ଓଡିଶା

odisha

ETV Bharat / bharat

2021 ପ୍ରାରମ୍ଭରେ ଆସିବ କୋରୋନା ଭ୍ୟାକ୍ସିନ! - କୋରୋନା ମହାମାରୀ

କୋରୋନା ସହ ପୁରା ବିଶ୍ବ ଲଢେଇ କରୁଛି । କୋଭିଡ-19 ର ଭ୍ୟାକ୍ସିନ ପାଇଁ ବିଭିନ୍ନ ଦେଶ ପରୀକ୍ଷଣ ଜାରି ରଖିଛନ୍ତି । ମାତ୍ର ଆସନ୍ତା ବର୍ଷ 2021 ପୂର୍ବରୁ କୋରୋନା ଭ୍ୟାକ୍ସିନ ସମ୍ଭବ ନୁହେଁ ବୋଲି ସଂସଦୀୟ କମିଟି ବୈଠକରେ କୁହାଯାଇଛି । ଅଧିକ ଖବର ପଢନ୍ତୁ...

2021 ପ୍ରାରମ୍ଭରେ ଆସିବ କୋରୋନା ଭ୍ୟାକ୍ସିନ!
2021 ପ୍ରାରମ୍ଭରେ ଆସିବ କୋରୋନା ଭ୍ୟାକ୍ସିନ!

By

Published : Jul 11, 2020, 12:20 PM IST

ନୂଆଦିଲ୍ଲୀ:କୋରୋନା ସହ ପୁରା ବିଶ୍ବ ଲଢେଇ କରୁଛି । କୋଭିଡ-19 ର ଭ୍ୟାକ୍ସିନ ପାଇଁ ବିଭିନ୍ନ ଦେଶ ପରୀକ୍ଷଣ ଜାରି ରଖିଛନ୍ତି । ମାତ୍ର ଏଯାବତ ସମ୍ପୂର୍ଣ୍ଣ ସୁଫଳ ମିଳିପାରିନି । ଏହାରି ମଧ୍ୟରେ ବୈଜ୍ଞାନିକ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ସମସ୍ତେ ଆଶାବାଦୀ ଯେ, କୋରୋନା ଭ୍ୟାକ୍ସିନ ଯଥାଶୀଘ୍ର ବାହାରିବ ।

ଦେଶରେ କୋରୋନା ଟିକା ଉପରେ ମାନବ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଛି । ଅଗଷ୍ଟ 15ରୁ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ମାତ୍ର ସଂସଦୀୟ କମିଟିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ 2021 ପୂର୍ବରୁ କୋରୋନା ଭ୍ୟାକ୍ସିନ ସମ୍ଭବ ନୁହେଁ । ଅଧିକାରୀମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ସହ ଜଡିତ ସଂସଦୀୟ କମିଟିକୁ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି ।

ଭାରତରେ ଚଳିତ ବର୍ଷ କୋରୋନା ଭ୍ୟାକ୍ସିନ ସମ୍ଭବ ନୁହେଁ ବୋଲି କହିବା ସହ 2021 ଆରମ୍ଭରେ କରୋନା ଟିକା ପାଇବା ସମ୍ଭବ ବୋଲି କମିଟିକୁ କୁହାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଜୟରାମ ରମେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ କମିଟିର ବୈଠକରେ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ମାର୍ଚ୍ଚ 25ରେ ଦେଶରେ ତାଲା ବନ୍ଦ ଘୋଷଣା ହେବା ପରେ ଏହା ସଂସଦୀୟ କମିଟିର ପ୍ରଥମ ବୈଠକ ଥିଲା । ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କେୟା ନାଇଡୁ ମଧ୍ୟ ସାମିଲ ହୋଇଥିଲେ ।

ABOUT THE AUTHOR

...view details