ଓଡିଶା

odisha

ETV Bharat / bharat

ଅଦୃଶ୍ୟ ଶତ୍ରୁ ‘ଇଣ୍ଟରନେଟ’! ସତର୍କ ନରହିଲେ ପ୍ରଳୟ

ହ୍ୟାକିଂ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ଆଗାମୀ ଦିନ ମାନଙ୍କରେ ଏକ ଅଦୃଶ୍ୟ ଶତ୍ରୁ ଭଳି ଯୁଦ୍ଧକ୍ଷେତ୍ରରେ ଭୟଙ୍କର ଯୁଦ୍ଧ କରିବାକୁ ଯାଉଛି । ଯାହାର ପ୍ରତିକାର ଯେତିକି ଅସମ୍ଭବ ସେତିକି ବିପଦଜ୍ଜନକ । ଏହି ଅଦୃଶ୍ୟମାନ ଅପ୍ରକଟ ଶତ୍ରୁ ଇଣ୍ଟରନେଟ୍‌ ।  ଇଣ୍ଟରନେଟ୍‌ ନିଜକୁ ନିଜେ ଏକ ୱାରଜୋନ ! ଅଧିକ ପଢନ୍ତୁ...

The Unseen Enemy in the Battlefield
ଡିଜାଇନ ଫଟୋ

By

Published : Nov 29, 2019, 9:31 PM IST

ହାଇଦ୍ରାବାଦ: ବଢିବାରେ ଲାଗିଛି ସାଇବର କ୍ରାଇମ । ଆଜି ଦେଶର ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ୱେବସାଇଟ ଉପରେ ହ୍ୟାକରଙ୍କ ତୀକ୍ଷ୍ମ ନଜର ରହିଛି । କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବାର କ୍ଷମତା ରଖିଛନ୍ତି ସାଇବର ଅପରାଧି । ଏବେ ସାଇବର ସୁରକ୍ଷା ହୋଇଛି ଦେଶ ପାଇଁ ବଡ ଚ୍ୟାଲେଞ୍ଜ । କମ୍ପ୍ୟୁଟର ନେଟ୍ୱର୍କରେ ସାଧାରଣ ବ୍ୟବହାରରେ ପରିବର୍ତ୍ତନ ଓ କୌଶଳର ହ୍ୟାକିଂ କରୁଛନ୍ତି ହ୍ୟାକର୍ସ । ହ୍ୟାକିଂ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଆଗାମୀ ଦିନ ମାନଙ୍କରେ ଏକ ଅଦୃଶ୍ୟ ଶତ୍ରୁ ଭଳି ଯୁଦ୍ଧକ୍ଷେତ୍ରରେ ଭୟଙ୍କର ଯୁଦ୍ଧ କରିବାକୁ ଯାଉଛି । ଯାହାର ପ୍ରତିକାର ଯେତିକି ଅସମ୍ଭବ ସେତିକି ବିପଦଜ୍ଜନକ । ଏହି ଅଦୃଶ୍ୟମାନ ଅପ୍ରକଟ ଶତ୍ରୁ ଇଣ୍ଟରନେଟ୍‌ । ଇଣ୍ଟରନେଟ୍‌ ନିଜ ମଧ୍ୟରେ ଏକ ୱାରଜୋନ ! ଏହା ସମ୍ପର୍କରେ ଏକ ଆଲେଖ୍ୟ ।

ଭାରତରେ ସାଇବର -ବିଶେଷଜ୍ଞ ପୁଖରାଜ ସିଂହ ଟ୍ବିଟ କରି କୁନ୍ଦନକୁଲମ ନ୍ୟୁକ୍ଲିଆର ବୋର୍ଡ(କେଏନପିବି)ର ସଂଚାର ପ୍ରାଣାଳୀ ଉପରେ ହ୍ୟାକର୍ସ ଆଟାର୍କ କରିବା ପରେ ସାରା ଦେଶରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା ।

ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଲେପ୍ଟନାଣ୍ଟ ଜେନେରାଲ ରାଜେଶ ପନ୍ତ ଏହି ମାମଲାରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । KNPBରେ ସାଇବର ଆକ୍ରମଣ ସେପ୍ଟେମ୍ବର ମାସରେ ହୋଇଥିବା ସେ କହିଥିଲେ । ମାତ୍ର ପ୍ରାରମ୍ଭିକ ସମୟରେ କେଏନପିବିର ବରିଷ୍ଠ ଅଧିକାରୀ ମାନେ ଏହି ଖବରକୁ ଖଣ୍ଡନ କରିଥିଲେ । ମାତ୍ର କେଏନପିବିର ଖଣ୍ଡନ ପରେ 24 ଘଣ୍ଟା ଭିତରେ ଏକ ସଂସ୍ଥା କୁନ୍ଦନକୁଲମ ନ୍ୟୁକ୍ଲିଆର ବୋର୍ଡର ସଂଚାର ପ୍ରଣାଳୀରେ ସାଇବର ଆଟାର୍କ ହୋଇଥିବା ଖବର ସତ୍ୟ ବୋଲି ପ୍ରଚାର କରିଥିଲା ।

ନ୍ୟୁକ୍ଲିଆର ପାୱାର କରର୍ପୋରେସନ ଅଫ୍‌ ଇଣ୍ଡିଆ(KKNPP)ର ପ୍ରସାଶନିକ ନେଟୱାର୍କ ଉପରେ ମାଲୱେୟାର ‘Dtrack’ ସେପ୍ଟେମ୍ବର 2019ର ଆରମ୍ଭରେ ଦେଖାଦେଇଥିଲା । ଡିଟ୍ରାକ୍‌ ଏକ ପ୍ରକାର ସାଇବର ଆକ୍ରମଣ ପାଇଁ ବ୍ୟବହୃତ ଅସ୍ତ୍ର ଯାହାର ପ୍ରୟୋଗରେ ଉଚ୍ଚ ଶକ୍ତି ସମ୍ପନ୍ନ କମ୍ପ୍ୟୁଟରକୁ ଅତି ସହଜରେ ହ୍ୟାକ କରାଯାଇପାରେ । ଯାହା ବି ହେଉ କେନ୍ଦ୍ର ବୈଷୟିକ ବିଦ୍ୟା ବିଭାଗ ଏହି ଖବରକୁ ଖଣ୍ଡନ କରିବା ସହ ନିଜ ପକ୍ଷ ରଖିଛନ୍ତି । କୌଣସି ପ୍ରକାର ସାଇବର ବିପଦରୁ ସମସ୍ତ ସିଷ୍ଟମ ସୁରକ୍ଷିତ ରହିଥିବା ସେ ସ୍ପଷ୍ଟ କରିଛନ୍ତି । ସମସ୍ତ ସିଷ୍ଟମକୁ ସାଇବର ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ‘ଏୟାର-ଗ୍ୟାପଡ୍‌’ର ବ୍ୟବହୃତ ହୋଇଛି । ପୃଥକ ନିୟନ୍ତ୍ରଣ ପ୍ରସଂସ୍କରଣ ବୈଷୟିକ ଅଥବା ପ୍ରଣାଳୀ ସମୂହର ବର୍ଣ୍ଣନା କରାଯାଉଛି ଯାହା ଇଣ୍ଟରନେଟକୁ ବାହ୍ୟ ନେଟୱାର୍କରୁ ସଂଯୋଗ କରିନଥାଏ । ଏଥିପାଇଁ ସମସ୍ତ ସିଷ୍ଟମ ସୁରକ୍ଷିତ ରହିଥିବା ସେ ସ୍ପଷ୍ଟୋକ୍ତି କରିଛନ୍ତି । ଦ୍ବିତୀୟତଃ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ମଧ୍ୟ ଚନ୍ଦ୍ରାୟନ-2ର ଲଞ୍ଚ ସମୟରେ ଡିଟ୍ରାକ ଆକ୍ରମଣ ଧମକ ମିଳିଥିଲା ।

ଏହି ଆକ୍ରମଣରେ ଭାରତର ସବୁଠାରୁ ମହତ୍ବପୂର୍ଣ୍ଣ ସୁରକ୍ଷା ପ୍ରାଣାଳୀ ସମୂହରେ ସାଇବର ସୁରକ୍ଷାର ଦୁର୍ବଳତାକୁ ଜାଗ୍ରତ କରିଦେଇଥିଲା । ସାଧାରଣତଃ ଉତ୍ତର କୋରିଆର ହ୍ୟାକିଂ ଗ୍ୟାଙ୍ଗ ଏହି ଡିଟ୍ରାକ ମାଲୱାରର ବ୍ୟବାହର କରନ୍ତି । ଏହି ଗ୍ୟାଙ୍ଗ ତଥ୍ୟ ଚୋରି କରିବା ସହ ନୂତନ ନୂତନ ଉପାୟ ଆପଣାଇ ସାଇବର ଆକ୍ରମଣ ନିମନ୍ତେ ଯୋଜନା ପ୍ରସ୍ତୁତ କରନ୍ତି ।

