ଓଡିଶା

odisha

ETV Bharat / bharat

ତିନୋଟି ରାଜଧାନୀ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶରେ ଟିଡିପି ନେତା ଗୃହବନ୍ଦୀ

ଆନ୍ଧ୍ରପ୍ରଦେଶର ତିନୋଟି ରାଜଧାନୀ ହେବାକୁ ଥିବା ପ୍ରସ୍ତାବ ନେଇ ବିରୋଧ ସମୟରେ ପୋଲିସ କିଛି ଟିଡିପି ନେତାଙ୍କ ସମେତ ଅମରାବତୀ ସଂରକ୍ଷଣ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି।ଅଧିକ ପଢନ୍ତୁ...

By

Published : Jan 20, 2020, 2:31 PM IST

Telugu Desam party
ତିନୋଟି ରାଜଧାନୀ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶରେ ଟିଡିପି ନେତା ଗୃହବନ୍ଦୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିନୋଟି ରାଜଧାନୀ ହେବାକୁ ଥିବା ପ୍ରସ୍ତାବ ନେଇ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖାଦେଇଛି। ଏହାର ପ୍ରତିବାଦରେ ଆନ୍ଧ୍ର ବିଧାନସଭା ଘେରାଉ କରିଛନ୍ତି ରାଜ୍ୟର ମୁଖ୍ୟ ବିରୋଧି ଦଳ ତେଲୁଗୁ ଦେଶମ ପାର୍ଟି ( ଟିଡିପି) ଓ ଅମରାବତୀ ସଂରକ୍ଷଣ ପରିଷଦ କାର୍ଯ୍ୟକର୍ତ୍ତା। ଘେରାଉ ସମୟରେ ସେମାନଙ୍କୁ ଗିରଫ କରିଛି ପୋଲିସ।

ଏହାସହ ଆନ୍ଧ୍ର ପ୍ରଦେଶର 13ଟି ଜିଲ୍ଲାରେ ଟିଡିପି ନେତାଙ୍କୁ ସେମାନଙ୍କ ଘରେ ଗୃହବନ୍ଦୀ କରାଯାଇଥିବା ଜଣାପଡିଛି। ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି ଟିଡିପି ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ର ପ୍ରଦେଶରେ 3ଟି ରାଜଧାନୀ ସ୍ଥାପନ କରିବା ନେଇ ଯୋଜନା କରିଛନ୍ତି ରାଜ୍ୟରେ କ୍ଷମତାସୀନ ୱାଏସଆର କଂଗ୍ରେସ ସରକାର। ବର୍ତ୍ତମାନର ରାଜଧାନୀ ଥିବା ଅମରାବତୀ ବ୍ୟତୀତ ବନ୍ଦର ନଗରୀ ବିଶାଖାପଟ୍ଟନମ ଏବଂ କୁର୍ଣ୍ଣୁଲକୁ ନୂଆ ରାଜଧାନୀ କରିବାର ଯୋଜନା ରଖିଛନ୍ତି ଆନ୍ଧ୍ରର ଜଗନ ସରକାର।

ABOUT THE AUTHOR

...view details