ଶ୍ରୀନଗର: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଯାହାର ପ୍ରଭାବ ଉଭୟ ଦେଶରେ ବାଣିଜ୍ୟ କାରବାର ଉପରେ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପାକିସ୍ତାନ ପଟୁ ଏଲଓସି ଦେଇ କରାଯାଉଥିବା ସମସ୍ତ ବାଣିଜ୍ୟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଠାରୁ ଏଲଓସି ଦେଇ ପାକିସ୍ତାନ ସହ ହେଉଥିବା ସମସ୍ତ ବାଣିଜ୍ୟ ଉପରେ ସ୍ଥଗିତ ରଖା ଯାଇଛି ।
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଏଲଓସିରେ ଅବୈଧ ବେପାରରେ ଲାଗିିଲା ରୋକ୍ - through the LoC
ଏଲଓସି ଦେଇ ଭାରତ-ପାକ୍ ମଧ୍ୟରେ ହେଉଥିବା ବାଣିଜ୍ୟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ଆଜି ଠାରୁ ଲାଗୁ ହୋଇଛି।
ଯାଞ୍ଚରୁ ଜଣା ପଡିଥିଲା ପଡୋଶୀ ରାଷ୍ଟ୍ର ଏହି ମାର୍ଗକୁ ବ୍ୟବହାର କରି କିଛି ଅବୈଧ ହତିଆର, ମାଦକ ଦ୍ରବ୍ୟ, ନକଲି ନୋଟ୍ର ଭାରତକୁ ପଠାଉଥିଲା। ତେଣୁ ବହୁ ବିଚାର ବିମର୍ଷ ପରେ ଏହି ମାର୍ଗ ଦେଇ ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଏଥିପାଇଁ ବିଭିନ୍ନ ଏଜେନ୍ସି ସହ ଆଲୋଚନା ଚାଲିଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି, ସରକାର ଏଲଓସି ସ୍ଥିତ ସଲାମାବାଦ ଓ ଚୌକାଁ-ଦ-ବାଗ୍ ଜରିଆରେ ହେଉଥିବା ବାଣିଜ୍ୟ ଉପରେ ସ୍ଥଗିତ ରଖିବାକୁ ଏହି ପଦକ୍ଷେପ ନେଇଛନ୍ତି।
ବିଶେଷ କରି ଏଲଓସିରେ ବାଣିଜ୍ୟ କରୁଥିବା ଲୋକ ଆତଙ୍କୀ ସଂଗଠନ ସହ ସାମିଲ୍ ଥିବାର ଏକ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସପ୍ତାହରେ 4 ଥର ଏହି ବାଣିଜ୍ୟ କାରବାର ହୋଇଥାଏ । ଯେଉଁଥିରେ କୌଣସି ସୀମାଶୁଳ୍କ ଲାଗି ନଥାଏ ।