ନୂଆଦିଲ୍ଲୀ: ସଂସଦର ଲୋକସଭାରେ ପାରିତ ହୋଇସାରିଛି ନାଗରିକତା ସଂଶୋଧନ ବିଲ । ଏହି ବିଲ ସପକ୍ଷରେ 311 ଭୋଟ ପଡିଥିବା ବେଳେ ବିପକ୍ଷରେ ମାତ୍ର 80ଟି ଭୋଟ ପଡିଛି । ଲୋକସଭାରେ ବିଲ ଉପରେ ଚର୍ଚ୍ଚା ସମୟରେ ଜୋରଦାର ହଙ୍ଗାମା ହୋଇଥିଲା । ତେବେ ନାଗରିକତା ସଂଶୋଧନ ବିଲ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି । ବୁଧବାର ଏହି ବିଲ ରାଜ୍ୟସଭାରେ ଆଗତ ହେବ ।
ବୁଧବାର ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ
ବୁଧବାର ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ ଆଗତ ହେବ । ଏନେଇ ଭାରତୀୟ ଜନତା ପାର୍ଟି 10 ଓ 11 ଡିସେମ୍ବରରେ ନିଜ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ବିପ ଜାରି କରିଛି ।
ଲୋକସଭାରେ ନାଗରିକତା ସଂଶୋଧନ ବିଲ ପାରିତ ହେବା ପରେ ବୁଧବାର ଏହା ଉପରେ ରାଜ୍ୟସଭାରେ ଚର୍ଚ୍ଚା ହେବ । ଏ ନେଇ ଭାରତୀୟ ଜନତା ପାର୍ଟି 10 ଓ 11 ଡିସେମ୍ବରରେ ନିଜ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ବିପ ଜାରି କରିଛି । ରାଜ୍ୟସଭାରେ ଏହି ବିଲକୁ ଯଥାଶୀଘ୍ର ପାରିତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଲୋକସଭାରେ ସରକାରଙ୍କ ପାଖରେ ବହୁମତ ଥିବାରୁ ନାଗରିକ ସଂଶୋଧନ ବିଲ ପାସ ହେବାରେ କୌଣସି ବାଧା ଉପୁଜି ନଥିଲା । ହେଲେ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଅଭାବରୁ ବିଲ ପାସ କରାଇବା ନେଇ ସରକାର କି ରଣନିତୀ ପ୍ରସ୍ତୁତ କରୁଛନ୍ତି ତାହା ବୁଧବାର ଜଣା ପଡିଛି ।