ଏହି ମାଲୱାରର ଉପଯୋଗ କିର ହ୍ୟାକର୍ସଙ୍କ ଦ୍ବାରା ଦକ୍ଷିଣ କୋରିଆର ବିତ୍ତୀୟ ସେବା ସମୂହ ଓ ବ୍ୟାଙ୍କିଂ ଓ ପ୍ରତିରକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିବା ପାଇଁ ମୁଖ୍ୟତଃ ବ୍ୟବହାର କରିଥାନ୍ତି । ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର (ବିଏଆରସି)ର ପୂର୍ବ ଅଧ୍ୟକ୍ଷ ତଥା ଭାରତୀୟ ପରମାଣୁ ଉର୍ଜା କମ୍ପାନୀର ଟେକ୍ନିକାଲ ନିର୍ଦ୍ଦେଶକ ଓ ଥୋରିୟମ ସ୍ଥିତ ଏଏଚଡବ୍ଲ୍ୟୁ ରିଆକ୍ଟର ବୈଜ୍ଞାନିକ ଏସଏ ଭରଦ୍ବାଜ ଏହିଭଳି ମାଲୱାର ଇ-ମେଲ ମାଧ୍ୟମରେ ମିଳିଥାଏ ବୋଲି ସୂଚନା ଦେଇଛନ୍ତି ।

ଉତ୍ତରକୋରିଆ କିଛି ସମୟ ଧରି ୟୁରେନିୟମ-ଆଧାରିତ ପରମାଣୁ ଟେକନିକ୍‌ ଉପରୁ ଧ୍ୟାନ ହଟାଇବା ପାଇଁ ଥୋରିୟମ-ଆଧାରିତ ପରମାଣୁ କୌଶଳରେ ମନୋନିବୋଶ କରୁଛନ୍ତି । ଏବେ ଏହା ଭାରତ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରୁଛି । ଯାହା ଥୋରିୟମ ଆଧାରିତ ପରମାଣୁ ଟେକନିକ୍‌ରେ ମଜଭୁତ ରହିଅଛି । ଅନ୍ୟ ଦେଶର ବୈଜ୍ଞାନିକ ଥୋରିୟମର ଟେକନିକ୍‌ ଉପରେ ଗବେଷଣା କରୁଛନ୍ତି , ଏହା ଉପରେ ଚୀନର ମଧ୍ୟ ନଜର ରହିଛି । ଏହି ଭଳି କୁହାଯାଉଛି ଯେ, ଭାରତ ଓ ଅନ୍ୟ ପ୍ରମୁଖ ବୈଜ୍ଞାନିକ ଅନିଲ କାକୋଡକରଙ୍କୁ ମଧ୍ୟ ଏହି ଭଳି ସନ୍ଦେହପୂର୍ଣ୍ଣ ଇ-ମେଲ ମିଳଥିଲା ।

ଆଧୁନିକ ସମୟରେ ଯୁଦ୍ଧକ୍ଷେତ୍ରର ସୀମା ଆହୁରି ମଧ୍ ବିସ୍ତୃତ ହେବାରେ ଲାଗିଛି । ଭୂମି, ଜଳ, ବାୟୁ ଓ ଅନ୍ତରୀକ୍ଷରେ ଯୁଦ୍ଧ ଏବେ ସାଇବର ସୁରକ୍ଷା ସ୍ତରରେ ପହଞ୍ଚି ଗଲାଣି । ସାଇବର ଆକ୍ରମଣ ସିଷ୍ଟମ ସୁରକ୍ଷା ସମ୍ବନ୍ଧୀୟ ଦୋଷ ଦୁର୍ବଳତାକୁ ପଦାରେ ପକାଉଛି । ସାଇବର ସୁରକ୍ଷା ଫର୍ମ ସିମେଣ୍ଟିକ୍‌ର ଏକ ସର୍ବେକ୍ଷଣ ଅନୁସାରେ ଭାରତ ଶୀର୍ଷ ଦେଶ ମାନଙ୍କ ମଧ୍ୟରେ ଅନ୍ୟତମ , ଯାହା ସାଇବର ଆକ୍ରମଣରେ ଅତ୍ୟଧିକ ସମ୍ବେଦନଶୀଳ ।

