ଓଡିଶା

odisha

ETV Bharat / bharat

କାଚ ବୋତଲରେ ଦୁନିଆର ସପ୍ତାଶ୍ଚର୍ଯ୍ୟ - artist

ଉତ୍ତର ପ୍ରଦେଶର ରାମ ମୋହନ ଗତ 9 ବର୍ଷ ଧରି କାଚ ବୋତଲ ଭିତରେ ଦୁନିଆର ବଡବଡ ଅଟ୍ଟାଳିକା, ପଶୁପକ୍ଷୀ, ଦେବାଦେବୀଙ୍କର ପ୍ରତିବିମ୍ବ ତିଆରି କରିଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 18, 2019, 7:34 PM IST

ଭୋପାଳ: ଏକ ଛୋଟ ବୋତଲ ବିତରେ କେବେ ଗୋଟେ ହାତୀକୁ ରଖିହେବ । ନା କେବେ ଦୁନିଆର ସାତୋଟି ଆଶ୍ଚର୍ଯ୍ୟକୁ ରଖିହେବ । କିନ୍ତୁ ଏହିଭଳି କିଛି କରିଦେଖାଇଛନ୍ତି ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାର ଉଦୟପୁର ନିବାସୀ ରାମ ମୋହନ ରଘୁବଂଶୀ । ଯିଏ ନିଜର ଅଦ୍ଭୁତ କଳାରେ ଅସମ୍ଭବ କାମକୁ ସମ୍ଭବ କରିଦେଖାଇଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚାନନୂସାରେ, ରାମ ମୋହନ ଗତ 9 ବର୍ଷ ଧରି କାଚର ବୋତଲ ଭିତରେ ଦୁନିଆର ବଡ ବଡ ଅଟ୍ଟାଳିକା, ପଶୁ ପକ୍ଷୀ, ଦେବା ଦେବୀଙ୍କର ପ୍ରତିବିମ୍ବ ତିଆରି କରିଛନ୍ତି । ଯାହାକୁ ଦେଖେଣାହାରୀ ଥରେ ଦେଖିଲେ ଆଖିଫେରାଇ ଆଣିପାରୁନି । 38 ବର୍ଷୀୟ ରାମ ମୋହନ ପେଶାରେ ଜଣେ ଚାଷୀ । କିନ୍ତୁ ତାଙ୍କ ଭିତରେ ଥିବା ଏହି ଲୁକ୍କାଇତ କଳା ସମସ୍ତଙ୍କୁ ଆକୃଷ୍ଟ କରିଛି ।

ରାମ ମୋହନ କାଚ ବୋତଲ ଭିତରେ ପଥର ଗୁଡିକୁ ଛୋଟ ଛୋଟ କରି ଭର୍ତ୍ତି କରୁଛନ୍ତି । ଆଉ ଏହାପରେ ବୋତଲ ଭିତରେ ହିଁ ସ୍ବପ୍ନର ମହଲସବୁକୁ ଅତି ସୁନ୍ଦର କରି ଗଢିତୋଳୁଛନ୍ତି । ରାମ ମୋହନଙ୍କର ଜିଜ୍ଞାସା ତାଙ୍କୁ ଚାଷୀରୁ ଜଣେ କଳାକାର ଭାବେ ଗଢିଛି । ଏହି କାମ ଯୋଗୁଁ ତାଙ୍କର ଅନେକ ପ୍ରଂଶସକ ମଧ୍ୟ ହୋଇଗଲେଣି । ଆଉ ଏହି କାମ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଦରକାର ବୋଲି ପ୍ରଶଂସକ ମାନେ ଦାବି କରିଛନ୍ତି ।

ତେବେ କଳାକାର ରଘୁବଂଶୀଙ୍କ କହିବାନୂଯାୟୀ, ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂର୍ତ୍ତିକୁ ଏକ କାଚ ବୋତଲରେ ଭର୍ତ୍ତି କରି ତାଙ୍କୁ ଉପହାର ଦେବେ । କଥାରେ ଅଛି ଯଦି ମଣିଷ ଭିତରେ କିଛି ଅଦ୍ଭୁତ କଳା ଲୁଚି ରହିଛି ତେବେ ତାହା ଲୋକଲୋଚନକୁ ଆସିବାକୁ ବେଶି ସମୟ ଲାଗିବନି ।

ABOUT THE AUTHOR

...view details