ଓଡିଶା

odisha

ETV Bharat / bharat

ଜାଣନ୍ତୁ ଦେଶର ପ୍ରଥମ ଲୋକସଭା ନିର୍ବାଚନ ବିଷୟରେ - ଲୋକସଭା ନିର୍ବାଚନ

ଦେଶରେ ପ୍ରଥମ ଲୋକସଭା ନିର୍ବାଚନ 1951-52 ମଧ୍ୟରେ ହୋଇଥିଲା । ମୋଟ୍ 68 ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ସେହି ସମୟରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବା ସହ ଜବାହାର ନେହୁରୁ ପ୍ରଧାନମନ୍ତ୍ରୀ ହୋଇଥଲେ ।

ପ୍ରତିକାତ୍ମକ ଫଟୋ

By

Published : Apr 9, 2019, 11:23 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି । ତା'ପରେ ଦେଶରେ ଆରମ୍ଭ ହୋଇଯିବ ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ସେଥିପାଇଁ ପ୍ରସ୍ତୁତି ପର୍ବ ଜୋରଦାର ଚାଲିଛି । ଏଥର ଦେଶରେ 17ତମ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ମୋଟ୍ 543ଟି ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଦେଶରେ ପ୍ରଥମ ଥର ପାଇଁ 1951-52 ମସିହାରେ ଲୋକସଭା ନିର୍ବାଚନ ହୋଇଥିଲା । ସେହି ସମୟର ପ୍ରଚାର ଆଉ ବର୍ତ୍ତମାନର ପ୍ରଚାର ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି ।

ଅଧିକ ପଢନ୍ତୁ: ପରିବର୍ତ୍ତନ ଏବଂ ବିକାଶ ଆମ ସରକାରର ମୂଳମନ୍ତ୍ର: ନରେନ୍ଦ୍ର ମୋଦି

ସ୍ବାଧୀନତାର 72 ବର୍ଷ ପରେ ନିର୍ବାଚନ ପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ନିର୍ବାଚନରେ ଇଭିଏମ, ଇଲେକ୍‌ଟ୍ରୋନିକ୍ସ କାଗଜ, ଭୋଟରଙ୍କ ଇ-ରେଜିଷ୍ଟ୍ରେସନ, ଥ୍ରୀ-ଡି ପ୍ରଚାର, ମୋବାଇଲ ଆପ୍‌ରେ ପ୍ରଚାର କରାଯାଉଛି । ତେବେ ଆପଣ ଜାଣିଛନ୍ତି କି, ପ୍ରଥମେ ଯେବେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା । ସେହି ସମୟର ପ୍ରଚାର, ଭୋଟିଂ କିପରି ହୋଇଥିଲା । ବହୁ କଷ୍ଟରେ ପ୍ରଥମ ଲୋକସଭା ଅନୁଷ୍ଠିତ ହୋଇଥିଲା । ତେବେ ପଢନ୍ତୁ ପ୍ରଥମ ଲୋକସଭା ନିର୍ବାଚନ କିପରି ହୋଇଥିଲା ।

  • ଦେଶର ପ୍ରଥମ ଲୋକସଭା ନିର୍ବାଚନ 1951-52ରେ ହୋଇଥିଲା । ନିର୍ବାଚନ ପକ୍ରିୟା 1951 ଅକ୍ଟୋବର 25 ତାରିଖରୁ ଆରମ୍ଭ ହୋଇ 21 ଫେବୃଆରୀ 1952 ମସିହାରେ ଶେଷ ହୋଇଥିଲା । ଅର୍ଥାତ୍ 4 ମାସ ସମୟ ଲାଗିଥିଲା ।
  • ସେହି ସମୟରେ ନିର୍ବାଚନ ବାଲାଟ ପେପର ବ୍ୟବହାର ହୋଇଥିଲା । ପ୍ରାର୍ଥୀମାନଙ୍କ ପାଇଁ ବାଲାଟ ବାକ୍ସ ଓ ଭୋଟରଙ୍କ ପାଇଁ ଅଲଗା ବାକ୍ସ ରଖାଯାଉଥିଲା । ମୋଟ୍ 25.8 ଲକ୍ଷ ବାକ୍ସର ବ୍ୟବହାର ହୋଇଥିଲା । ନିର୍ବାଚନ ପରିଚାଳନା ପାଇଁ ସାଢେ 16 ହଜାର କ୍ଲର୍କଙ୍କୁ ନିଯୁକ୍ତି ଦିଆଯାଇଥିଲା ।
  • ମୋଟ୍ 68ଟି ପର୍ଯ୍ୟାୟରେ ପ୍ରଥମ ଲୋକସଭା ନିର୍ବାଚନ ହୋଇଥିଲା । ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ତାରିଖରେ ମତଦାନ ହୋଇଥିଲା ।
  • 489 ଆସନ ପାଇଁ 53ଟି ଦଳର ପ୍ରାର୍ଥୀ ଓ 533 ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ମୋଟ୍ 1849 ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ସେହି ସମୟରେ 45 ପ୍ରତିଶତ ମତଦାନ ହୋଇଥିଲା । ଦେଶର ଜନସଂଖ୍ୟା 36 କୋଟି ହୋଇଥିବା ବେଳେ ସେଥିରୁ 17.32 କୋଟି ଭୋଟର ଥିଲେ ।

ଅଧିକ ପଢନ୍ତୁ: ଆଜି ବଡଦାଣ୍ଡରେ ରୋଡ ସୋ କରିବେ ବିଜେପି ସେନାପତି

  • ନିର୍ବାଚନ ପାଇଁ ମୋଟ୍ 196.084 ପୁଲିଂ ବୁଥ୍ କରାଯାଇଥିଲା । ସେହି ସମୟରେ ମତଦାନ ପାଇଁ 21 ବର୍ଷ ହେବା ଅନିବାର୍ଯ୍ୟ ଥିଲା ।
  • ସେହି ନିର୍ବାଚନରେ 489 ସିଟ୍ରୁ 364 ସିଟ୍‌ କଂଗ୍ରେସ ବିଜୟୀ ହୋଇଥିଲା । ନିର୍ବାଚନ ଜିତି ଜବାହାର ନେହରୁ ପ୍ରଧାନମନ୍ତ୍ରୀ ହୋଇଥିଲେ ।
  • ଦେଶରେ ପ୍ରଥମ ଲୋକସଭା ନିର୍ବାଚନ 1951-52 ମଧ୍ୟରେ ହୋଇଥିଲା । ମୋଟ୍ 68 ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ସେହି ସମୟରେ କଂଗ୍ରେସ ବହୁମତ ପାଇ ସରକାର ଗଠନ କରିବା ସହ ଜବାହାର ନେହୁରୁ ପ୍ରଧାନମନ୍ତ୍ରୀ ହୋଇଥଲେ ।

ABOUT THE AUTHOR

...view details