ଓଡିଶା

odisha

ETV Bharat / bharat

ବାନ୍ଦ୍ରାରେ ଶ୍ରମିକ ଏକତ୍ରିତ: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ - corona fights back

ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବିନୟ ଦୁବେଙ୍କୁ ନବୀ ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି।

bandra labour situation
ବାନ୍ଦ୍ରାରେ ଶ୍ରମିକ ସମାବେଶ

By

Published : Apr 15, 2020, 12:30 PM IST

ମୁମ୍ବାଇ: ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବିନୟ ଦୁବେଙ୍କୁ ନବୀ ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି। ଲକ୍ ଡାଉନ୍ ବେଳେ ବିନୟ ଦୁବେ ଜନତାଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି।

ବିନୟ ଦୁବେ ‘ଚାଲ ଘରକୁ ଯିବା’ ଅଭିଯାନ ଚଳାଉଥିଲେ। ଫେସବୁକରେ ସେୟାର କରିଥିବା ତାଙ୍କ ପୋଷ୍ଟରେ ସେ କହିଥିଲେ। ଏହି ମାମଲାରେ ପୋଲିସ ଏକ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା 117, 153 ଏ, 188, 269, 270, 505 (2) ଏବଂ ଏପିଡେମିକ୍ ଆକ୍ଟର ଧାରା 3 ଅନୁଯାୟୀ ଦୁବେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶଥାଉକି, ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଏକତ୍ରିତ ହୋଇଥିଲେ। ଏହି ସମସ୍ତ ଶ୍ରମିକମାନେ ଘରକୁ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ସେମାନଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା । ତେବେ ପ୍ରବାସୀ ଶ୍ରମିକଙ୍କୁ ବର୍ତ୍ତମାନ ସେଠାରୁ ହଟାଇ ଦିଆଯାଇଛି। ଅନ୍ୟପକ୍ଷେ ସାରା ଦେଶରେ ମେ 3 ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି।

ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କୋରୋନା ବିରୋଧରେ ଚାଲିଥିବା ସଂଗ୍ରାମ ମଧ୍ୟରେ ଏହା ଠିକ ନୁହେଁ। ଏହି ପରିପ୍ରେକ୍ଷୀରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥା ହୋଇଥିଲେ। ଏଥିସହ ଉଦ୍ଧବ ଠାକରେ କହିଛନ୍ତି ଯେ, ସରକାର ଶ୍ରମିକଙ୍କ ପାଇଁ ବ୍ୟବସ୍ଥା କରିବେ। ସେମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ ।

ଏଠାରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଦିତ୍ୟ ଠାକରେ ଏହି ଘଟଣାକୁ ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ନିକଟରେ ସୁରାଟରେ କିଛି ଶ୍ରମିକ ଦଙ୍ଗା କରିଥିଲେ। ସେମାନଙ୍କୁ ଘରକୁ ନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରିନଥିଲେ। ଆଦିତ୍ୟ ଠାକରେ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନେ ଖାଦ୍ୟ ଏବଂ ଆଶ୍ରୟ ଚାହୁଁ ନାହାଁନ୍ତି, ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି।

ABOUT THE AUTHOR

...view details