ଚେନ୍ନାଇ: ତାମିଲନାଡୁର ଧର୍ମପୁରୀ ଜିଲ୍ଲାରେ ପ୍ରତିବର୍ଷ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ଏହା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
75 କେଜି ଲଙ୍କା ଗୁଣ୍ଡରେ ସ୍ନାନ କଲେ ପୂଜକ - ଲଙ୍କା ଗୁଣ୍ଡ
ତାମିଲନାଡୁର ଏକ ପୂଜା ଅବସରରେ ଦେଖିବାକୁ ମିଳିଛି ଗୋଟିଏ ଅଦ୍ଭୁତ କାର୍ଯ୍ୟକ୍ରମ । 75 କେଜି ଲଙ୍କା ଗୁଣ୍ଡରେ ସ୍ନାନ କରିଛନ୍ତି ପୁଜାରୀ ।
ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
ସୂଚନାମୁତାବକ, ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ପଡୁଥିବା ଅମାବାସ୍ୟା ଦିନ ଧର୍ମପୁରୀ ଜିଲ୍ଲାର ନଲ୍ଲମପଲ୍ଲୀ ଗାଁର ଏକ ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ସକାଳୁ ସକାଳୁ ଶତାଧିକ ଭକ୍ତଙ୍କ ଭିଡ ମନ୍ଦିରରେ ଲାଗିଥାଏ । ଚଳିତଥର ମଧ୍ୟ ଏହି କାର୍ଯ୍ୟକ୍ରମରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ।
ମନ୍ଦିରର ଜଣେ ପୂଜକ ପୂଜା ସରିବା ପରେ ସମସ୍ତ ଭକ୍ତଙ୍କୁ ପ୍ରସାଦ ଦେଇଥିଲେ । ଆଉ ଏହାପରେ ସେ 75 କେଜିର ଲଙ୍କା ଗୁଣ୍ଡରେ ସ୍ନାନ କରି ଅଭିଶେକ କରିଥିଲେ ।