ଆମେରିକା ଓ ଚୀନ ଯେଉଁମାନେ ପ୍ରଭାବିତ ଦେଶ ମାନଙ୍କ ତାଲିକାର ପ୍ରଥମ ଦୁଇଟି ସ୍ଥାନ ଅକ୍ତିଆର କରିଛନ୍ତି । ମାତ୍ର ଏହି ଦେଶ ମାନେ ସାଇବର ସୁରକ୍ଷା ଉପାୟ ଖୋଜିବାରେ ଭାରତ ଠାରୁ ବହୁ ଆଗରେ ରହିଛନ୍ତି । ଏହି ଦେଶ ମାନେ ନିଜର ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରି ରଖିଥାନ୍ତି । ୟୁଏସ ସାଇବର କମାଣ୍ଡ ଋଷର ସେଣ୍ଟପିଟସବର୍ଗରେ ଇଣ୍ଟରନେଟ ରିସର୍ଚ୍ଚ ଏଜେନ୍ସିର ଦ୍ବାର ଇଣ୍ଟରନେଟ ସେବା ବନ୍ଦ କରିଦେଇଥିଲା । ଯେତେବେଳେ ଆମେରିକାର 36ଟି ରାଜ୍ୟ ପାଇଁ 2018ରେ ରାଜ୍ୟପାଳ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଘଟଣାରୁ ଇଣ୍ଟରନେଟ ଉପରେ ଆମେରିକାର ନିର୍ବିବାଦ ପ୍ରଭୁତ୍ବର ସୂଚନା ମିଳଥିଲା । 2019 ମେ 2 ତାରିଖରେ ଋଷ ସାର୍ବଭୈାମ ଇଣ୍ଟରନେଟ ଆଇନକୁ ପାରିତ କରିଥିଲା । ପରିମାଣସ୍ବରୂପ ଦେଶରେ କାର୍ଯ୍ୟକାରୀ ଇଣ୍ଟରନେଟ ପ୍ରାଣାଳୀକୁ ଅଲଗା ନିଜର ସ୍ବତନ୍ତ୍ର ଡିଏନଏସ ସର୍ଭର ସହାୟତାରେ ଇଣ୍ଟରନେଟ ସଂଚାଳିତ କରିବା ପାଇଁ ସୁଯୋଗର ଲାଭ ମିଳଥିଲା । ଋଷ ଖୁବଶୀଘ୍ର ‘ରୁନେଟ’ ନାମରେ ନିଜର ସ୍ବତନ୍ତ୍ର ଇଣ୍ଟରନେଟ ସିଷ୍ଟମର ପରୀକ୍ଷଣ କରିବ !

ଭାରତ ଋଷ ଭଳି ଦେଶ ମାନଙ୍କ ଠାରୁ ନିଜର ସୁରକ୍ଷା ପ୍ରଣାଳୀକୁ ବିପଦରୁ ବଞ୍ଚାଇବା କୌଶଳ ଶିକ୍ଷା କରିବା ଆବଶ୍ୟକ ରହିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଭାରତରେ ସାଇବର ଆକ୍ରମଣ ଏକ ବଡ ଚ୍ୟାଲେଞ୍ଜ ନୁହେଁ । ଏହାର କାରଣ ଭାରତ ପାଖରେ ସିଷ୍ଟମ ‘ଏୟାର ଗ୍ୟାପ’ ବ୍ୟବସ୍ଥିତ ଭାବରେ କାର୍ଯ୍ୟକରୁଛି । ମାତ୍ର ଇତିହାସ ଅନୁସାରେ ବାସ୍ତବ ପରିସ୍ଥିତିରେ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠିବାର ସମ୍ଭାବନା ଦେଖାଦେବ ।

ଆମେରିକା ଅନେକ ଥର ଇରାନର ପରମାଣୁ କାର୍ଯ୍ୟକ୍ରମରେ ବାଧାସୃଷ୍ଟି କରିଛି । ଏହାସହ ଇରାନର ନାନଟେଜି ୟୁରାନିୟମ ବିଶୋଧନାଗାରକୁ ଆବଶ୍ୟକୀୟ ଉପକରଣ ପ୍ରଦାନ କରୁଥିବା 4ଗୋଟି ସଂସ୍ଥା ଟାର୍ଗେଟ କରୁଛି । ଏହି ସମସ୍ତ କମ୍ପାନୀର ଜଣେ କର୍ମଚାରୀ ନାନଟେଜି ପରମାଣୁ କେନ୍ଦ୍ରରେ ନିଜ ପେନ୍‌ ଡ୍ରାଇଭକୁ ଗୋଟିଏ କମ୍ପ୍ୟୁଟରରେ ସଂଯୋଗ କରିଥିଲେ । ତାଙ୍କର ଏହି କାରଣ ସ୍ବରୂପ ପାଖାପାଖି 984 ଗ୍ୟାସ ସେଣ୍ଟ୍ରାଲ ଫ୍ୟୁଜ ଅକାମୀ ହୋଇଯାଇଥିଲା । ଏହାର ପ୍ରଭାବରେ ଇରାନ ବର୍ତ୍ତମାନ ସୁଦ୍ଧା ପରମାଣୁ କାର୍ଯ୍ୟକ୍ରମରେ ପ୍ରଗତି କରିବାରେ ଅସମର୍ଥ ରହିଛି ।

