ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଆରମ୍ଭ ହେବ ଇନ୍ଦିରା ରୋଷେଇ ଯୋଜନା

ଅଶୋକ ଗେହଲଟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଇନ୍ଦିରା ରୋଷେଇ ଯୋଜନା । ଗୁରୁବାରଠାରୁ ରାଜସ୍ଥାନରେ ଇନ୍ଦିରା ରୋଷଇ ଯୋଜନା ଆରମ୍ଭ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଏହି ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

ରାଜସ୍ଥାନରେ ଆରମ୍ଭ ହେବ ଇନ୍ଦିରା ରୋଷେଇ ଯୋଜନା
ରାଜସ୍ଥାନରେ ଆରମ୍ଭ ହେବ ଇନ୍ଦିରା ରୋଷେଇ ଯୋଜନା

By

Published : Aug 19, 2020, 10:48 PM IST

ଜୟପୁର: ଗେହଲଟଙ୍କ ରାଜ୍ୟ ରାଜସ୍ଥାନରେ କେହି ଭୋକରେ ଶୋଇବେ ନାହିଁ। ଏହି ସଂକଳ୍ପ ନେଇ ଅଶୋକ ଗେହଲଟ ସରକାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଗୁରୁବାରଠାରୁ ରାଜସ୍ଥାନରେ ଇନ୍ଦିରା ରୋଷଇ ଯୋଜନା ଆରମ୍ଭ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଏହି ଯୋଜନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନା ଅନୁସାରେ ଯେକୌଣସି ବ୍ୟକ୍ତି ମାତ୍ର ୮ଟଙ୍କାରେ ପୃଷ୍ଟିକର ଏବଂ ସ୍ବାଦିଷ୍ଟ ଖାଦ୍ୟର ଲାଭ ଉଠାଇପାରିବେ। ରାଜ୍ୟର ୨୧୩ ସହରଗୁଡ଼ିକରେ ୩୫୮ ରୋଷେଆଙ୍କ ମାଧ୍ୟମରେ ଲୋକଙ୍କୁ ବସାଇ ଭୋଜନ କରାଇବାର ବ୍ୟବସ୍ଥା କରାଯିବ। ଏହା ବିଭିନ୍ନ ସହରର ବସ୍‌ ଷ୍ଟାଣ୍ଡ, ରେଲଓ୍ବେ ଷ୍ଟେସନ ଓ ହସ୍ପିଟାଲ ଭଳି ପ୍ରମୁଖ ସ୍ଥାନରେ ଉପଲବ୍ଧ ରହିବ।

ଏଥିସହ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଭୋଜନ ବ୍ୟବସ୍ଥା ରହିଥିବା ବେଳେ ଏହା ସକାଳ ସାଢ଼େ ୮ଟାରୁ ୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲାରହିବ। ଏଥିପାଇଁ ରାଜ୍ୟ ସରକାର ଥାଳି ପିଛା ୧୨ ଟଙ୍କା ଅନୁଦାନ ପ୍ରଦାନ କରିବେ। ଯୋଜନାରେ ପ୍ରତିଦିନ ୧.୩୪ଲକ୍ଷ ଓ ପ୍ରତିବର୍ଷ ୪ କୋଟି ୮୭ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ଜୟପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details