ଓଡିଶା

odisha

ETV Bharat / bharat

ରେଳଷ୍ଟେସନ ବୋର୍ଡରେ ଉର୍ଦ୍ଦୁ ବଦଳରେ ସଂସ୍କୃତରେ ଲେଖାଯିବ ନାଁ - ଉତ୍ତରାଖଣ୍ଡ ରେଳଷ୍ଟେସନ

ଉତ୍ତରାଖଣ୍ଡର ସମସ୍ତ ରେଳ ଷ୍ଟେସନ ବୋର୍ଡରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ଷ୍ଟେସନର ନାଁ ଲେଖାଯିବ ।

uttrakhand
uttrakhand

By

Published : Jan 19, 2020, 4:28 PM IST

ଡେରାଡୁନ: ଆଗାମୀ ଦିନରେ ଉତ୍ତରାଖଣ୍ଡର ସମସ୍ତ ରେଳ ଷ୍ଟେସନ ବୋର୍ଡରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତ ଭାଷାରେ ନାଁ ଲେଖାଯିବ । ରେଳ ବିଭାଗ ଏହାର ନିଷ୍ପତ୍ତି ନେଇଛି । କାରଣ ସଂସ୍କୃତ ଉତ୍ତରାଖଣ୍ଡର 2ୟ ରାଜକୀୟ ଭାଷା ।

ଏହାକୁ ନଜରରେ ରଖି ଉତ୍ତରାଖାଣ୍ଡର ରେଳ ଷ୍ଟେସନରେ ଷ୍ଟେସନର ନାଁ ହିନ୍ଦୀ, ଇଂଲିଶ ଓ ସଂସ୍କୃତରେ ଲେଖାଯିବ । ବର୍ତ୍ତମାନ ଷ୍ଟେସନର ନାଁ ଉର୍ଦ୍ଦୁ ଭାଷାରେ ଲେଖା ରହିଛି । ଏବି ନିଷ୍ପତ୍ତି ପରେ ସେହି ବୋର୍ଡକୁ ହଟେଇ ଦିଆଯିବ ।

ସୂଚନାନୁସାରେ ,2010ରେ ଉତ୍ତରାଖଣ୍ଡ ରାଜ୍ୟରେ ସଂସ୍କୃତ ଭାଷାକୁ 2ୟ ରାଜକୀୟ ଭାଷା ବୋଲି ଘୋଷଣା କରାଯାଇଥିଲା । ତେବେ ଭାରତରେ ଏହା ପ୍ରଥମ ରାଜ୍ୟ ଯେଉଁଠାରେ ସଂସ୍କୃତକୁ ରାଜକୀୟ ଭାଷା ରୂପେ ଗ୍ରହଣ କରାଯାଇଛି ।

ABOUT THE AUTHOR

...view details