ଏକ ପ୍ରମୁଖ ଆଣ୍ଟିଭାଇରସ ନିର୍ମାଣ କମ୍ପାନୀ ‘କାସପରସ୍କାଏ’ ସୂଚନା ଅନୁସାରେ 90 ପ୍ରତିଶତ କରର୍ପୋରେଟ ଉଦ୍ୟୋଗ ସାଇବର ଆକ୍ରମଣର କବଳରେ ପଡିବାର କାରଣ କେବଳ ଏକ ମାନବ ତ୍ରୁଟିର କାରଣ । ଆମେରିକା ସୈନ୍ୟ ଉପମହାଦେଶୀୟକୁ ଟାର୍ଗେଟ କରି ନିର୍ମାଣ କରାଯାଇଥିବା ଚୀନ ଟେକନିକର ଚୋରି କରିଛି । ଏଥିପାଇଁ ଚୀନ ପାଖରେ ମହଙ୍ଗା ସାଇବର ଡିଫେନ୍ସ ନିର୍ମାଣ କରିବାର କ୍ଷମତା ନାହିଁ । ଚୀନ ପ୍ରଥମେ ଭାରତୀୟ ଜାତୀୟ ସୁରକ୍ଷା ପରିଷଦ ପ୍ରଣାଳୀୟ ଉପରେ ସାଇବର ଆକ୍ରମଣ କରିଥିଲା । ଚୀନ ନିର୍ମିତ ହାର୍ଡୱେୟାର ମଧ୍ୟ ବିପଦରେ ରହିଛି । ଏତଦ୍‌ବ୍ୟତୀତ ଚୀନ ଆମେପରିକାର ନେଟୱାର୍କ ସୁପର ମାଇକ୍ରୋ ନେଟୱାର୍କିଂଗ ନେଟୱାକର୍ସର ସେବା ଉପଯୋଗ ଆମେରିକାର ମୌଳିସ ସଂଗଠନ- ସିଆଇଏ ଉପରେ ଆକ୍ରମଣ କରିବା ପାଇଁ ନିର୍ମିତ କରିଛି ।

ଏହାଦ୍ବାରା ଡ୍ରୋନ ଦ୍ବାର ନିଆଯାଉଥିବା ସମସ୍ତ ଛବିର ଛାନଭିନ କରିବା ପାଇଁ ଡ୍ରୋନର ଗୁଣବତ୍ତା ପ୍ରଭାବିତ ହୋଇଛି । ସୁପରମାଇକ୍ରୋର ଉପଯୋଗ କରିବା ପାଇଁ କମ୍ପ୍ୟୁଟରର ପ୍ରମୁଖ ଉପାଦାନ ଚୀନ ନିର୍ମାଣ କରିଛି । ପ୍ରମୁଖ ସମାଚାର ଏଜେନ୍ସି ବ୍ଲୁମବର୍ଗ ଦ୍ବାରା ଘୋଷିତ ସୂଚନା ଅନୁସାରେ ସୁପରମାଇକ୍ରୋ କମ୍ପ୍ୟୁଟର ଦ୍ବାରା ୟୁଏସ୍‌ ଇଣ୍ଟେଲଜେନ୍ସି ଦ୍ବାରା ନିର୍ମିତ ପ୍ରମୁଖ କାରକ ଗୁଡିକ କ୍ଷୁଦ୍ର ଚାଉଳ ଦାନା ଆକାରରେ ଏକ ବଗ୍‌ ସ୍ଥାପିତ କରିବା ପାଇଁ ଚୀନ ସାଇବର ଚୋରି କରିବା ପାଇଁ ସହାୟତା ମିଳିଥିଲା । ମାତ୍ର ଆମେରିକା ସୂତ୍ର ଏହି ସୂଚନାକୁ ବାରଣ କରି ଏଭଳି କିଛି ହୋଇନଥିବା ସୂଚନା ଦେଇଛି । ଏବେ ଆମେରିକ ଚୀନର ହାଡୱେୟାର ଉତ୍ପାଦର ଆୟତ୍ତ ଉପରେ କଡା କାନୁନ ସାମିଲ କରିଛି ।

ଭାରତୀୟ ଦୁର ସଂଚାର ଉଦ୍ୟୋଗରେ ଚୀନ ଉପକରଣର ଉପଯୋଗ ଏକ ଅପରିହାର୍ଯ୍ୟ ଦର ପର୍ଯ୍ୟନ୍ତ ବୃଦ୍ଧି ପାଇଯାଇଛି । ଏମିତି କିଛି ନିୟମ ଚୀନ କମ୍ପାନୀ ନିଜ ସରକାରଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ଚୁକ୍ତି କରିବା ଆବଶ୍ୟକ ରହିଛି ।

ଚୀନ କମ୍ପାନୀ ଭାରତରେ 5G ନେଟୱାର୍କ ଉପାଦାନ ପାଇଁ ହେବାକୁ ଥିବା ନିଲାମୀରେ ସାମିଲ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି । ଏହି ସନ୍ଦର୍ଭକୁ ଅଣଦେଖା କରିବା ଅନୁଚିତ ଏହାର କାରଣ 5ଜି ମାନବ ରହିତ ଯୁଦ୍ଧ ଉପକରଣରେ ଉପଯୋଗର ମହତ୍ତ୍ବପୂର୍ଣ୍ଣ ଭୂମିକା ଭାବରେ କାର୍ଯ୍ୟକରୁଛି । ଏଥିରେ ନିଃସନ୍ଦେହରେ କୁହାଯାଇପାରେ ଯେ, ଯୁଦ୍ଧ ସମୟରେ ମହତ୍ତ୍ବପୂର୍ଣ୍ଣ ଅସ୍ତ୍ରଶସ୍ତ୍ରର ବିଘଟନ ଓ କମାଣ୍ଡ ନିୟନ୍ତ୍ରଣରୁ ଜରୁରୀକାଳୀନ ଆଦେଶକୁ ଅଟକାଇବା ପାଇଁ ଯୁଦ୍ଧର ଆୟ ଉପରେ ପ୍ରଭାବ ପଡିବ ।


ପ୍ରସ୍ତୁତ ରହିବା ପାଇଁ ପ୍ରମୁଖ ସମାଧାନସୂତ୍ର

ସମସ୍ତଙ୍କୁ ସାଇବର ସୁରକ୍ଷା ଉପରେ ଜନତାଙ୍କୁ ଶିକ୍ଷିତ କରିବା ଓ ସୁରକ୍ଷା ବାହିନୀ, ପ୍ରମୁଖ କାର୍ମଚାରୀ ଓ ବୈଜ୍ଞାନିକଙ୍କୁ ପ୍ରଶିକ୍ଷିତ କରିବା ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଆମକୁ ଆଇଟି କାନୁନର ସହାୟତାରେ ରାଷ୍ଟ୍ରୀୟ ଆଇଟି ଓ ସାଇବର ସୁରକ୍ଷା ନୀତିକୁ ସମର୍ଥନ କରିବା ଦିଗରେ ସଠିକ ପଦକ୍ଷେପ ନେବା ଉଚିତ ରହିଛି । ଏହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଯେ, ଭାରତ ଉପରେ ସାଇବର ଆକ୍ରମଣ ମାମଲାରେ କୌଣସି ବି ଆକ୍ରମଣକାରୀକୁ ଏହି ମାମଲାରେ ଜାତୀୟ ସ୍ତରର ପ୍ରଣାଳୀକୁ ନିର୍ମାଣ କରାଯାଉଅଛି । ଏହାର କାରଣ କୌଣସି ବି ଆକ୍ରମଣକାରୀକୁ ଉଚିତ୍‌ ଜବାବ ଠିକଣା ସମୟରେ ଦିଆଯାଇପାରିବ । ଏହାକୁ ଲାଗୁ କରିବା ପାଇଁ ଉଚିତ୍‌ ନୀତି, ରଣନୀତି ଓ ବ୍ୟାପକ ପ୍ରଣାଳୀୟର ଆବଶ୍ୟକତା ରହିଥାଏ । ଚୀନ ଭଳି ଦେଶ ହଜାର ହଜାର କର୍ମଚାରୀଙ୍କ ସହ 10ରୁ ଅଧିକ ସାଇବର ସେଲ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ଭାରତୀୟ ସାଇବର ସୁରକ୍ଷା ଏଜେନ୍ସି ଆବଶ୍ୟକତା ଅନୁଯାୟୀ ସଂସାଧାନକୁ ଖୋଜିବା ସହ ଅଧିକ ସୂଚନା ଏକତ୍ରୀତ କରିବାରେ ଲାଗିଛି ।


