ଶ୍ରୀନଗର: କୋରୋନା କବଜାରେ ଭାରତ । ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ହଜାର ହଜାର ପଜିଟିଭ ରିପୋର୍ଟ । ଏଥିରୁ ବାଦ ପଡିନାହାନ୍ତି ଦେଶ ମାତୃକାକୁ ସୁରକ୍ଷା ଦେଉଥିବା ବୀର ଜବାନ ମାନେ । ବର୍ତ୍ତମାନ ସମୟରେ ସୁରକ୍ଷାକର୍ମୀ ମାନେ ସଂକ୍ରମିତ ହେଉଥିବା ମାମଲା ସାମ୍ନାକୁ ଆସିଛି ।
ସେନା ପକ୍ଷରୁ ପ୍ରତିଷ୍ଠା ହେଲା କୋଭିଡ-19 ସ୍ୱାସ୍ଥ୍ୟ କେନ୍ଦ୍ର - india army
ଏବେ କିଛି ଦିନ ହେବ କୋଭିଡ-19ରେ ବିଏସଏଫ ଯବାନ ମାନେ ସଂକ୍ରମିତ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଯାହା ଏବେ ସରକାରଙ୍କ ଚିନ୍ତାକୁ ଦ୍ବି-ଗୁଣିତ କରିଛି । ଆଉ ଏସମୟରେ କୋଭିଡ-19 ସ୍ବାସ୍ଥ୍ୟକେନ୍ଦ୍ର କରି ସରକାରଙ୍କ ଚିନ୍ତା ଟିକେ ହ୍ରାସ କରିଛନ୍ତି ସେନା । ଅଧିକ ପଢନ୍ତୁ..
କୋଭିଡ-19 ସ୍ୱାସ୍ଥ୍ୟ କେନ୍ଦ୍ର
ଯାହାକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରର ବଡଗାଁଓରେ ସେନା ପକ୍ଷରୁ ଏକ କୋଭିଡ-19 ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଚିନର କର୍ପସ ଅନ୍ତର୍ଗତ ରଙ୍ଗରେଥ୍ ଓଲଡ ଏୟାର ଫିଲ୍ଡରେ ଏହି ସୁବିଧା ଆରମ୍ଭ ହୋଇଛି । ଏଥିରେ ପ୍ରାୟ 250 ରୋଗୀ ଚିକିତ୍ସିତ ହୋଇପାରିବେ । ଏଠାରେ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି ।
ତେବେ ଶୁକ୍ରବାର ଆଉ 12ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 122 ଜଣ ଯବାନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଯାହା ବେଶ ଦୁଃକ ଦାୟକ ଅଟେ ।