ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 2,48,934 କୋରୋନା ପରୀକ୍ଷା: ICMR

ସଂକ୍ରଣଣ ମାମଲାକୁ ଦୃଷ୍ଟିରେ ରଖି ଦେଶରେ ପୂର୍ବ ଅପେକ୍ଷା ଅଧିକ କୋରୋନା ପରୀକ୍ଷା କରାଯାଉଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 2 ଲକ୍ଷ 48 ହଜାର 934 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏବେସୁଦ୍ଧା ଦେଶରେ 97 ଲକ୍ଷ 89 ହଜାର 066 କୋରୋନା ପରୀକ୍ଷା କରାଯାଇଥିବା ରବିବାର ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଦେଇଛି ।

_icmr
24 ଘଣ୍ଟାରେ ଦେଶରେ 248934 କୋରୋନା ପରୀକ୍ଷା କରାଯାଇଛି

By

Published : Jul 5, 2020, 10:30 AM IST

ନୂଆଦିଲ୍ଲୀ: ଦେଶରେ ସଙ୍ଗୀନ ହେଲାଣି କୋରୋନା ସ୍ଥିତି । କୋରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା ବେଳେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହି ସଂକ୍ରଣଣ ମାମଲାକୁ ଦୃଷ୍ଟିରେ ରଖି ଦେଶରେ ପୂର୍ବ ଅପେକ୍ଷା ଅଧିକ କୋରୋନା ପରୀକ୍ଷା କରାଯାଉଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 2 ଲକ୍ଷ 48 ହଜାର 934 କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏବେସୁଦ୍ଧା ଦେଶରେ 97 ଲକ୍ଷ 89 ହଜାର 066 କୋରୋନା ପରୀକ୍ଷା କରାଯାଇଥିବା ରବିବାର ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଦେଇଛି ।

ଏପଟେ କୋରୋନା ମହମାରୀ ସ୍ଥିତି ମଧ୍ୟରେ ଗତ ଗୁରୁବାର ଆଇସିଏମଆର ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ (ବିବିଏଲ୍) ସହିତ ସହଭାଗୀ ହୋଇ ସ୍ୱଦେଶୀ କୋଭିଡ୍-19 ଟିକାର ଫାଷ୍ଟ-ଟ୍ରାକ୍ କ୍ଲିନିକାଲ୍ ପରୀକ୍ଷା ପାଇଁ ସହଯୋଗ କରିଛି।

ଏକ ସରକାରୀ ବିବୃତ୍ତିରେ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭର୍ଗାଭା କହିଛନ୍ତି ଯେ ଅଗଷ୍ଟ 15 ସୁଦ୍ଧା ଆଇସିଏମଆର ସ୍ୱଦେଶୀ କୋଭିଡ୍ 19 ଟିକା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସମସ୍ତ କ୍ଲିନିକାଲ୍ ପରୀକ୍ଷା ସମାପ୍ତ ହେବା ପରେ 15 ଅଗଷ୍ଟ 2020 ସୁଦ୍ଧା ସର୍ବଶେଷ ସ୍ୱାସ୍ଥ୍ୟ ବ୍ୟବହାର ପାଇଁ ଟିକା ଆରମ୍ଭ କରିବାକୁ ଯୋଜନା କରାଯାଇଛି।

ପ୍ରକାଶ ଥାଉକି, ବର୍ତ୍ତମାନ ଦେଶରେ ପ୍ରତ୍ୟେକ ଦିନ 20 ହଜାରରୁ ଉର୍ଦ୍ଧ୍ବ କୋରୋନା ମାମଲା ଚିହ୍ନଟ ହେଉଛି । ବର୍ତ୍ତମାନ ଦେଶରେ 6 ଲକ୍ଷ 73 ହଜାର 165 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ଦେଶରେ ଏବେସୁଦ୍ଧା 19268 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି । ଏହି କ୍ରମରେ ପ୍ରଥମରେ ଆମେରିକା(2839436), ଦ୍ବିତୀୟରେ ବ୍ରାଜିଲ(1577004), ତୃତୀୟରେ ଋଷିଆ(673564) ରହିଛି ।

ABOUT THE AUTHOR

...view details