ସାଇବର ସୁରକ୍ଷା ଉପରେ ବିଶ୍ବସନୀୟ ହାଡୱେୟାର ଓ ସପ୍ଟୱେୟାର ସହଭାଗିତାରେ ସମ୍ଭବପର । ମାତ୍ର ଏଭଳି ହେବା ଫଳରେ ଭାରତକୁ ଇଲେକ୍ଟୋନିକ୍ସ ଉଦ୍ୟୋଗର ଏକ ପାୱାରହାଉସର ନିର୍ମାଣ ଆବଶ୍ୟକ ରହିଛି । ଏଥିପାଇଁ ଅଧିକ ସମୟ ଓ ନିବେଶର ଆବଶ୍ୟକତା ରହିଛି । ଏହି ସମୟରେ କୌଣସି ପ୍ରକାର ସାଇବର ସୁରକ୍ଷା ଭେଦ୍ଦ୍ୟତାର ସଠିକ ଆକଳନ କୌଣସି ବି ଉପକରଣର କରାଯିବା ଆବଶ୍ୟକତା ରହିଛି । ସରକାରଙ୍କ ଅନେକ ପଦକ୍ଷେପ ବ୍ୟତୀତ ଅନେକ କର୍ମଚାରୀଙ୍କୁ ଉଚିତ୍‌ ଶିକ୍ଷା ଓ ନିଜ ଦାୟିତ୍ବ ନିର୍ବାହ କରିବାରେ ବିଫଳତା ପଦାରେ ପକାଇଛି । ଭାରତରେ ପାଇରେସି ସପ୍ଟୱେୟାର ଉପଯୋଗ ସର୍ବାଧିକ ଅଟେ । ଏଥିପାଇଁ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କୁ ଶିକ୍ଷିତ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେବା ଉଚିତ୍‌ । ଏହାସହ ସରକାରଙ୍କୁ କେବଳ କାର୍ଯ୍ୟାଳୟରେ ନୁହେଁ ବରଂ ବ୍ୟକ୍ତିଗତ ଉପଯୋଗ ପାଇଁ ଏହିଭଳି ସପ୍ଟୱେୟାରର ଉପଯୋଗିତା ରହିଛି । ଅନ୍ୟ ସମସ୍ତ ପ୍ରମୁଖ ବିଭାଗମାନଙ୍କର ଆନ୍ତରିକ ନିରୀକ୍ଷଣ କରିବା ଆବଶ୍ୟକ ରହିଛି । ଚଳିତ ବର୍ଷ ଆରମ୍ଭରେ ସେନା ସାଇବାର ଉଲ୍ଲଘଂନ ମାମଲାରେ ଶକ୍ତ ପଦକ୍ଷେପ ନେଇଥିଲା ।

