ୍କ ରକ୍ତ ନମୁନା ପଜିଟିଭ ରିପୋର୍ଟ କରାଯାଇଛି ।ଏହା ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ପାଇଛି ।
21:07 March 28
ଦିଲ୍ଲୀରେ କୋରୋନା ପଜିଟିଭଙ୍କ ସଂଖ୍ୟା 49କୁ ବୃଦ୍ଧି
ଦିଲ୍ଲୀରେ ଶନିବାର ହୋଇଥିବା ରକ୍ତ ନମୁନା ପରୀକ୍ଷଣରେ 9 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଦ୍ବାରା ଦିଲ୍ଲୀପରେ କୋରୋନା ପଜିଟିଭ ସଂଖ୍ୟା 49କୁ ବୃଦ୍ଧି ପାଇଛି ।
21:05 March 28
ପଶ୍ଚିମବଙ୍ଗରେ 17କୁ ବୃଦ୍ଧି ପାଇଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ପଶ୍ଚିମବଙ୍ଗରେ ପୁଣି 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର କୋରୋନା ପଜିଟିଭ ସଂଖ୍ୟା 17କୁ ବୃଦ୍ଧି ପାଇଛି ।
18:59 March 28
ତେଲେଙ୍ଗାନାରେ ପ୍ରଥମ କୋରୋନା ମୃତ୍ୟୁ, ଦେଶରେ 21 ଟପିଲା ମୃତ୍ୟୁ ସଂଖ୍ୟା
ତେଲେଙ୍ଗାନାରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟର କୋରୋନା ପଜିଟିଭଙ୍କ ସଂଖ୍ୟା 65 ରହିଛି । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ ଡାଉନ କରାଯାଇଛି ।
18:50 March 28
କେରଳରେ 6 ନୂଆ କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ 165କୁ ବୃଦ୍ଧି
କେରଳରେ ପୁଣି 6 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ କୋରୋନା ପଜିଟିଭ ସଂଖ୍ୟା 165କୁ ବୃଦ୍ଧି ପାଇଛି ।
17:43 March 28
କୋରୋନା ମୁକାବିଲା ପାଇଁ 5ଶହ କୋଟି ପ୍ରଦାନ କଲେ ରତନ ଟାଟା
ଦେଶରେ କୋରୋନା ଆତଙ୍କ ଦେଖାଯାଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଆଗେଇ ଆସିଛି ଟାଟା ଟ୍ରଷ୍ଟ । ଏଥିପାଇଁ ଟ୍ରଷ୍ଟ 5ଶହ କୋଟି ଟଙ୍କା ପ୍ରଦାନ କରିଛି । ଏନେଇ ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା ଘୋଷଣା କରିଛନ୍ତି ।
ରତନ ଟାଟା ନିଜ ଟ୍ବିଟରରେ ଲେଖିଛନ୍ତି , ‘କୋରୋନା (COVID19)ସଙ୍କଟ ହେଉଛି ଆମ ପୀଢିର ସମ୍ମୁଖୀନ ହେଉଥିବା ଏକ କଠୋର ଆହ୍ବାନ । ଅତୀତରେ ଟାଟା ଟ୍ରଷ୍ଟ ଏବଂ ଟାଟା ଗ୍ରୁପ୍ କମ୍ପାନୀଗୁଡିକ ଦେଶର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି ।’ ସଙ୍କଟ ମୁକାବିଲା ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସମ୍ବଳ ନିୟୋଜିତ କରାଯିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି ।
17:05 March 28
ଗ୍ବାଲିଅରରେ ବିଏସଏଫ ଯବାନ କୋରୋନା ପଜିଟିଭ ଚିହ୍ନଟ
ଗ୍ବାଲିୟରର ବିଏସଏଫ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଯବାନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
16:17 March 28
ଅହମ୍ମଦାବାଦରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଗୁଜୁରାଟରେ କୋରୋନା ନେଲା 4ର୍ଥ ମୁଣ୍ଡ
ଗୁଜୁରାଟରେ କୋରୋନା ମୃତ୍ୟୁ ସଂଖ୍ୟା 4ରେ ପହଞ୍ଚିଛି । ଶନିବାର ଅହମ୍ମଦାବାଦର ଜଣେ କୋରୋନା ପୀଡିତା 46 ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ରାଜ୍ୟରେ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି ।
15:55 March 28
ଛତିଶଗଡରେ ଜଣେ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା 7କୁ ବୃଦ୍ଧି
ଛତିଶଗଡରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 7କୁ ବୃଦ୍ଧି ପାଇଛି । ପୂର୍ବରୁ 6 ଜଣ ଆକ୍ରାନ୍ତ ଥିବା ବେଳେ ଆଜି ପୁଣି ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
14:11 March 28
ଦେଶରେ ମହାମାରୀ କୋରୋନା ନେଲା ଆଉ ଜଣଙ୍କ ଜୀବନ । କେରଳର ଜଣେ ବୃଦ୍ଧ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 20 ଛୁଇଁଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 873ରେ ପହଞ୍ଚିଛି । 79 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ କୋରୋନା ପ୍ରଭାବରେ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଛି ।
10:14 March 28
ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଗତ 24 ଘଣ୍ଟା ମଧ୍ୟରେ 149ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
10:14 March 28
ଗୁଜୁରାଟରେ ଆଉ 6ଟି କୋରୋନା ପଜିଟିଭି ମାମଲା ସାମ୍ନାକୁ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ସଚିବ ଜୟନ୍ତୀ ରବି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 53ରେ ପହଞ୍ଚିଛି ।
09:27 March 28
ମହାରାଷ୍ଟ୍ରରେ ମହାମାରୀ କୋରୋନା ଆକ୍ରାନ୍ତ ନେଇ ଆଉ 6ଟି ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ 5 ଜଣ ମୁମ୍ବାଇରୁ ହୋଇଥିବା ବେଳେ ଜଣେ ନାଗପୁରର ବୋଲି ସୂଚନା । ମହାରାଷ୍ଟ୍ରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 159 ଛୁଇଁଥିବା ରାଜ୍ୟର ସ୍ବସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
08:12 March 28
ଜମ୍ମୁକାଶ୍ମୀରରେ କୋରୋନା ପଜିଟିଭ ସଂଖ୍ୟା 33କୁ ବୃଦ୍ଧି
ଦେଶରେ ମହାମାରୀ କୋରୋନା ନେଲା ଆଉ ଜଣଙ୍କ ଜୀବନ । କେରଳର ଜଣେ ବୃଦ୍ଧ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 20 ଛୁଇଁଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 873ରେ ପହଞ୍ଚିଛି । 79 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ କୋରୋନା ପ୍ରଭାବରେ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଛି ।