ଓଡିଶା

odisha

ETV Bharat / bharat

ଫେସବୁକ ପ୍ରେମ: ବିବାହ ପ୍ରତଶୃତି ଦେଇ ଲୁଟିନେଲେ ଲକ୍ଷାଧିକ

ଫେସବୁକରେ ବିବାହର ପ୍ରସ୍ତାବ ଦେଇ ବିଧବା ମହିଳାଙ୍କୁ ଠକିଲେ ଲଣ୍ଡନର ଯୁବକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Jul 25, 2019, 8:25 PM IST

ନୂଆଦିଲ୍ଲୀ: ମାତିଛନ୍ତି ଲୁଟେରା । ଲୋକଙ୍କୁ ଚକମା ଦେଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ସମୟ ବଦଳିବା ସହ ଲୁଟେରାଙ୍କ ଟ୍ରେଣ୍ଡ ମଧ୍ୟ ବଦଳିବାରେ ଲାଗିଛି । ଆଉ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କୁ ଲୁଟି ଚାଲିଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ହତୋଶ୍ଚକିତ ହୋଇଯିବେ ନିଶ୍ଚୟ । ରାଜଧାନୀ ଗଜିୟାବାଦର ଇନ୍ଦିରାପୁର ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସହିତ ଫେସବୁକର ମେସେଞ୍ଜର ମାଧ୍ୟମରେ ଏକ ବଡଧରଣର ଠକେଇ ହୋଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନାମୁତାବକ, ମହିଳା ଜଣଙ୍କ ବିଧବା ହୋଇଥିବାବେଳେ ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ବିବାହର ପ୍ରସ୍ତାବ ଦେଇ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ଦେଇଛନ୍ତି ମହିଳା । ତାଙ୍କର କହିବାନୂଯାୟୀ, ଫେସବୁକର ମେସେଞ୍ଜର ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇଥିଲା । ତେବେ ତାଙ୍କ ପତ୍ନିଙ୍କର ମୃତ୍ୟୁ ହୋଇସାରିଥିବାବେଳେ ତାଙ୍କର ଝିଅକୁ ସମ୍ଭାଳିବା ପାଇଁ ଏକ ମହିଳାଙ୍କର ଆବଶ୍ୟକ ରହିଛି । ତେଣୁ ସେ ଉକ୍ତ ବିଧବା ମହିଳାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବଂ ଉକ୍ତ ବ୍ୟକ୍ତିଙ୍କର ପ୍ରାସ୍ତାବରେ ମଧ୍ୟ ବିଧବା ମହିଳା ଜଣଙ୍କ ରାଜି ହୋଇଯାଇଥିଲେ ।

ଏହାପରେ ଏକ ଦାମି ଗିଫ୍ଟ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ପଠାଉଛନ୍ତି ବୋଲି ଫୋନ କରି କହିଥିଲେ । ଆଉ ଏହି ଗିଫ୍ଟ ପାଇଁ ଚାର୍ଜ ଲାଗିବ । ଆଉ ଏହି ଚାର୍ଜ ମହିଳା ହିଁ ଭରିବାକୁ ପଡିବ । ତେଣୁ ଯେତିକି ଚାର୍ଜ ଅଛି ସେସବୁକୁ ମହିଳା ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠେଇଦେବାପାଇଁ । ଆଉ ମହିଳା ମଧ୍ୟ ଏହି କଥାରେ ରାଜି ହୋଇ ସମସ୍ତ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ଆହୁରି ଅଧିକ ଟଙ୍କା ମାଗିଥିଲେ ମହିଳା ଦେବାକୁ ମନା କରିଦେବାରୁ ସେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।

ଏହାପରେ ମହିଳା ଜଣଙ୍କ ମହାକାଳ ମାନବ ସେବା ନାମକ ଏକ ଏନଜିଓ ସଂସ୍ଥାର ଅଧ୍ୟକ୍ଷା ଗୁରୁମା କଞ୍ଚନ ଗିରିଙ୍କ ସହିତ ମହିଳା ଥାନା ଯାଇ ଏକ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ABOUT THE AUTHOR

...view details