ବାଲଟିକ ଦେଶରୁ ଏଷ୍ଟୋନିଆରୁ ସାଇବର ସୁରକ୍ଷାକୁ ଆଦର୍ଶ ରୂପରେ ଆପଣାଇବା ଆବଶ୍ୟକ ରହିଛି । ଯାହା ଉଚ୍ଚ-ଅନ୍ତ ସାଇବର ସୁରକ୍ଷା ଉପାୟକୁ ନିର୍ମାଣ କରିବାରେ ଶୀର୍ଷ ସ୍ଥାନରେ ରହିଛି । 2007ରେ ଏଷ୍ଟୋନିୟାରେ 58 ପ୍ରମୁଖ ୱେବସାଇଟ ଉପରେ ଋଷୀ ସାଇବର ଆକ୍ରମଣରେ ଦେଶର ଏଟିଏମ୍‌ ଓ ସମାଚାର ଆଉଟଲେଟ୍‌କୁ ଅବୈଧ-କାମଧନ୍ଦାକୁ ସମାପ୍ତ କରିଦେଇଥିଲା । ସରକାରଙ୍କୁ ଏହି ଗତିବିଧିରୁ ଉଚିତ୍‌ ଶିକ୍ଷା ଗ୍ରହଣ କରିବା ସହ ନିଗରିକମାନଙ୍କ ମଧ୍ୟରେ ସଚେତନତା ପ୍ରଚାର କରିବା ଆବଶ୍ୟକ । ସାର୍ବଜନିକ ଓ ନିଜ କ୍ଷେତ୍ରୀୟ ସଂଗଠନ ଗୁଡିକ ସାଇବର ସୁରକ୍ଷା ଉପରେ ଏକତ୍ରୀତ ହୋଇ କାମ କରିବା ଦରକାର । ସରକାରଙ୍କ ମଜଭୁତ ସୁରକ୍ଷା ପ୍ରଣାଳୀର ନିର୍ମାଣ କରିବା ଆବଶ୍ୟକ । ପ୍ରଣାଳୀ ପ୍ରଥମରୁ ସାଇବର ଆକ୍ରମଣର ସଠିକ ଭାବରେ ଅନୁସନ୍ଧାନ କରିବା ସହ କାର୍ଯ୍ୟକରିବା ଉଚିତ । ସରକାରୀ ସେଟଅପ୍‌ ସ୍ବୟଂସେବକ ସାଇବର ଡିଫେନ୍ସ ଡିଭିଜନର ସ୍ଥାପନା ସାଇବର ବିଶେଷଜ୍ଞଙ୍କ ସହ କରିବା ଦରକାର ରହିଛି । ଏହାର ଫଳ ସ୍ବରୁପ ଏଷ୍ଟୋନିଆ ଏବେ ନାଟୋ ସହକାରୀ ସାଇବର ଡିଫେନ୍ସ ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ସ୍ଥାନ ଗ୍ରହଣ କରିଛି । 13ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏଷ୍ଟୋନିଆ ନିଜ ସାଇବର ସୁରକ୍ଷା ଉପାୟ ସହ ଆଧୁନିକ ଭାରତ ପାଇଁ ଏକ ମାର୍ଗଦର୍ଶକ ଭାବରେ ମୁଣ୍ଡ ଟେକିଛି ।

ସୁରକ୍ଷା ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ସୈନ୍ୟ ପ୍ରଣାଳୀରେ ଇଣ୍ଟରନେ ସହ ଯୋଡି ହୋଇଥିବା ସାଧାରଣ କମ୍ପ୍ୟୁଟରଗୁଡିକରେ ସୋସିଆଲ ମିଡିଆ ଆଧାରରେ ଏକତ୍ର କରାଯାଇଥିବା ଡାଟାକୁ ଚିହ୍ନଟ କରିବା ଆବଶ୍ୟକ ରହିଛି ।

ଏହାର ଉଦାହରଣ ଭାରତ ଫ୍ରାନ୍ସ ଠାରୁ କ୍ରୟ କରିବାକୁ ଯାଉଥିବା ‘ସ୍କର୍ପିୟାନ’ ସବମେରିନ ଅଟେ । ଭାରତ ଏହି ସବମେରିନର ସମସ୍ତ ତଥ୍ୟ ଶତ୍ରୁ ପାଖରେ ପହଞ୍ଚି ଯାଇଥିଲା ଯାହାର ମୁଖ୍ୟ ଥିଲେ ଏହି ସବମେରିନର ଜଣେ ସହଯୋଗୀ ଠିକାଦାର । ଏଥିରେ ବାୟୁସେନାର ଜଣେ ଅଧିକାରୀ ଏକ ପେନ ଡ୍ରାଇଭର ବ୍ୟବହାର କରି 7ହଜାର ପୃଷ୍ଠାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିନେଇଥିଲେ । ଏହି ମାମଲା ବାରମ୍ବାର ଏହା ପ୍ରମାଣିତ କରୁଛି ଯେ, ଆମର ସୁରକ୍ଷା ପ୍ରଣାଳୀରେ ମାଲୱେୟାର ସଂଯୋଗ କରିବା ଏବେ ଅସମ୍ଭବ ଭଳି ପ୍ରତୀୟମାନ ହେଉନାହିଁ । ଯଦି ଏହା ସହ ଆମେ ପୁନର୍ବାର ଲଢେଇ କରିବା ନାହିଁ ତେବେ ଏହାର ପରିଣାମ ଆଗାମୀ ସମୟରେ ଅତ୍ୟନ୍ତ ଭୟାନକ ହେବ ।

ABOUT THE AUTHOR

...view details