ଜୟପୁର: ଅସହ୍ୟ ହେଲା ଘରୋଇ କଳି । ଶେଷରେ ସ୍ବାମୀ ସ୍ତ୍ରୀଙ୍କ ଝଗଡା ମଧ୍ୟରେ ବଳି ପଡିଲା ନିରୀହ ନିଷ୍ପାପ ଶିଶୁ । ଯେଉଁ ମା ନିଜେ ଜନ୍ମ ଦେଇଥିଲା ସେହି ମାଆ ନିଜ ହାତରେ ନିଜ 4 ବର୍ଷର ଶିଶୁ ପୁତ୍ରକୁ ପାଣିଟାଙ୍କିରେ ବୁଡାଇ ହତ୍ୟା କରିଛି । ଏହି ଘଟଣାପରେ ନିଜେ ମହିଳା ଜଣକ ନିଜ ହାତ କାଟିଦେଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାଜସ୍ଥାନର ଝୁନଝୁନ ଅଞ୍ଚଳରେ ।
ଘରୋଇ କଳିରୁ 4 ବର୍ଷର ଶିଶୁକୁ ପାଣିଟାଙ୍କିରେ ବୁଡାଇ ମାରିଲା ମା’ - ପାଣିଟାଙ୍କିରେ ବୁଡାଇ ମାରିଲା ମା
ଅସହ୍ୟ ହେଲା ଘରୋଇ କଳି । ଶେଷରେ ସ୍ବାମୀ ସ୍ତ୍ରୀଙ୍କ ଝଗଡା ମଧ୍ୟରେ ବଳି ପଡିଲା ନିରୀହ ନିଷ୍ପାପ ଶିଶୁ । ଯେଉଁ ମା ନିଜେ ଜନ୍ମ ଦେଇଥିଲା ସେହି ମାଆ ନିଜ ହାତରେ ନିଜ 4 ବର୍ଷର ଶିଶୁ ପୁତ୍ରକୁ ପାଣିଟାଙ୍କିରେ ବୁଡାଇ ହତ୍ୟା କରିଛି । ଅଧିକ ଖବର ପଢନ୍ତୁ...
ଘରୋଇ କଳିରୁ 4 ବର୍ଷର ଶିଶୁକୁ ପାଣିଟାଙ୍କିରେ ବୁଡାଇ ମାରିଲା ମା
ସୂଚନା ଅନୁସାରେ, ଘଟଣା ପ୍ରଘଟ ହେବା ପରେ ମହିଳା ଜଣଙ୍କୁ ହତ୍ୟାକାରୀ ଅଭିଯୋଗରେ ପୋଲିସ ଗିରଫ କରିଛି । ଝୁନଝୁନ ଚିୱାଡା ଅଞ୍ଚଳରେ 2010ରେ ବିବାହ କରିଥିଲେ ହତ୍ୟାକାରୀ ମହିଳା । ହେଲେ ବିବାହ ପରଠାରୁ ହିଁ ସ୍ବାମୀଙ୍କ ସହ ପ୍ରତିଦିନ ଝଗଡା ହେଉଥିବା ନେଇ ସମ୍ପର୍କୀୟ ମାନେ କହିଛନ୍ତି।
ତେବେ ଏହି କାରଣରୁ ମହିଳା ଜଣଙ୍କ ଅତିଷ୍ଠ ହୋଇ ପ୍ରଥମେ ନିଜ ଶିଶୁକୁ ଘରେ ଥିବା ଏକ ପାଣିଟାଙ୍କିରେ ବୁଡାଇ ହତ୍ୟା କରିବା ପରେ ନିଜର ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ସେ ବଞ୍ଚିଯିବାରୁ ତାଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।